Advertisment

ବଢିଚାଲିଛି ସାଉଥ୍ ସିନେମା ଲୋକପ୍ରିୟତା ; ଭୟରେ ବଲିଉଡ୍‌

ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟତା ବଢୁଥିବାରୁ ଭୟରେ ରହିଛି ବଲିଉଡ୍। କାର୍ତ୍ତିକ ଆର୍ୟନଙ୍କ ପାଇଁ ରିଲିଜ୍ ହେଇ ନଥିଲା ଅଲୁଙ୍କ ଫିଲ୍ମ। ଏବେ ପାନ୍ ଇଣ୍ଡିଆର ଆଉ ଏକ ଫିଲ୍ମ କାର୍ତ୍ତିକ ଆର୍ୟନଙ୍କ ସମସ୍ୟା ବଢ଼ାଇବ।

ଅଦ୍ୟତନ ହୋଇଛି
Increasing the popularity of South Indian Movie

Increasing the popularity of South Indian Movie

Advertisment

ଏବେ ହିନ୍ଦି ଫିଲ୍ମକୁ କଡ଼ା ଟକ୍କର ଦେଉଛି ଦକ୍ଷିଣ ଭାରତୀୟ ସିନେମା। ଏହି ଦୁଇ ଫିଲ୍ମ ଇଣ୍ଡଷ୍ଟ୍ରି ଏବେ ମୁହାଁମୁହିଁ। କାରଣ, ଯେତେବେଳେ ଗୋଟେ ପରେ ଗୋଟେ ହିନ୍ଦି ଫିଲ୍ମ ଫ୍ଲପ୍ ହେଉଛି ସେହି ସମୟରେ ଦକ୍ଷିଣ ଭାରତୀୟ ସିନେମା ଉତ୍ତର ଭାରତରେ ରେକର୍ଡ କରୁଛି। ଖାସକରି ‘ପୁଷ୍ପା’କୁ ଜବରଦସ୍ତ ରେସପନ୍ସ୍ ମିଳିବା ପରେ ବଲିଉଡ୍‌ର ଅକଲ ଗୁଡୁମ୍।

Advertisment

ଅଲୁଙ୍କ ୨୦୨୦ର 'ଆଲା ବୈକୁଣ୍ଠ ପୁରାମୁଲୁ'କୁ ସିନେମା ହଲ୍‌ରେ ରିଲିଜ୍ କରେଇ ଦିଆଗଲାନି। ପରିସ୍ଥିତି ଏପରି ହେଲା କି, ପ୍ରଯୋଜକ ସିନେମାକୁ ଟିଭିରେ ରିଲିଜ୍ କରିବାକୁ ନିଷ୍ପତ୍ତି ନେଲେ। ହେଲେ ଏବେ ଏମିତି କିଛି ହୋଇଛି ଯାହା ପରେ ଲାଗୁଛି, ଅଲୁଙ୍କ ଫିଲ୍ମ୍ ରିଲିଜ୍ ନ କରାଇ ଦେବା ଘଟଣାର ବଦଲା RRR ନେବ।

ଏସ୍‌ଏସ୍‌ ରାଜମୂଲିଙ୍କ ବହୁ ପ୍ରତିକ୍ଷିତ ପାନ୍ ଇଣ୍ଡିଆ ସିନେମା RRR ମାର୍ଚ୍ଚ ୨୫ରେ ରିଲିଜ୍ ହେବ। ଏନେଇ ବିଧିବଦ୍ଧ ନିଷ୍ପତ୍ତି ସରିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ ଲାଗୁଛି ମାର୍ଚ୍ଚ ୨୫ ହିଁ ରିଲିଜ୍‌ର ଫାଇନାଲ୍‌ ଡେଟ୍। RRR କିପରି ଅଲୁଙ୍କ ବଦଲା ନେବ ? ମାର୍ଚ୍ଚ ୨୫ କାହିଁକି ଗୁରୁତ୍ୱପୂର୍ଣ୍ଣ ?

Advertisment

RRR ମାର୍ଚ୍ଚ ୨୫ରେ ରିଲିଜ୍ ହେବ। ଆଉ ସେହିଦିନ ବଡ଼ ପରଦାକୁ ଆସିବ ବଲିଉଡ୍‌ର ଆଉ ଏକ ଚର୍ଚ୍ଚିତ ସିନେମା ‘ଭୁଲ ଭୁଲେୟା-୨’। ଅକ୍ଷୟ କୁମାରଙ୍କ ସୁପର୍‌ହିଟ୍‌ ସିନେମା ‘ଭୁଲ ଭୁଲେୟା’ର ଏ ହେଉଛି ସିକ୍ୱେଲ୍‌। ଏଥର କାର୍ତ୍ତିକ ଅର୍ୟନଙ୍କୁ ଏଥିରେ ଦେଖିବାକୁ ମିଳିବ। ଫିଲ୍ମ୍ କରୋନା କଟକଣା ପାଇଁ ପ୍ରାୟ ବର୍ଷେ ବିଳମ୍ବରେ ପରଦାକୁ ଆସୁଛି। କାର୍ତ୍ତିକ ଓ ବଲିଉଡ୍‌ ପାଇଁ ଏହି ସିନେମା ବେଶ ଗୁରୁତ୍ୱବହନ କରୁଛି। କାରଣ ଅକ୍ଷୟଙ୍କ ଫେମ୍‌କୁ କାର୍ତ୍ତିକ କିପରି ବଞ୍ଚେଇ ରଖିବେ ଫିଲ୍ମରେ ତା’ ଉପରେ ନଜର।

ଅପରପକ୍ଷେ କାର୍ତ୍ତିକ ହିଁ ଅଲୁଙ୍କ ହିଟ୍ ଫିଲ୍ମ 'ଆଲା ବୈକୁଣ୍ଠ ପୁରାମୁଲୁ'ର ରିମେକ୍ ସେହେଜାଦାରେ ଅଭିନୟ କରିଛନ୍ତି। ସେହେଜାଦା ପାଇଁ ହିଁ 'ଆଲା ବୈକୁଣ୍ଠ ପୁରାମୁଲୁ'ର ହିନ୍ଦି ଡବ୍‌କୁ ରିଲିଜ୍ କରାଇ ଦିଆଗଲାନି। କହିବାକୁ ଗଲେ ଆଞ୍ଚଳିକ ଭାଷାର ଏକ ଫିଲ୍ମ ସମ୍ମୁଖରେ ପୁରା ବଲିଉଡ୍ ଏକ ହେଇଗଲା। କଳବଳ ଖଟାଇ ସିନେମା ବଡ଼ ପରଦାକୁ ଆଣିବାକୁ ଦିଆଗଲାନି।

Advertisment

ହେଲେ ସେହି ଆଞ୍ଚଳିକ ଭାଷାରେ ନିର୍ମାଣ ହୋଇଥିବା ଆଉ ଏକ ଫିଲ୍ମ ଏବେ ସିଧା ବଲିଉଡ୍‌ ଆଉ କାର୍ତ୍ତିକଙ୍କୁ ଚ୍ୟାଲେଞ୍ଜ୍‌ କରିବ। RRR ମାର୍ଚ୍ଚ ୧୮ ଅବା ଏପ୍ରିଲ ୨୫ରେ ରିଲିଜ୍ ହେଇଥାନ୍ତା। କିନ୍ତୁ ବହୁ ପ୍ରତିକ୍ଷିତ KGF 2 ଏପ୍ରିଲ ୧୪ରେ ବଡ଼ ପରଦାରେ ଆସୁଥିବାରୁ RRRକୁ ତା’ ପୂର୍ବରୁ ରିଲିଜ୍ କରାଯାଉଛି।

କାର୍ତ୍ତିକ ଆର୍ୟନଙ୍କ ସମ୍ମୁଖରେ ଏବେ ବଡ଼ ସମସ୍ୟା। ଅଲୁଙ୍କ ଫିଲ୍ମ ସିନା ରିଲିଜ୍ ହେଲାନି ହେଲେ RRR ଯେ ତାଙ୍କ ବଡ଼ ବଜେଟ୍ ଫିଲ୍ମ୍ ଆଗରେ ଛିଡ଼ା ହେବ ସେକଥା ବୋଧେ କେହି ଆକଳନ କରି ନଥିବେ। ଏବେ ଦେଖିବାକୁ ବାକି ରହିଲା କାର୍ତ୍ତିକ ନିଜ ଫିଲ୍ମ ଡେଟ୍ ଘୁଞ୍ଚିଇବେ ନା RRRକୁ ଟକ୍କର ଦେବେ।

Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ