Advertisment

Fighter: 'ଫାଇଟର୍' ରିଲିଜ୍ ପୂର୍ବରୁ ହ୍ରିତିକ୍‌ଙ୍କୁ ବଡ଼ ଝଟ୍‌କା; ଏଠି ହୋଇପାରିବନି ରିଲିଜ୍ !

ହ୍ରିତିକ୍ ରୋଶନ୍‌ଙ୍କ ଫିଲ୍ମ 'ଫାଇଟର୍' ରିଲିଜ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏହି ସମୟରେ 'ଫାଇଟର୍'ର ନିର୍ମାତା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ-ପୂର୍ବର ଅନେକ ଦେଶ ବ୍ୟାନ୍ କରିଛନ୍ତି।

ଅଦ୍ୟତନ ହୋଇଛି
Hrithik roshan film fighter banned

Hrithik roshan deepika padukone film fighter banned in gulf countries

Advertisment

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଏରିୟଲ୍‌ ଆକ୍ସନ୍ ଫିଲ୍ମ 'ଫାଇଟର୍'କୁ ନେଇ ଖୁବ୍ ଜୋର୍ ଆଲୋଚନା ଚାଲିଛି। ଖୁବ୍ ଶୀଘ୍ର ଏହି ଚଳଚ୍ଚିତ୍ର ପ୍ରେକ୍ଷାଳୟକୁ ଆସିବ। ଏହି ଚଳଚ୍ଚିତ୍ରଟି ଆଗୁଆ ବୁକିଂରେ ମଧ୍ୟ ଜବରଦସ୍ତ ରୋଜଗାର କରୁଛି। ରିଲିଜ୍ ପାଇଁ କେବଳ ଗୋଟିଏ ଦିନ ବାକି ଅଛି। ଏହି ସମୟରେ 'ଫାଇଟର୍'ର ନିର୍ମାତା ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ହ୍ରିତିକ ରୋଶନଙ୍କ ଏହି ଫିଲ୍ମକୁ ମଧ୍ୟ ପୂର୍ବର ଅନେକ ଦେଶ ବ୍ୟାନ୍ କରିଛନ୍ତି।

Advertisment

ଚଳଚ୍ଚିତ୍ର ବ୍ୟବସାୟ ବିଶେଷଜ୍ଞ ତଥା ନିର୍ମାତା ଗିରିଶ ଜୋହର କହିଛନ୍ତି ଯେ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ବ୍ୟତୀତ ସମସ୍ତ ମଧ୍ୟ ପୂର୍ବ ଦେଶରେ ହ୍ରିତିକ ରୋଶନଙ୍କ ଫିଲ୍ମ 'ଫାଇଟର୍'କୁ ବ୍ୟାନ୍ କରାଯାଇଛି। ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଏକ୍ସ (ଟ୍ୱିଟର) ରେ ଏକ ପୋଷ୍ଟ ଶେୟାର କରିବାବେଳେ ସେ ଏହି ସୂଚନା ଦେଇଛନ୍ତି। ସେ ଏହି ପୋଷ୍ଟ୍‌ରେ ଲେଖିଛନ୍ତି, “ମଧ୍ୟ ପୂର୍ବର ଅନେକ ଦେଶରେ 'ଫାଇଟର୍'କୁ ସରକାରୀ ଭାବେ ବ୍ୟାନ୍ କରାଯାଇଛି। ଏହି ଚଳଚ୍ଚିତ୍ରଟି ୟୁଏଇ ପ୍ରେକ୍ଷାଳୟରେ PG15 ବର୍ଗୀକରଣ ସହିତ ମୁକ୍ତିଲାଭ କରିବ।”

ଅଧିକ ପଢ଼ନ୍ତୁ: ଏହିଦିନ ରିଲିଜ୍ ହେବ କଙ୍ଗନାଙ୍କ 'ଏମର୍‌ଜେନ୍‌ସୀ'; ଫ୍ଲପ୍ ହେବ ନି ତ…

Advertisment

ହିନ୍ଦୁସ୍ତାନ ଟାଇମ୍ସର ଏକ ରିପୋର୍ଟରେ କୁହାଯାଇଛି ଯେ ଚଳଚ୍ଚିତ୍ର ଟିମ୍ ସହ ଜଡିତ ଏକ ଉତ୍ସ ନିଶ୍ଚିତ କରିଛି ଯେ ୟୁଏଇ ବ୍ୟତୀତ ଅନ୍ୟ ସମସ୍ତ ଗଲ୍ଫ ଦେଶରେ 'ଫାଇଟର୍' ରିଲିଜ୍ ଉପରେ ପ୍ରତିବନ୍ଧକ ଲଗାଯାଇଛି। ତେବେ ନିର୍ମାତା ଏପର୍ଯ୍ୟନ୍ତ ଏ ବାବଦରେ ନିଜର ମତ ପ୍ରକାଶ କରିନାହାଁନ୍ତି।

Advertisment

ଯଦିଓ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର୍' ଗଲ୍ଫ ଦେଶର ସେନ୍ସର ବୋର୍ଡ ତରଫରୁ ସବୁଜ ସଙ୍କେତ ପାଇ ନାହିଁ, ଏହି ଚଳଚ୍ଚିତ୍ରଟି ୨୫ ଜାନୁଆରୀରେ ଭାରତୀୟ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ପ୍ରସ୍ତୁତ ଅଛି।

ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ବ୍ୟତୀତ ଅନିଲ କପୁର, କରଣ ସିଂହ ଗ୍ରୋଭର ଏବଂ ସଞ୍ଜୀଦା ଶେଖଙ୍କ ଭଳି ତାରକା ଭାରତୀୟ ବାୟୁସେନା ଉପରେ ଆଧାରିତ ଏହି ଚମତ୍କାର ଆକ୍ସନ୍ ଫିଲ୍ମରେ ନଜର ଆସିବେ। ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଛି, ଯିଏକି ବର୍ତ୍ତମାନ ପର୍ଯ୍ୟନ୍ତ ଅନେକ ସୁପରହିଟ୍ ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି।

ଗତ ବର୍ଷ ୨୦୨୩ ମସିହାରେ ଶାହରୁଖ ଖାନ ଫିଲ୍ମ 'ପଠାନ' ସହିତ ରୂପେଲି ପରଦାକୁ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲେ। ଏହି ଚଳଚ୍ଚିତ୍ରଟି ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା। ରିଲିଜ୍ ହେବା ପରେ ‘ପଠାନ୍’ ସାରା ବିଶ୍ୱରେ ୧୦୫୦ କୋଟି ଟଙ୍କା ରୋଜଗାର କରିଥିଲା।

ଅଧିକ ପଢ଼ନ୍ତୁ: ସବୁଜ ସଙ୍କେତ; 'ଗଦର ୩' ପାଇଁ ଅଣ୍ଟା ଭିଡିଲେଣି ସନ୍ନି-ଅନିଲ

Bollywood Hritik Roshan Fighter
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ