Advertisment

ପରଦାରେ ଧୁମ୍ ମଚେଇବେ ହ୍ରିତିକ ଓ ଦୀପିକା

ବହୁ ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବଡ ପରଦାରେ ଏକାଠି ନଜର ଆସିବେ ହ୍ରିତିକ ଓ ଦୀପିକା । ବହୁ ପ୍ରତିକ୍ଷିତ ଫିଲ୍ମ ଫାଇଟର୍'ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଫିଲ୍ମଟି ୨୦୨୩ ଜାନୁଆରୀ ୨୬ରେ ରିଲିଜ ହେବାକୁ ଯାଉଛି । ଏନେଇ ଶୁକ୍ରବାର ଫିଲ୍ମର ନିର୍ମାତା ଏହି ଘୋଷଣା କରିଛନ୍ତି ।

ଅଦ୍ୟତନ ହୋଇଛି
ପରଦାରେ ଧୁମ୍ ମଚେଇବେ ହ୍ରିତିକ ଓ ଦୀପିକା

hritik and dipika

Advertisment

ବହୁ ପ୍ରତିକ୍ଷାର ଅନ୍ତ ହେବାକୁ ଯାଉଛି । ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ବଡ ପରଦାରେ ଏକାଠି ନଜର ଆସିବେ ହ୍ରିତିକ ଓ ଦୀପିକା । ବହୁ ପ୍ରତିକ୍ଷିତ ଫିଲ୍ମ ଫାଇଟର୍'ର ରିଲିଜ୍ ଡେଟ୍ ଘୋଷଣା କରାଯାଇଛି । ଫିଲ୍ମଟି ୨୦୨୩ ଜାନୁଆରୀ ୨୬ରେ ରିଲିଜ ହେବାକୁ ଯାଉଛି । ଏନେଇ ଶୁକ୍ରବାର ଫିଲ୍ମର ନିର୍ମାତା ଏହି ଘୋଷଣା କରିଛନ୍ତି । 

Advertisment

ସୂଚନା ଅନୁସାରେ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଫିଲ୍ମ'ଫାଇଟର' ୨୦୨୨ ସେପ୍ଟେମ୍ବରରେ ରିଲିଜ୍ ହେବାର ଥିଲା। କରୋନା ମହାମାରୀ ବେଳେ ଏହି ଫିଲ୍ମ ମାଧ୍ୟମରେ ଭାରତୀୟ ସଶସ୍ତ୍ର ବାହିନୀର ବୀରତ୍ୱ, ବଳିଦାନ ଏବଂ ଦେଶପ୍ରେମକୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି ।

'ବ୍ୟାଙ୍ଗ ବ୍ୟାଙ୍ଗ୍' ଏବଂ 'ୱାର' ଭଳି ସଫଳ ଫିଲ୍ମ ନିର୍ମାଣ କରି ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ବର୍ତ୍ତମାନ ତୃତୀୟ ଥର ପାଇଁ 'ଫାଇଟର୍'ରେ ଭେଟେରାନ୍ ଅଭିନେତାଙ୍କ ସହ କାମ କରିବେ। ସୂଚନା ଅନୁସାରେ ହ୍ରିତିକ ରୋଶନଙ୍କ ଜନ୍ମଦିନ ଅବସରରେ ଫିଲ୍ମ 'ଫାଇଟର୍' ଘୋଷଣା କରାଯାଇଥିଲା। 'କହୋ ନା ପ୍ୟାର ହେ’ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିବା ହ୍ରିତିକ ରୋଶନଙ୍କୁ ଶେଷ ଥର ପାଇଁ ‘ୱାର’ ଫିଲ୍ମ ରେ ଦେଖିବାକୁ ମିଳିଥିଲା । ଏହା ଛଡା ଦୀପିକା ପାଦୁକୋନ ଖୁବ ଶୀଘ୍ର ଫିଲ୍ମ '83' ଏବଂ 'ପଠାନ' ଭଳି ଫିଲ୍ମରେ ମଧ୍ୟ ନଜର ଆସିବେ । ଆଗରୁ ଦର୍ଶକ ଅନେକ ରିଲ୍ ଯୋଡ଼ିଙ୍କୁ ପସନ୍ଦ କରିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଦର୍ଶକେ ଦୀପିକା ଓ ହ୍ରିତିକଙ୍କ ନୂଆ ଯୋଡ଼ିକୁ କେତେଦୂର ପସନ୍ଦ କରୁଛନ୍ତି ।

Advertisment
Bollywood News India Mumbai
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ