Advertisment

Viral Video: ଜ୍ୟାକି ଶ୍ରଫ୍‌ଙ୍କ ଅଭଦ୍ରାମି… ସେଲ୍‌ଫି ନେବାବେଳେ ପ୍ରଶଂସକଙ୍କ ମୁଣ୍ଡକୁ ପିଟିଦେଲେ, ଧକ୍କା ମାରିଲେ

ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ମଜାଳିଆ ଢଙ୍ଗ ପାଇଁ ସବୁବେଳେ ଜଣାଶୁଣା। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ଥଟ୍ଟା-ମଜା କରୁଥିବା ଦେଖାଯାଏ। ବର୍ତ୍ତମାନ ଜ୍ୟାକି ଏମିତି କିଛି କରିଦେଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି।

author-image
Pramod Behera
Jackie shroff hits on fan head who taking selfie with him got trolled

Jackie shroff hits on fan head who taking selfie with him got trolled

ପ୍ରଶଂସକମାନେ ସେମାନଙ୍କର ପ୍ରିୟ କଳାକାରମାନଙ୍କ ସହିତ କ୍ଲିକ୍ କରିବାକୁ ସବୁବେଳେ ପାଗଳ। ସେମାନେ ତାଙ୍କର ଗୋଟିଏ ଝଲକ ପାଇବାକୁ ସବୁବେଳେ ଆଗ୍ରହୀ ଥାଆନ୍ତି। ପ୍ରଶଂସକମାନେ ବେଳେବେଳେ ସେମାନଙ୍କ ପ୍ରିୟ କଳାକାରମାନଙ୍କ ସହିତ ଭଲ ଭାବେ ସେଲଫି ନେବାକୁ ସକ୍ଷମ ହେଉଥିବା ବେଳେ ଅନେକ ସମୟରେ ସେଲଫି ନେବା ବେଳେ ସେମାନଙ୍କୁ ଖରାପ ଅନୁଭୂତି ମଧ୍ୟ ଦେଇ ଗତି କରିବାକୁ ପଡେ। ନିକଟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି।

Advertisment

ବଲିଉଡ୍‌ ଅଭିନେତା ଜ୍ୟାକି ଶ୍ରଫ ତାଙ୍କର ମଜାଳିଆ ଢଙ୍ଗ ପାଇଁ ସବୁବେଳେ ଜଣାଶୁଣା। ସେ ପ୍ରାୟତଃ ତାଙ୍କ ପ୍ରଶଂସକଙ୍କ ସହିତ ଥଟ୍ଟା-ମଜା କରୁଥିବା ଦେଖାଯାଏ। ବର୍ତ୍ତମାନ ଜ୍ୟାକି ଏମିତି କିଛି କରିଦେଇଛନ୍ତି, ଯାହାକୁ ଦେଖି ସୋସିଆଲ ମିଡିଆରେ ଲୋକମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଏବେ ଭାଇରାଲ ହେଉଛି।

ଏହି ଭିଡିଓରେ ଜ୍ୟାକି ତାଙ୍କ ପ୍ରଶଂସକଙ୍କ ସହ ଫଟୋ ପାଇଁ ପୋଜ୍ ଦେଉଥିବା ନଜର ଆସିଛନ୍ତି। ସେ ତାଙ୍କର ଚିରାଚରିତ ଢଙ୍ଗରେ ସେମାନଙ୍କ ସହିତ ଥଟ୍ଟା କରୁଛନ୍ତି। ଏହି ସମୟରେ ତାଙ୍କର ଜଣେ ପ୍ରଶଂସକ ସେଲ୍‌ଫି ନେବାକୁ ତାଙ୍କ ନିକଟକୁ ଆସନ୍ତି। ଜ୍ୟାକି ହଠାତ୍ ତାଙ୍କ ମୁଣ୍ଡକୁ ପିଟି ଦିଅନ୍ତି ଏବଂ ସେଠାରୁ ଦୂରେଇ ଯିବାକୁ କୁହନ୍ତି। ପ୍ରଶଂସକ ତାଙ୍କ କଥାକୁ ମାନି ନିଅନ୍ତି ଏବଂ ପରେ ଜ୍ୟାକି ତାଙ୍କ ସହିତ ଫଟୋ ଉଠାନ୍ତି।

Advertisment

ତେବେ ଜ୍ୟାକି ପ୍ରଶଂସକଙ୍କ ମୁଣ୍ଡକୁ ପିଟିଦେଇଥିବାରୁ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କୁ ସମାଲୋଚନା କରୁଛନ୍ତି। ଏହି ଭିଡିଓରେ ବିଭିନ୍ନ ମନ୍ତବ୍ୟ ଦେଇ ଜ୍ୟାକିଙ୍କ କାର୍ଯ୍ୟକଳାପ ଉପରେ ସମସ୍ତେ ନିଜର କ୍ରୋଧ ପ୍ରକାଶ କରୁଛନ୍ତି। ନିଜର ପ୍ରତିକ୍ରିୟା ଦେଇ ଜଣେ ଲେଖିଛନ୍ତି ଯେ “ସେ ତାଙ୍କୁ କାହିଁକି ମାରୁଛନ୍ତି? ଏହା କ’ଣ ଠିକ୍ କି?”

ଅନ୍ୟ ଜଣେ ବ୍ୟକ୍ତି ଜ୍ୟାକିଙ୍କ ଏଭଳି କାର୍ଯ୍ୟକୁ ନିନ୍ଦା କରିଛନ୍ତି ଏବଂ ଲେଖିଛନ୍ତି ଯେ “ଆପଣ ଏପରି କାହାକୁ ମାରି ପାରିବେ ନାହିଁ। ସେ ଆପଣଙ୍କର କୌଣସି ବନ୍ଧୁ କି କୌଣସି ସମ୍ପର୍କୀୟ ନୁହଁନ୍ତି।” ସେହିଭଳି ଅନେକ ଲୋକ ଜ୍ୟାକିଙ୍କୁ କଡ଼ା ସମାଲୋଚନା କରିଛନ୍ତି।

ତେବେ ଜ୍ୟାକି ଶ୍ରଫ ତାଙ୍କର ଦମଦାର ଅଭିନୟ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ କିଣିପାରିଛନ୍ତି। ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ତାଙ୍କର ସବୁ ବର୍ଗର ପ୍ରଶଂସକ ଅଛନ୍ତି। ଏନେଇ ତାଙ୍କୁ ଯିଏ ଯେଉଁଠି ଦେଖନ୍ତି ତାଙ୍କ ସହ ସ୍ମୃତି ରଖିବାକୁ ଚେଷ୍ଟା କରନ୍ତି।

ଜ୍ୟାକି ନିକଟରେ ‘ମସ୍ତ ମେ ରହନେ କା’ରେ ଦମଦାର ଅଭିନୟ କରି ଦର୍ଶକଙ୍କୁ ବେଶ ପ୍ରଭାବିତ କରିଛନ୍ତି। ଏହି ଫିଲ୍ମରେ ତାଙ୍କ ସହିତ ନୀନା ଗୁପ୍ତା ମଧ୍ୟ ନଜର ଆସିଥିଲେ। ଜ୍ୟାକି ଶ୍ରଫ ତାଙ୍କ କ୍ୟାରିୟର୍‌ରେ ‘ହୀରୋ’, ‘ତେରୀ ମେହେରବାନିୟା', 'ଜେଲର', 'ଖଳନାୟକ', 'ରାମ ଲଖନ', 'ରଙ୍ଗୀଲା', 'ଦେବଦାସ' ଏବଂ 'ଦୁଧ କା କର୍ଜ' ଭଳି ଅନେକ ଚଳଚ୍ଚିତ୍ରରେ ଦୃଢ ଅଭିନୟ କରିଛନ୍ତି। ତାଙ୍କର ଆଗାମୀ ଚଳଚ୍ଚିତ୍ରଗୁଡ଼ିକରେ 'ହାଉସଫୁଲ୍ ୫', 'ବେବି ଜନ୍' ଏବଂ 'ସିଙ୍ଘମ୍ ଏଗେନ୍’ ରହିଛି।

Bollywood Viral Video Jackie Shroff
Advertisment
Advertisment