Advertisment

'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ ନଜର ଆସିବେ କନ୍ନଡର ଏହି ସୁପରଷ୍ଟାର୍

'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ କିଏ ଅଭିନୟ କରିବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ଏହି ଚରିତ୍ରକୁ ନେଇ କେତେବେଳେ ରଣବୀର ସିଂହଙ୍କ ନାମ ଆସିଛି ତ ପୁଣି କେତେବେଳେ ହ୍ରିତିକ ରୋଶନ। ଏବେ ଏମିତି ଜଣେ ସୁପରଷ୍ଟାରଙ୍କ ନାମ ଆସିଛି ଯାହାକୁ ନେଇ ତାଙ୍କ ପ୍ରଶଂସକଙ୍କ ଖୁସି ସୀମା ପାର ହୋଇଯିବ।

ଅଦ୍ୟତନ ହୋଇଛି
Brahmastra 2

In Brahmastra-2 not Ranveer Singh but KGF star Yash to play

Advertisment

ରଣବୀର କପୁର ଅଭିନୀତ ଫିଲ୍ମ ‘ବ୍ରହ୍ମାସ୍ତ୍ର ପାର୍ଟ ୱାନ୍: ଶିବା’ ଦର୍ଶକଙ୍କ ମନରେ ଏକ ଉତ୍ସାହଜନକ ପ୍ରଶ୍ନ ଛାଡିଦେଇଛି ଯେ ଏହାର ସିକ୍ୱେଲ୍‌ରେ କିଏ ‘ଦେବ’ ଭୂମିକାରେ ଅଭିନୟ କରିବ।

Advertisment

ରଣବୀର ସିଂହ ଏହି ଭୂମିକାରେ ଅଭିନୟ କରିବାର ସମ୍ଭାବନା ଥିବା ଅନେକ ରିପୋର୍ଟ କହୁଥିବା ବେଳେ ବର୍ତ୍ତମାନ ଏକ ନୂଆ ରିପୋର୍ଟ ଆସିଛି। ଏଥିରେ କୁହାଯାଇଛି ଯେ 'ବ୍ରହ୍ମାସ୍ତ୍ର ୨'ରେ ଦେବ ଭୂମିକାରେ ଅଭିନୟ କରିବା ନେଇ ଷ୍ଟାର୍ ମିଳିଯାଇଛି। କୁହାଯାଉଛି ଯେ ଏଥିରେ ଦେବ ଭୂମିକାରେ ଅଭିନୟ କରିବା ନେଇ କେଜିଏଫ୍ ତାରକା ୟଶଙ୍କ ସହ ଯୋଗାଯୋଗ କରାଯାଇଛି।

ଅଧିକ ପଢ଼ନ୍ତୁ: OTT ଦୁନିଆରେ ପ୍ରବେଶ କଲା 'ବ୍ରହ୍ମାସ୍ତ୍ର: ଶିବା'

କୁହାଯାଉଛି ଯେ, “‘ବ୍ରହ୍ମାସ୍ତ୍ର ୨’ ହେଉଛି ଆଧୁନିକ-ପୌରାଣିକ କଥାବସ୍ତୁର ଆଉ ଏକ ମହାନ ଅଭିବ୍ୟକ୍ତି ଏବଂ ଏଥିରେ ଦେବ ଭଳି ଏକ ଶକ୍ତିଶାଳୀ ଚରିତ୍ରରେ ଅଭିନୟ କରିବାକୁ ୟଶଙ୍କୁ ପ୍ରସ୍ତାବ ଦିଆଯାଇଛି। ଅନ୍ୟାନ୍ୟ ପ୍ରୋଜେକ୍ଟ ପରି, ଏହି ଚଳଚ୍ଚିତ୍ରଟି ମଧ୍ୟ କେଜିଏଫ୍ ତାରକାଙ୍କ ତାଲିକାରେ ଅଛି ଏବଂ ଆଶା କରାଯାଉଛି ଯେ ସେ ଜାନୁଆରୀ ୨୦୨୩ ଅର୍ଥାତ୍ ତାଙ୍କ ଜନ୍ମଦିନ ସୁଦ୍ଧା ନିଷ୍ପତ୍ତି ନେବେ।”

Advertisment

ହିନ୍ଦୀ ବେଲ୍ଟରେ ମଧ୍ୟ ୟଶଙ୍କ ଲୋକପ୍ରିୟତା ରହିଛି। ବିଶେଷକରି କେଜିଏଫ୍‌ର ସଫଳତା ପରେ, ଯଦି କନ୍ନଡ ଅଭିନେତା 'ବ୍ରହ୍ମାସ୍ତ୍ର ୨'ର ଅଂଶ ହେବାକୁ ନିଷ୍ପତ୍ତି ନିଅନ୍ତି ତେବେ ତାଙ୍କ ପ୍ରଶଂସକମାନେ ନିଶ୍ଚିତ ଆନନ୍ଦିତ ହେବେ। ଏହା ପୂର୍ବରୁ ଗଣମାଧ୍ୟମ ରିପୋର୍ଟରେ ଦର୍ଶାଯାଇଛି ଯେ ରଣବୀର ସିଂହ 'ବ୍ରହ୍ମାସ୍ତ୍ର ପାର୍ଟ ୨ : ଦେବ'ରେ ‘ଦେବ’ ଭୂମିକାରେ ଅଭିନୟ କରିବେ।

ଚଳିତ ବର୍ଷ ସେପ୍ଟେମ୍ବରରେ କିଛି ରିପୋର୍ଟରେ ଏହା ମଧ୍ୟ କୁହାଯାଇଥିଲା ଯେ ଆୟାନ ମୁଖାର୍ଜୀ ନିର୍ଦ୍ଦେଶନାରେ ହ୍ରିତିକ ରୋଶନ ‘ଦେବ’ ଭୂମିକାରେ ଅଭିନୟ କରିପାରନ୍ତି। ସେ କିନ୍ତୁ ନିଜେ ଏଭଳି ରିପୋର୍ଟକୁ ଖଣ୍ଡନ କରି ଏହାକୁ କେବଳ 'ଗୁଜବ' ବୋଲି କହିଥିଲେ।

Advertisment

ବର୍ତ୍ତମାନ ଏହା ମଧ୍ୟ କୁହାଯାଉଛି ଯେ ଦୀପିକା ପାଦୁକୋନ 'ବ୍ରହ୍ମାସ୍ତ୍ର ୨'ରେ ଅର୍ପିତା ବା ରଣବୀର କପୁରଙ୍କ ମା’ ଭୂମିକାରେ ଅଭିନୟ କରିପାରନ୍ତି। ତେବେ ଏପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇ ନାହିଁ। ତେବେ ଏହା କେତେ ସତ ଓ କେତେ ମିଛ ଏହା କେବଳ ଆୟାନ୍ ମୁଖାର୍ଜୀ ପ୍ରକାଶ କରିପାରିବେ।

Yash Bollywood Ranveer Singh Hritik Roshan Bramhastra Brahmastra 2
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ