Astrospeak
  • Live TV
  • Read In English

ପତ୍ନୀଙ୍କ ଅଭିଯୋଗକୁ ମିଛ କହିଲେ ହନି ସିଂ, ଫ୍ୟାନ୍ସଙ୍କୁ ଦେଲେ ସ୍ୱତନ୍ତ୍ର ବାର୍ତ୍ତା

ଗାୟକ ତଥା ରାପର ହନି ସିଂ ଏବେ ଚର୍ଚ୍ଚାରେ । ପାରିବାରିକ ହିଂସା ଅଭିଯୋଗରେ ପତ୍ନୀ ଶାଲିନୀ ସ୍ୱାମୀ ହନି ସିଂଙ୍କ ବିରୋଧରେ ଦିଲ୍ଲୀର ଟିସ ହାଜାରି କୋର୍ଟରେ ଆବେଦନ କରିଥିଲେ । ପ୍ରଥମ ଥର ପାଇଁ ହନି ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ରଖିଛନ୍ତି ।

Honey Singh lied to his wife's allegations
Honey Singh lied to his wife's allegations

News Summary

ହନି ସିଂଙ୍କ ବିରୋଧରେ  ପାରିବାରିକ ହିଂସାର ଅଭିଯୋଗ  

ନୀରବତା ଭାଙ୍ଗି ମିଡିଆରେ ନିଜର ବିବୃତ୍ତି ରଖିଲେ ହନି ସିଂ

ମୁମ୍ବାଇ : ଗାୟକ ତଥା ରାପର ହନି ସିଂ ଏବେ ଚର୍ଚ୍ଚାରେ । ପାରିବାରିକ ହିଂସା ଅଭିଯୋଗରେ ପତ୍ନୀ ଶାଲିନୀ ସ୍ୱାମୀ ହନି ସିଂଙ୍କ ବିରୋଧରେ ଦିଲ୍ଲୀର ଟିସ ହାଜାରି କୋର୍ଟରେ ଆବେଦନ କରିଥିଲେ । ପ୍ରଥମ ଥର ପାଇଁ ହନି ସିଂ ଏହି ଅଭିଯୋଗ ଉପରେ ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ରଖିଛନ୍ତି । ନୀରବତା ଭାଙ୍ଗି ସୋସିଆଲ ମିଡିଆରେ ନିଜର ବିବୃତ୍ତି ସେୟାର କରି ହନି ସିଂ ଲେଖିଛନ୍ତି, ‘୨୦ ବର୍ଷର ମୋର ସାଥୀ ଶାଲିନୀ ତଲୱାରଙ୍କ ଦ୍ୱାରା ମୋ ଉପରେ ଏବଂ ମୋ ପରିବାର ଉପରେ ଲଗାଯାଇଥିବା ମିଥ୍ୟା ଅଭିଯୋଗରେ ମୁଁ ଅତ୍ୟନ୍ତ ଦୁଃଖିତ । ଏହି ଅଭିଯୋଗ ଅତ୍ୟନ୍ତ ନିନ୍ଦନୀୟ । ତେବେ ମୋର ଗୀତ ପାଇଁ କଠୋର ସମାଲୋଚନା, ମୋ ସ୍ୱାସ୍ଥ୍ୟ ଉପରେ କଳ୍ପନାଜଳ୍ପନା ଏବଂ ଗଣମାଧ୍ୟମର କଭରେଜ୍ ସତ୍ତ୍ୱେ ମୁଁ କୌଣସି ସାର୍ବଜନୀନ ପ୍ରେସ୍ ନୋଟ୍ ଦେଇ ନାହିଁ । ହେଲେ ଏହି ପ୍ରସଙ୍ଗକୁ ନେଇ ଆଉ ନୀରବ ରହିବାକୁ ମୁଁ ଉଚିତ ମନେ କଲି ନାହିଁ । କାହିଁକି ନା କିଛି ଅଭିଯୋଗ ମୋ ପରିବାର, ମୋର ବୃଦ୍ଧ ବାପା-ମା ଏବଂ ସାନ ଭଉଣୀ ଉପରେ ଲଗାଯାଉଛି । ଯେଉଁମାନେ ମୋର କଠିନ ସମୟରେ ମୋ ସହ ଠିଆ ହୋଇଥିଲେ ।

ଇଣ୍ଡଷ୍ଟ୍ରି ସହିତ ୧୫ ବର୍ଷରୁ ଅଧିକ ସମୟ ଧରି ଜଡିତ ଅଛି । ସାରା ଦେଶର କଳାକାର ଏବଂ ସଙ୍ଗୀତଜ୍ଞମାନଙ୍କ ସହିତ କାମ କରିଛି । ସମସ୍ତେ ମୋ ପତ୍ନୀଙ୍କ ସହ ମୋର ସମ୍ପର୍କ ବିଷୟରେ ସମସ୍ତେ ଅବଗତ ଅଛନ୍ତି, ଏବଂ ସେ ସବୁବେଳେ ମୋ ସହିତ ସୁଟିଂ, ଇଭେଣ୍ଟ ଏବଂ ମିଟିଂରେ ଯାଇଛନ୍ତି । ଏହାଛଡ଼ା ’ହନି ସିଂ ଆହୁରି ଲେଖିଛନ୍ତି, ମୁଁ ସମସ୍ତ ଅଭିଯୋଗକୁ ସମ୍ପୂର୍ଣ୍ଣ ରୂପେ ଅସ୍ୱୀକାର କରୁଛି ଏବଂ ମାମଲା କୋର୍ଟରେ ବିଚାରଧୀନ ରହିଛି । ଦେଶର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱସ ମୋର ଅଛି ଏବଂ ମୁଁ ନିଶ୍ଚିତ ସତ୍ୟ ପ୍ରକାଶ ପାଇବ । ସେହିପରି ମୁଁ ମୋର ପ୍ରଶଂସକ ଓ ଜନସାଧାରଣଙ୍କୁ ଅନୁରୋଧ କରୁଛି ଯେ ମୋର ଏବଂ ମୋ ପରିବାର ବିଷୟରେ କୌଣସି କମେଣ୍ଟ ଦିଅନ୍ତୁ ନାହିଁ ।