Advertisment

ଟ୍ୱିଟର୍‌ରୁ ଗ୍ରୀନ୍ ସିଗ୍‌ନାଲ୍‌, ସବା ଆଜାଦଙ୍କୁ ବାହାହେବେ ହ୍ରିତିକ୍ ରୋଶନ

ହ୍ରିତିକ୍ ରୋଶନଙ୍କୁ ନେଇ ଏକ ଟ୍ୱିଟ୍ ଭାଇରାଲ ହେଉଛି। ଏଥିରୁ ଜଣାଯାଇଛି ଯେ ହ୍ରିତିକ୍ ଚଳିତ ବର୍ଷ ଶେଷରେ ତାଙ୍କ ପ୍ରେମିକା ସବା ଆଜାଦଙ୍କୁ ବିବାହ କରିପାରନ୍ତି। ଏହି ଟ୍ୱିଟ୍ ଭାଇରାଲ ହେବା ପରେ ବଲିଉଡ୍‌ ତଥା ହ୍ରିତିକଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ଦେଖାଦେଇଛି।

ଅଦ୍ୟତନ ହୋଇଛି
Hrithik Roshan and Saba Azad will Merry In November

Hrithik Roshan and Saba Azad will merry in November

Advertisment

ବଲିଉଡ୍‌ର ମାଚୋ ମ୍ୟାନ୍ ତଥା ହ୍ୟାଣ୍ଡ୍‌ସମ୍ ହଙ୍କ୍‌ କୁହାଯାଉଥିବା ହ୍ରିତିକ୍ ରୋଶନଙ୍କୁ ନେଇ ଏକ ଟ୍ୱିଟ୍ ଭାଇରାଲ ହେବାରେ ଲାଗିଛି। ଏଥିରୁ ଜଣାଯାଇଛି ଯେ ହ୍ରିତିକ୍ ଚଳିତ ବର୍ଷ ଶେଷରେ ତାଙ୍କ ପ୍ରେମିକା ସବା ଆଜାଦଙ୍କୁ ବିବାହ କରିପାରନ୍ତି। ଏହି ଟ୍ୱିଟ୍ ଭାଇରାଲ ହେବା ପରେ ବଲିଉଡ୍‌ ତଥା ହ୍ରିତିକଙ୍କ ପ୍ରଶଂସକଙ୍କ ମଧ୍ୟରେ ଆଲୋଡ଼ନ ଦେଖାଦେଇଛି।

Advertisment

ଛାଡପତ୍ର ପରେ ହ୍ରିତିକ ଏବଂ ସୁଜୈନ କୋ-ପ୍ୟାରେଟିଙ୍ଗ ଭାବେ ସେମାନଙ୍କର ଦୁଇ ସନ୍ତାନଙ୍କୁ ପାଳୁଛନ୍ତି। ଏହା ସହିତ ଉଭୟ ନିଜ ବ୍ୟକ୍ତିଗତ ଜୀବନକୁ ଖୋଲାଖୋଲି ଉପଭୋଗ ମଧ୍ୟ କରୁଛନ୍ତି। ହ୍ରିତିକ ଜୀବନସାଥୀ ଭାବେ ସବାଙ୍କୁ ପାଇଥିବା ବେଳେ ସୁସୈନ ମଧ୍ୟ ଅର୍ସଲାନ୍‌ ଗୋନିଙ୍କୁ ନେଇ ବହୁତ ଖୁସି ଅଛନ୍ତି। ବଲିଉଡ୍‌ ପାର୍ଟୀରେ ଉଭୟଙ୍କୁ ପ୍ରାୟ ଏକାଠି ଦେଖିବାକୁ ମିଳେ।

ଅଧିକ ପଢ଼ନ୍ତୁ: ପ୍ରଶଂସକଙ୍କୁ ପାଗଳ କରୁଛି ହ୍ରିତିକ୍‌ଙ୍କ ୮ ପ୍ୟାକ୍ ଆବ୍‌ସ

ନିକଟରେ Bollywoodkinews ନାମକ ଅଫିସିଆଲ ଟ୍ୱିଟର୍‌ ଆକାଉଣ୍ଟରେ କରାଯାଇଥିବା ଏକ ଟ୍ୱିଟ୍‌ରେ କୁହାଯାଇଛି ଯେ ହ୍ରିତିକ ଏବଂ ସବା ଚଳିତ ବର୍ଷ ନଭେମ୍ବରରେ ବାହା ହେବାକୁ ଯାଉଛନ୍ତି। ହ୍ରିତିକ ଦୀର୍ଘ ଦିନ ଧରି ସବାଙ୍କ ସହ ଖୁସିରେ ଅଛନ୍ତି ଏବଂ ସେମାନଙ୍କର ବଣ୍ଡିଂ ଏବଂ କେମେଷ୍ଟ୍ରୀ ମଧ୍ୟ ଦେଖିବା ଭଳି। କୁହାଯାଉଛି ଯେ ହ୍ରିତିକ ଏବଂ ସବାଙ୍କ ପରିବାର ଏହି ସମ୍ପର୍କକୁ ନେଇ ବହୁତ ଖୁସି ଏବଂ ଉଭୟ ପରିବାର ଏହି ସମ୍ପର୍କକୁ ପକ୍କା କରିବାକୁ ସମ୍ମତି ଦେଇଛନ୍ତି।

Advertisment

ପୂର୍ବରୁ ହ୍ରିତିକ ଏବଂ ସବା ଏକାଠି ସାମ୍ନାକୁ ଆସିବା ନେଇ ଲାଜ କରୁଥିଲେ, କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ଖୋଲାଖୋଲି ଭାବେ ଦେଖାଯାଉଛି। ଅନେକ ବଲିଉଡ ପାର୍ଟୀରେ ହ୍ରିତିକ ସବାଙ୍କ ହାତ ଧରି ବୁଲୁଥିବାର ନଜର ଆସନ୍ତି। ଅନ୍ୟପକ୍ଷରେ, ହ୍ରିତିକଙ୍କ ଦୁଇ ପୁଅ ମଧ୍ୟ ସବାଙ୍କ ସହିତ ଖୁବ ଆରାମ ଅନୁଭବ କରୁଛନ୍ତି ଏବଂ ପରିବାର ମଧ୍ୟରେ ସବାଙ୍କର ଭଲ ବଣ୍ଡିଂ ମଧ୍ୟ ରହିଛି। ଏସବୁକୁ ନେଇ ଅନୁମାନ କରାଯାଉଛି ଯେ ସବା ଖୁବ୍ ଶୀଘ୍ର ରୋଶନ ପରିବାରର ଏକ ଅଂଶ ହୋଇପାରନ୍ତି।

Advertisment

ତେବେ ଏହି ଭାଇରାଲ୍ ଟ୍ୱିଟ୍‌କୁ ନେଇ ଏପର୍ଯ୍ୟନ୍ତ କିଛି ନିଶ୍ଚିତ ହୋଇନାହିଁ। ଅନ୍ୟପକ୍ଷରେ, ସବା ଏବଂ ହ୍ରିତିକ ମଧ୍ୟ ଏହି ପ୍ରସଙ୍ଗରେ ଆନୁଷ୍ଠାନିକ ଭାବେ କିଛି କହି ନାହାଁନ୍ତି। ତେବେ ଏହା ସମସ୍ତଙ୍କୁ ଜଣା ଯେ ବଲିଉଡ୍‌ରେ ବିବାହର ତାରିଖ କେବଳ ଶେଷ ମୁହୂର୍ତ୍ତରେ ହିଁ ସାମ୍ନାକୁ ଆସିଥାଏ।

ଏହାରି ଭିତରେ ହ୍ରିତିକ ଏବଂ ସବାଙ୍କୁ ନେଇ ଆଲୋଚନା ହେଉଛି ଯେ ଉଭୟ ପରସ୍ପରକୁ ପସନ୍ଦ କରିବା ପରେ ଏହି ସୁନ୍ଦର ଦମ୍ପତି ଶେଷରେ ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି। କାମର କଥା କହିବାକୁ ଗଲେ ହ୍ରିତିକଙ୍କ ପରବର୍ତ୍ତୀ ଫିଲ୍ମ ହେଉଛି ‘ଫାଇଟର୍’। ତାଙ୍କ ସହିତ ଦୀପିକା ପାଦୁକୋନ ଏହି ଫିଲ୍ମରେ ନଜର ଆସିବେ।

ପ୍ରକାଶଥାଉ ଯେ କରଣ ଜୋହର ତାଙ୍କର ୫୦ତମ ଜନ୍ମଦିନରେ ଏକ ବଡ ପାର୍ଟୀ ଦେଇଥିଲେ। ଏଥିରେ ହ୍ରିତିକ ରୋଶନଙ୍କୁ ସବା ଆଜାଦଙ୍କ ସହ ଦେଖିବାକୁ ମିଳିଥିଲା। ସେ ତାଙ୍କ ହାତ ଧରି ବୁଲୁଥିଲେ। କୁହାଯାଉଛି ଯେ ହ୍ରିତିକ ସବାଙ୍କୁ ପ୍ରେମିକା ବୋଲି କହି ପାର୍ଟିରେ ସମସ୍ତ ସହ ପରିଚିତ କରାଉଥିଲେ। ଏଭଳି ପରିସ୍ଥିତିରେ ଅନୁମାନ ମଧ୍ୟ କରାଯାଉଛି ଯେ ଏହି ସୁନ୍ଦର ଦମ୍ପତି ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି।

Bollywood Hritik Roshan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ