Advertisment

ରଣବୀରଙ୍କୁ ବିବାହ ପରେ ବି ଆଉ କାହା ସହ ରିଲେସନରେ ଅଛନ୍ତି କି ଦୀପିକା ?

ଲୋକମାନେ ଯାହା କଲେ ବି ଟ୍ରୋଲ କରିବେ। ଏହା ଅତି ସାଧାରଣ କଥା। ଏଥିରେ କ’ଣ ଅସୁବିଧା ଅଛି?

ଅଦ୍ୟତନ ହୋଇଛି
Deepika Padukone Dating

Deepika Padukone Dating

Advertisment

ଗତବର୍ଷ କରଣ ଜୋହରଙ୍କ ଚାଟ୍ ସୋ 'କଫି ୱିଥ୍ କରନ୍ ସିଜନ୍-୮'ରେ ଦୀପିକା ପାଦୁକୋନ୍ ଏବଂ ରଣଭୀର ସିଂଙ୍କ ଉପସ୍ଥିତି ନେଇ ଅନେକ ଚର୍ଚ୍ଚା ହୋଇଇଥିଲା। ଦୁହେଁ ଏଭଳି ବିବୃତ୍ତି ଦେଇଥିଲେ, ଯାହା ପରେ ଉଭୟଙ୍କୁ ବିଶେଷ କରି ଦୀପିକାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଥିଲା।

Advertisment

ଦୀପିକା ପାଦୁକୋନ ଗୋଟିଏ ସେଗମେଣ୍ଟରେ କହିଥିଲେ ଯେ ସେ ରଣଭୀରଙ୍କ ପାଇଁ ସିରିୟସ ନୁହଁନ୍ତି। ତାଙ୍କ ସହ ରିଲେସନରେ ଥିବାବେଳେ ସେ ଅନ୍ୟ ଅନେକ ଲୋକଙ୍କ ସହ ମଧ୍ୟ ଡେଟ କରିଥିଲେ। ତଥାପି, ଶେଷରେ ଦୁହେଁ ପରସ୍ପରକୁ ଭଲ ପାଉଥିଲେ। ଏହି ବିବୃତ୍ତି ପରେ ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହା ପରେ ଦୀପିକାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ କରିଥିଲେ ଫ୍ୟାନ୍ସ।

ତେବେ ଏହି ଘଟଣା ନେଇ ପ୍ରତିକ୍ରିୟା ଦେଇଛନ୍ତି ହୁମା କ୍ୟୁରେସି। ସେ ଦୀପିକାଙ୍କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଯେ ଲୋକମାନେ ଯାହା କଲେ ବି ଟ୍ରୋଲ କରିବେ। ଏହା ଅତି ସାଧାରଣ କଥା। ଏଥିରେ କ’ଣ ଅସୁବିଧା ଅଛି? ଆମେ ଏକ ଟ୍ରୋଲିଂ କଲଚରରେ ରହିଛୁ। ତୁମେ କଳା ରଙ୍ଗର ପୋଷାକ ପିନ୍ଧିଥିଲେ ମଧ୍ୟ ଲୋକ ତୁମକୁ ଟ୍ରୋଲ୍ କରିବେ। କଳା ପୋଷାକ ନପିନ୍ଧିଥିଲେ ବି ଟ୍ରୋଲ୍ କରିବେ।

Advertisment

ତେବେ ଖୁବ ଶୀଘ୍ର ମହାରାଣୀ-୩ରେ ହୁମା କ୍ୟୁରେସି ନଜର ଆସିବେ । ଗତ ମାସରେ ଏହି ସିରିଜର ଟିଜର ରିଲିଜ ହୋଇଥିଲା। ତେବେ ଏହାର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

Deepika Padukone Ranveer Singh Huma Qureshi Dating
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ