Advertisment

Jartra Controversy: ଘନେଇଲା ଯାତ୍ରା କଳି, ଆଇନ ମନ୍ତ୍ରୀଙ୍କୁ ଫେରାଦ ହେଲେ ଅଭିନେତ୍ରୀ ମାମୁନି

ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ, ତାଙ୍କୁ ଲୋକ ଲଗାଇ ମାଡ଼ ମାରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ତାଙ୍କ ପାର୍ଟିରେ କାର୍ଯ୍ୟରତ ଜଣେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ, ଆଜି ମାମୁନି ସିଧା ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ। ସ୍ବାମୀଙ୍କୁ ସାଥିରେ ଧରି ସେ ମନ୍ତ୍ରୀଙ୍କୁ ଭେଟିବା ସହ, ନ୍ୟାୟ ଭିକ୍ଷା କରିଛନ୍ତି।

mamuni

mamuni

Advertisment

ଯାତ୍ରା ଜଗତରେ ଭୂକଂପ, କେନ୍ଦ୍ରସ୍ଥଳରେ ନାଣ୍ଡୁ ବାବୁ। ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁଙ୍କ ବିରୋଧରେ ଥାନାର ଦ୍ବାରସ୍ଥ ହେବା ପରେ, ଆଜି ସିଧା ଆଇନ ମନ୍ତ୍ରୀଙ୍କ ଘରେ ପହଞ୍ଚିଛନ୍ତି ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ପୃଥ୍ବୀରାଜ ହରିଚନ୍ଦନଙ୍କୁ ଭେଟି ଦୁଃଖ ଜଣାଇଛନ୍ତି। ନିଆଁରେ ଘିଅ ଢାଳି ଦିନକ ତଳେ ଆଉ ଜଣେ ଅଭିନେତ୍ରୀ ପୂଜା ବି ନାଣ୍ଡୁ ବାବୁଙ୍କ ବିରୋଧରେ କାଷ୍ଟିଂ କାଉଚ୍ ଭଳି ସଂଗୀନ ଅଭିଯୋଗ ଆଣିଥିଲେ। ତେବେ ନାଣ୍ଡୁ ବାବୁ ସିଧା କହିଛନ୍ତି, ଯୁଆଡ଼େ ଫେରାଦ ହେଲେ ବି ମୋ ଟଙ୍କା ଫେରାଇବାକୁ ପଡ଼ିବ। ନାଣ୍ଡୁ ବାବୁଙ୍କୁ ନେଇ ଆହୁରି ଘନେଇଲା ଯାତ୍ରା କଳି

Advertisment

ଅଧିକ ପଢନ୍ତୁ : ଫୁଲତୋଡା ନୁହେଁ, ପଡ଼ିଲା ହାତକଡି : ଅବସର ଦିନ ରେଡ୍ ପରେ ଗିରଫ

ଯାତ୍ରାପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓରଫ୍ ନାଣ୍ଡୁ ବାବୁ, ତାଙ୍କୁ ଲୋକ ଲଗାଇ ମାଡ଼ ମାରିଛନ୍ତି ବୋଲି ଅଭିଯୋଗ ଆଣିଥିଲେ ତାଙ୍କ ପାର୍ଟିରେ କାର୍ଯ୍ୟରତ ଜଣେ ଅଭିନେତ୍ରୀ ମାମୁନି ଷଡ଼ଙ୍ଗୀ। ପ୍ରଥମେ ଥାନାରେ ଅଭିଯୋଗ କରିବା ପରେ, ଆଜି ମାମୁନି ସିଧା ପହଞ୍ଚିଥିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ଭୁବନେଶ୍ବରସ୍ଥିତ ସରକାରୀ ବାସଭବନରେ। ସ୍ବାମୀଙ୍କୁ ସାଥିରେ ଧରି ସେ ମନ୍ତ୍ରୀଙ୍କୁ ଭେଟିବା ସହ, ନ୍ୟାୟ ଭିକ୍ଷା କରିଛନ୍ତି। କହିଛନ୍ତି, ଏତଲାର ୬ ଦିନ ପରେ ବି ତଦନ୍ତ ନଆଗେଇବାରୁ ସେ ଏହି ପଦକ୍ଷେପ ନେଇଛନ୍ତି। ତାଙ୍କ କଥା ବୁଝିବେ ଓ ନ୍ୟାୟ ମିଳିବ ବୋଲି ଆଇନ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା କହିଛନ୍ତି ମାମୁନି। କିଛି ଦିନ ତଳେ, ବକେୟା ପାଉଣା ମାଗିବାରୁ ନାଣ୍ଡୁ ବାବୁ ବାଲିଆପାଳ ଯାତ୍ରା କ୍ୟାମ୍ପ୍ ରେ ତାଙ୍କୁ ଲୋକ ଲଗାଇ ମାଡ଼ ମାରିଥିବା, ଅସଭ୍ୟ ଭାଷାରେ ଗାଳି ଗୁଲଜ ଏବଂ ଗାଡ଼ି ପୋଡ଼ି ଦେବାକୁ ଧମକ ଦେଇଥିବା ଅଭିଯୋଗ ଆଣିଥିଲେ ମାମୁନି। ଭୁବନେଶ୍ବର ମହିଳା ଥାନାରେ ୩ ଜଣଙ୍କ ନାଁରେ ଏତଲା ବି ଦେଇଥିଲେ। ଅନ୍ୟପକ୍ଷରେ ମାମୁନି ତାଙ୍କୁ ଟଙ୍କା ଫେରାଇବା ବାକି ଅଛି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ନାଣ୍ଡୁ ବାବୁ। ଆଜି ପୁଣି କ୍ୟାମେରା ସାମ୍ନାରେ ମାମୁନିଙ୍କୁ ଖୋଲା ଚେତାବନୀ ଦେଇ କହିଛନ୍ତି- ଯୁଆଡ଼େ ଗଲେ ବି ମୋ ଟଙ୍କା ଗଣ୍ଡାକ ଦେବାକୁ ପଡ଼ିବ।

ତୁଳସୀ ଓ ଅଶୋକ ସମ୍ରାଟ ଆଦି ଯାତ୍ରା ପାର୍ଟି ମାଲିକ ନାଣ୍ଡୁ ବାବୁଙ୍କୁ ସତେ ଯେମିତି ଶନି ଘେରିଛି। ଗତ କିଛି ଦିନ ହେଲା ଯାତ୍ରା ଜଗତରେ ଯାହା ଚାଲିଛି, ଲାଗୁଛି ନାଣ୍ଡୁ ବାବୁ ହିଁ ବହିର ମୁଖ୍ୟ ଚରିତ୍ର। ଯାତ୍ରା ମଞ୍ଚର ହାସ୍ୟ ଅଭିନେତା ନରି ପଣ୍ଡା ଏବଂ ଅଭିନେତ୍ରୀ ସୋନାଲିଙ୍କ ସ୍ୱାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାରଙ୍କ ଅଭିଯୋଗ ପରେ ବିବାଦ ଘେରକୁ ଆସିଥିବା ଅନନ୍ତ ଧଳ ଓରଫ୍ ନାଣ୍ଡୁ ବାବୁ, ପୁଣି ଚର୍ଚ୍ଚାରେ ମାମୁନି ଓ ପୂଜାଙ୍କ ସାଂଘାତିକ ଅଭିଯୋଗ ପରେ। ଦିନକ ତଳେ ଅଭିନେତ୍ରୀ ପୂଜା ଅଭିଯୋଗ କରିଥିଲେ ଯେ, ଶାରୀରିକ ସଂପର୍କ ରଖିବା ପାଇଁ ରାଜି ନହେବାରୁ ନାଣ୍ଡୁ ବାବୁ ତାଙ୍କୁ ତୁଳସୀ ଗଣନାଟ୍ୟରୁ ବିଦା କରିଥିଲେ। ସେପଟେ ଅଭିନେତ୍ରୀ ତମସା ମିଶ୍ର ମଧ୍ୟ ମାମୁନିଙ୍କୁ ସମର୍ଥନ କରିଥିବା ବେଳେ, ନାଣ୍ଡୁ ବାବୁ କହିଛନ୍ତି, ତାଙ୍କ ବିରୋଧରେ ଯେତେ ଅଭିଯୋଗ ଆସିଛି, ସବୁରି ମୂଳରେ ଟଙ୍କା।

Advertisment

ଅଧିକ ପଢନ୍ତୁ : ବଡ଼ଦାଣ୍ଡରୁ ଖଜା କିଣୁଥିଲେ ସାବଧାନ, ଏତଲା ପରେ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ୍

Jatra Artist Jatra Actress Odia Jatra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ