Advertisment

Box Office Collection: ଟଙ୍କା ଛାପୁଛି କୁଲି, ସମାଲୋଚନା ସତ୍ତ୍ବେ ପଛରେ ପଡ଼ିନି ୱାର ୨

‘ଓ୍ଵାର ୨’ ପ୍ରଥମ ଦିନ ୮୦ କୋଟି ଟଙ୍କାର ବିଶ୍ଵବ୍ୟାପୀ କଲେକ୍ସନ କରିଥିଲା। ଦ୍ଵିତୀୟ ଦିନରେ ଏହା ୭୫ କୋଟି ଟଙ୍କାକୁ ପହଞ୍ଚିଥିଲା। ବିଶ୍ଵବ୍ୟାପୀ କଲେକ୍ସନକୁ ଦେଖିଲେ ଫିଲ୍ମଟି ଏପର୍ଯ୍ୟନ୍ତ ୧୫୫ କୋଟି ଟଙ୍କା ରୋଜଗାର କରିଛି। ଦୁଇ ଦିନର ତୁଳନାରେ ‘ଓ୍ଵାର ୨’ର ଘରୋଇ ଏବଂ ବିଶ୍ଵବ୍ୟାପୀ କଲେକ୍ସନରେ ବଡ଼ ଅନ୍ତର ଦେଖାଯାଇଛି।

hrithik roshan

hrithik roshan

Advertisment

ହ୍ରିତିକ ରୋଶନ, ଜୁନିୟର ଏନଟିଆର ଏବଂ କିଆରା ଆଡ଼ଭାନୀଙ୍କ ଫିଲ୍ମ ‘ଓ୍ଵାର ୨’ ସ୍ଵାଧୀନତା ଦିବସ ସପ୍ତାହରେ ରିଲିଜ୍ ହୋଇଥିଲା। ନିର୍ମାତାମାନେ ଚାହୁଁଥିଲେ ଏହି ଛୁଟିର ଫାଇଦା ଫିଲ୍ମକୁ ମିଳୁ । ରିଲିଜ୍ ପୂର୍ବରୁ ଯେଉଁପ୍ରକାର ମାହୋଲ ତିଆର ହେଲା ଲାଗୁଥିଲା ଫିଲ୍ମକୁ ଛୁଟିର ଖାସ ଲାଭ ମିଳିବ ନାହିଁ। କିନ୍ତୁ ତାହା ହେଲାନି ‘ଓ୍ଵାର ୨’ ଅଗଷ୍ଟ ୧୫ର ଛୁଟି ଦିନରେ ଭଲ ବ୍ୟବସାୟ କରିଥିଲା।

Advertisment

ଶୁକ୍ରବାର ଅର୍ଥାତ୍ ୧୫ ଅଗଷ୍ଟ ଦିନ ଫିଲ୍ମଟି ୫୬.୫ କୋଟି ଟଙ୍କାର କଲେକ୍ସନ କରିଥିଲା। ଫିଲ୍ମଟି ପ୍ରାୟ ୫୧ କୋଟି ଟଙ୍କାର ଓପନିଂ ହାସଲ କରିଥିଲା। ‘ଓ୍ଵାର ୨’ ମାତ୍ର ଦୁଇ ଦିନରେ ୧୦୦ କୋଟି ଟଙ୍କାରୁ ଅଧିକ ଆୟ କରିଛି । ଏହା ଫିଲ୍ମର ଘରୋଇ କଲେକ୍ସନ।

‘ଓ୍ଵାର ୨’ ପ୍ରଥମ ଦିନ ୮୦ କୋଟି ଟଙ୍କାର ବିଶ୍ଵବ୍ୟାପୀ କଲେକ୍ସନ କରିଥିଲା। ଦ୍ଵିତୀୟ ଦିନରେ ଏହା ୭୫ କୋଟି ଟଙ୍କାକୁ ପହଞ୍ଚିଥିଲା। ବିଶ୍ଵବ୍ୟାପୀ କଲେକ୍ସନକୁ ଦେଖିଲେ ଫିଲ୍ମଟି ଏପର୍ଯ୍ୟନ୍ତ ୧୫୫ କୋଟି ଟଙ୍କା ରୋଜଗାର କରିଛି। ଦୁଇ ଦିନର ତୁଳନାରେ ‘ଓ୍ଵାର ୨’ର ଘରୋଇ ଏବଂ ବିଶ୍ଵବ୍ୟାପୀ କଲେକ୍ସନରେ ବଡ଼ ଅନ୍ତର ଦେଖାଯାଇଛି। ଭାରତରେ ଫିଲ୍ମର ରୋଜଗାରରେ ବୃଦ୍ଧି ହୋଇଛି, କିନ୍ତୁ ଆନ୍ତର୍ଜାତୀୟ ବଜାରରେ ଫିଲ୍ମଟି ଖସି ଯାଇଛି। କୁହାଯାଉଛି ଯେ ଏହା ଫିଲ୍ମର ହିନ୍ଦୀ ସଂସ୍କରଣ ଯୋଗୁଁ ହୋଇଛି।

Advertisment

‘ଓ୍ଵାର ୨’ର ନିର୍ମାତାମାନେ ଦକ୍ଷିଣ ଭାରତର ବଜାରକୁ ଟାର୍ଗେଟ କରିବାକୁ ଚାହୁଁଥିଲେ। ଏହି କାରଣରୁ ସେମାନେ ହ୍ରିତିକ ରୋଶନଙ୍କ ସାମନାରେ ଜୁନିୟର ଏନଟିଆରଙ୍କୁ କାଷ୍ଟ କରିଥିଲେ। ନିର୍ମାତାମାନେ ହାଇଦ୍ରାବାଦରେ ପ୍ରି-ରିଲିଜ୍ ଇଭେଣ୍ଟ ମଧ୍ୟ ଆୟୋଜନ କରିଥିଲେ ଯାହା ଦ୍ଵାରା ସେହି ଅଞ୍ଚଳରେ ଉତ୍ସାହ ସୃଷ୍ଟି ହେବ। ତାଙ୍କର ଏହି ଏକ୍ସପେରିମେଣ୍ଟ କିଛି ପରିମାଣରେ ସଫଳ ହୋଇଥିଲା। କାରଣ ଭାରତ ବାହାରେ ଫିଲ୍ମର ତେଲୁଗୁ ସଂସ୍କରଣ ହିନ୍ଦୀ ସଂସ୍କରଣଠାରୁ ଅଧିକ ରୋଜଗାର କରୁଛି, ଯେତେବେଳେ ଭାରତରେ ହିନ୍ଦୀ ସଂସ୍କରଣ ଆଗରେ ରହିଛି।

ଦୁଇଟି ବଡ଼ କାରଣ ଯୋଗୁଁ ‘ଓ୍ଵାର ୨’ର ରୋଜଗାର ପୂର୍ବ ୟଶରାଜ ଫିଲ୍ମ ଭଳି ହେଇପାରୁନି । ପ୍ରଥମ କାରଣ ହେଉଛି ଲୋକେଶ କନଗରାଜ ଏବଂ ରଜନୀକାନ୍ତଙ୍କ ଫିଲ୍ମ ‘କୁଲି’। ଏହି ଫିଲ୍ମ ମଧ୍ୟ ‘ଓ୍ଵାର ୨’ ସହିତ ସିନେମା ହଲ୍‌ରେ ରିଲିଜ୍ ହୋଇଛି। ଫିଲ୍ମଟିକୁ ମିଶ୍ରିତ ସମୀକ୍ଷା ମିଳିଥିଲେ ମଧ୍ୟ, ରଜନୀକାନ୍ତଙ୍କ ଷ୍ଟାରଡମ ଯୋଗୁଁ ଫିଲ୍ମଟି ଦମଦାର ବ୍ୟବସାୟ କରୁଛି। ଅନ୍ୟ କାରଣ ହେଉଛି ଯେ ‘ଓ୍ଵାର ୨’କୁ ସକାରାତ୍ମକ ସମୀକ୍ଷା ମିଳି ନାହିଁ। ଲୋକମାନେ ଫିଲ୍ମର କାହାଣୀକୁ ଦୁର୍ବଳ ବୋଲି କହିଛନ୍ତି ଏବଂ VFXର ସମାଲୋଚନା କରିଛନ୍ତି।

Advertisment

ଟ୍ରେଡ ବିଶେଷଜ୍ଞମାନେ ଅନୁମାନ କରିଥିଲେ ଯେ ‘ଓ୍ଵାର ୨’କୁ ୩୦-୩୫ କୋଟି ଟଙ୍କା ମଧ୍ୟରେ ଓପନିଂ ମିଳିବ। କିନ୍ତୁ ଫିଲ୍ମଟି ସମସ୍ତ ଅନୁମାନକୁ ଉପର-ତଳ କରି ୫୦ କୋଟି ଟଙ୍କାରୁ ଅଧିକ ଓପନିଂ କରିଥିଲା । ସେପଟେ କୁଲି ୱାଲର୍ଡ ୱାଇଡ୍ ୨୪୦ କୋଟିରୁ ଅଧିକ କଲେକ୍ସନ କରିଛି ।

Hritik Roshan Junior NTR
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ