Advertisment

ବ୍ଲାକ୍ ବ୍ରାଲେଟ୍‌ରେ ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍

ବଲିଉଡ୍‌ର ବ୍ୟସ୍ତ କଳାକାରମାନଙ୍କ ମଧ୍ୟରେ ସିଂହଳ ସୁନ୍ଦରୀ ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍ ଜଣେ। ଜ୍ୟାକ୍‌ଲୀନ୍ ସବୁବେଳେ ନିଜକୁ ଚଳଚଞ୍ଚଳ ରଖିବା ନେଇ ପସନ୍ଦ କରନ୍ତି। ଆଜିକାଲି ସେ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହିତ ଫଟୋସୁଟ୍ ଶେୟାର କରୁଥିବା ନଜର ଆସନ୍ତି। ତାଙ୍କ ଫଟୋ ଓ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଥିବା ବେଳେ ଭାଇରାଲ ମଧ୍ୟ କରନ୍ତି।

author-image
Pramod Behera
Jacqueline Fernandes photoshoot

Jacqueline Fernandes photoshoot

ନୂଆଦିଲ୍ଲୀ : ବଲିଉଡ୍‌ର ବ୍ୟସ୍ତ କଳାକାରମାନଙ୍କ ମଧ୍ୟରେ ସିଂହଳ ସୁନ୍ଦରୀ ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍ ଜଣେ। ଜ୍ୟାକ୍‌ଲୀନ୍ ସବୁବେଳେ ନିଜକୁ ଚଳଚଞ୍ଚଳ ରଖିବା ନେଇ ପସନ୍ଦ କରନ୍ତି। ଆଜିକାଲି ସେ ସୋସିଆଲ୍ ମିଡିଆରେ ତାଙ୍କ ପ୍ରଶଂସକମାନଙ୍କ ସହିତ ଫଟୋସୁଟ୍ ଶେୟାର କରୁଥିବା ନଜର ଆସନ୍ତି। ତାଙ୍କ ଫଟୋ ଓ ଭିଡିଓକୁ ଲୋକେ ଖୁବ୍ ପସନ୍ଦ କରୁଥିବା ବେଳେ ଭାଇରାଲ ମଧ୍ୟ କରନ୍ତି।

Advertisment
Jacqueline Fernandes photoshootବ୍ଲାକ୍ ବ୍ରାଲେଟ୍‌ରେ ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍

ନିକଟରେ ଜ୍ୟାକ୍‌ଲୀନଙ୍କୁ ‘ଭୂତ୍ ପୋଲିସ୍’ରେ ଦେଖିବାକୁ ମିଳିଥିଲା। ୨୦୨୨ ପର୍ଯ୍ୟନ୍ତ ତାଙ୍କ ହାତରେ ଅନେକ ଫିଲ୍ମ ରିଲିଜ୍ ଅପେକ୍ଷାରେ ଅଛି। ନିଜର ବ୍ୟସ୍ତବହୁଳ ଦୁନିଆ ଭିତରେ ବି ଜ୍ୟାକ୍‌ଲୀନ୍ ଚର୍ଚ୍ଚାରେ ରୁହନ୍ତି। ନିକଟରେ ସୋସିଆଲ୍ ମିଡିଆରେ ସେ ତାଙ୍କର ଏକ ଫଟୋ ଶେୟାର କରିଛନ୍ତି ଯେଉଁଥିରେ ସେ ବ୍ଲାକ୍ ବ୍ରାଲେଟ୍, ଶିମ୍‌ରୀ ଜ୍ୟାକେଟ୍‌ ସହିତ କାଓ ବୁଟ୍ସ ପିନ୍ଧିଥିବା ନଜର ଆସନ୍ତି। ଏହା ସହିତ ସେ ଗୋଲ୍ଡ ବ୍ରେସ୍‌ଲେଟ୍ ସହିତ ବଡ କାନର ଓ ସୁନା ଚେନ୍ ପିନ୍ଧିଛନ୍ତି। ଖାଲି ଏତିକି ନୁହେଁ ଡାର୍କ ଲିପ୍‌ଷ୍ଟିକ୍ ସହିତ ସେ କ୍ୟାମେରା ଆଗରେ ପୋଜ୍ ଦେଇଛନ୍ତି।

Jacqueline Fernandes photoshootବ୍ଲାକ୍ ବ୍ରାଲେଟ୍‌ରେ ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍
Advertisment

ପ୍ରକାଶଥାଉ ଯେ ଜ୍ୟାକ୍‌ଲୀନ୍‌ଙ୍କ ହାତରେ ଅନେକ ଫିଲ୍ମ ଅଛି ଯାହା ରିଲିଜ୍ ଅପେକ୍ଷାରେ ରହିଛି। ଏଥିରୁ ଅନେକ ଫିଲ୍ମର ସୁଟିଂ ଅଧୁରା ମଧ୍ୟ ରହିଛି। ଏଥିରେ ରହିଛି ସର୍କସ୍, କିକ୍-୨, ବଚ୍ଚନ ପାଣ୍ଡେ, ରାମ୍‌ ସେତୁ ଓ ଆଟାକ୍। ଏପରିକି ଏହି ଅଭିନେତ୍ରୀଙ୍କ ହାତରେ କିଛି ପ୍ରୋଜେକ୍ଟ ମଧ୍ୟ ରହିଛି ଯାହାର ଘୋଷଣା ମଧ୍ୟ ହୋଇନି। ତେବେ ପ୍ରଶଂସକମାନେ ଜ୍ୟାକ୍‌ଲୀନ୍‌ଙ୍କ ପ୍ରୋଜେକ୍ଟକୁ ନେଇ ବହୁତ ଉତ୍ସାହିତ ଅଛନ୍ତି।

Jacqueline Fernandes photoshootବ୍ଲାକ୍ ବ୍ରାଲେଟ୍‌ରେ ଜ୍ୟାକ୍‌ଲୀନ୍ ଫର୍ଣ୍ଣାଡିସ୍

ଏହା ଛଡା ଏକ ସାକ୍ଷାତକାରରେ ଜ୍ୟାକ୍‌ଲୀନ୍ କହିଛନ୍ତି ଯେ ସୁଟିଂ ସରିବା ପରେ ଯେତେବେଳେ ତାଙ୍କୁ ବଳକା ସମୟ ମିଳେ ସେ ଘରୁ ବାହାରକୁ ଯାଆନ୍ତି ନାହିଁ। ତେବେ ଅବସର ମିଳିଲେ ସେ କ’ଣ କରନ୍ତି କହିଛିନ୍ତି। ତାଙ୍କ କହିବା କଥା “ଯେତେବେଳେ ମୁଁ ପଞ୍ଚ୍ ବଟମ୍‌ ଚିପେ ଅର୍ଥାତ୍ ଯେତେବେଳେ ମୁଁ କୌଣସି ଫିଲ୍ମ ସୁଟିଂ ନ କରେ ସେତେବେଳେ ମୁଁ ଟ୍ରେନିଂ କରେ। ମୁଁ ଯେଉଁଦିନ ୱାର୍କଶପ୍‌ କରେ ସେହିଦିନ ମୋ ପାଇଁ ଏକ ଆଦର୍ଶ ଦିନ ହୋଇଥାଏ। ମୁଁ ଆରାମ କରିବା ନେଇ ଗୋଟେ ଦିନ ଛୁଟି ନେବା ଅପେକ୍ଷା ଜଣେ ଆର୍ଟିଷ୍ଟ ଭାବରେ ନିଜକୁ ଭଲ କରେଇବା ନେଇ ସମୟର ସଦୁପଯୋଗ କରିବାକୁ ମୁଁ ବେଶି ପସନ୍ଦ କରେ।”

ସୂଚନା ମୁତାବକ ଅଭିଯୁକ୍ତ ସୁକେଶ ଚନ୍ଦ୍ରଶେଖର ଓ ତାଙ୍କ ପତ୍ନୀ ମାରିୟାଙ୍କ ସହିତ ନିକଟତର ହେବା ସନ୍ଦେହରେ ଜ୍ୟାକ୍‌ଲୀନ୍‌ଙ୍କୁ ଇଡି ଆଉଥରେ ପଚରାଉଚରା କରିବ ବୋଲି ଜଣାଯାଇଛି।

Bollywood Jacqueline Fernandes
Advertisment
Advertisment