Advertisment

ବଜେଟ୍‌ର କଥା କୁହେ ଏହି ୫ ଫିଲ୍ମ

ବଜେଟ୍‌କୁ ନେଇ ସମସ୍ତେ ଆଶାବାଦୀ। ବଜେଟ୍ ଉପସ୍ଥାପନ ପରେ ଅନେକ ମଧ୍ୟ ଏହାକୁ ନେଇ ନିରାଶ ହୋଇଥିବେ। ତେବେ ଆପଣଙ୍କ ମନକୁ ହାଲୁକା କରିବା ନେଇ ବଜେଟ୍ ଆଧାରିତ ଏହି ଫିଲ୍ମଗୁଡିକୁ ଥରେ ଦେଖି ନିଅନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
Here are 5 hindi films on budget

Here are 5 hindi films on budget

ମୁମ୍ବାଇ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି କେନ୍ଦ୍ର ବଜେଟର ଉପସ୍ଥାପନ କରିଛନ୍ତି। ଫିଲ୍ମ ଇଣ୍ଡଷ୍ଟ୍ରି ଓ ଟିଭି ଇଣ୍ଡଷ୍ଟ୍ରିର ଅନେକ ଲୋକ ମଧ୍ୟ ବଜେଟ୍‌କୁ ନେଇ ଆଶାବାଦୀ ଥିଲେ। ଏଥି ସହିତ ଅର୍ଥନୀତିର ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରର ବିକାଶ ପାଇଁ କେନ୍ଦ୍ର ଦ୍ୱାରା କେଉଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ପ୍ରଣୟନ କରାଯିବ ତାହା ସାଧାରଣ ଲୋକ ଜାଣିବାକୁ ଆଗ୍ରହୀ ଥିଲେ। ତେବେ ଏଭଳି ପରିସ୍ଥିତିରେ ବଜାରକୁ ବୁଝିବା ପାଇଁ ଏବଂ ଏହି ଦିନରେ ଆପଣଙ୍କ ମନୋବଳକୁ ସ୍ଥିର କରିବାକୁ ଆମେ ପାଞ୍ଚଟି ଫିଲ୍ମ ବିଷୟରେ କହିବାକୁ ଯାଉଛି, ଯାହାକୁ ଆପଣ ନିଶ୍ଚିତ ଦେଖିବା ଉଚିତ।

Advertisment

ଦ ବିଗ୍ ବୁଲ୍(ହିନ୍ଦୀ, ୨୦୨୧):

ଏହି ଫିଲ୍ମଟି ବିବାଦୀୟ ଷ୍ଟକ୍‌ବ୍ରୋକର୍ ହର୍ଷଦ ମେହେଟ୍ଟାଙ୍କ ଜୀବନ ଉପରେ ଆଧାରିତ। ଯେତେବେଳେ ଜଣେ ସାଧାରଣ ବ୍ୟକ୍ତି ଏକ 'ମାର୍କେଟ୍‌ ମାନିପ୍ୟୁଲେଟର' ଭାବରେ ଉଭା ହୁଏ ତ ସେତେବେଳେ କ’ଣ ହୁଏ। ଏଥିରେ ଅଭିନେତା ଅଭିଷେକ ବଚ୍ଚନଙ୍କ ଚମତ୍କାର ଅଭିନୟ ଫିଲ୍ମଟିକୁ ବାସ୍ତବରେ ପରିଣତ କରିଛି। ସେହିପରି 'ଦ ବିଗ୍ ବୁଲ୍'ରେ ଇଲିୟାନା, ସୋହମ୍ ଶାହା ଓ ସୌରଭ ଶୁକ୍ଲାଙ୍କୁ ପ୍ରଭାବଶାଳୀ ସହ କଳାକାର ଭାବେ ଦେଖିବାକୁ ମିଳେ। ତେବେ ସବୁଠାରୁ କୌତୁହଳର କଥା ଏହା ଯେ ଏହି ୱେବ୍ ସିରିଜ୍ 'ସ୍କାମ୍‌ ୯୨' ହର୍ଷଦ ମେହେଟ୍ଟାଙ୍କ ଉତ୍ଥାନ ଓ ପତନ ଉପରେ ଆଧାରିତ।

ବାଜାର (ହିନ୍ଦୀ, ୨୦୧୮):

ସୈଫ୍‌ ଅଲି ଖାନ ଅଭିନୀତ 'ବାଜାର' ଏକ ଥ୍ରୀଲର ଫିଲ୍ମ। ବଡ ପରଦାରେ ସେୟାର ବଜାରର ଅନ୍ଧକାର ରହସ୍ୟକୁ ଏହା ମାଧ୍ୟମରେ ଚିତ୍ରଣ କରାଯାଇଛି। ଏହି ଚଳଚ୍ଚିତ୍ରଟି ଜଣେ ଧନୀ ଯୁବକ ଓ ଜଣେ ଅଭିଜ୍ଞ ଅର୍ଥନୀତିଜ୍ଞଙ୍କ  ମଧ୍ୟରେ ଟଣାଓଟରାକୁ ନେଇ ଆଧାରିତ ହୋଇଛି। ତେବେ ଫିଲ୍ମର ପ୍ରଭାବଶାଳୀ ପ୍ରଦର୍ଶନ ଓ ଆକର୍ଷଣୀୟ ମୋଡ଼ ଯୋଗୁଁ ଏହ ଖୁବ୍ ଭଲ ଲୋକପ୍ରିୟତା ହାସଲ କରିଥିଲା, କିନ୍ତୁ ବକ୍ସ ଅଫିସରେ ଆଶା ପୂରଣ କରିପାରି ନଥିଲା। ଏଥିରେ ମୁଖ୍ୟ ଭୂମିକାରେ ରାଧିକା ଆପ୍‌ତେ ଓ ଚିତ୍ରାଙ୍ଗଦା ସିଂ ମଧ୍ୟ ଅଭିନୟ କରିଥିଲେ।

Advertisment

ମାର୍ଜିନ୍ କଲ୍ (ଇଂରାଜୀ, ୨୦୧୧):

ଜେ ସି ଚାନ୍ଦୋରଙ୍କ ଦ୍ୱାରା ନିର୍ଦ୍ଦେଶିତ ମାର୍ଜିନ୍ କଲ୍ ଫିଲ୍ମର କାହାଣୀ ୱାଲ୍ ଷ୍ଟ୍ରିଟ୍ ଫାର୍ମର ୨୪ ଘଣ୍ଟା ମଧ୍ୟରେ ଆର୍ଥିକ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ଥିବା ଚ୍ୟାଲେଞ୍ଜ୍‌ଗୁଡ଼ିକ ଉପରେ ପର୍ଯ୍ୟବେଶିତ। ଏଥିରେ କେଭିନ ସ୍ପେସି, ଜାଚରୀ କ୍ୱିଣ୍ଟୋ ଓ ପଲ୍ ବେଟ୍ଟନୀ ଭଳି କଳାକାରମାନେ ଅଭିନୟ କରିଥିଲେ।

କର୍ପୋରେଟ୍ (ହିନ୍ଦୀ, ୨୦୦୬):

ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ଯିଏ ସବୁବେଳେ ବାସ୍ତବତାକୁ ଦର୍ଶକଙ୍କ ସାମ୍ନାକୁ ଆଣିବାକୁ ଚେଷ୍ଟା କରନ୍ତି, ମଧୁର ଭଣ୍ଡାରକର, ଏହି ଫିଲ୍ମ ମାଧ୍ୟମରେ କର୍ପୋରେଟ୍ ଜଗତର ସନ୍ଦେହଜନକ ଦିଗକୁ ଦେଖାଇବାକୁ ଚେଷ୍ଟା କରିଥିଲେ। ବିପାଶା ବସୁଙ୍କ ଅଭିନୀତ ଏହି ଦୁଇ ଶକ୍ତିଶାଳୀ ଶିଳ୍ପପତିଙ୍କ ମଧ୍ୟରେ ପ୍ରତିଯୋଗିତାକୁ ନେଇ ନିର୍ମିତ।

ୱାଲ୍ ଷ୍ଟ୍ରିଟ୍ (ହିନ୍ଦୀ, ୧୯୮୭):

୮୦ ଦଶକର ଏକ ଗୁରୁତ୍ୱପୂର୍ଣ୍ଣ ଫିଲ୍ମ ଭାବରେ ‘ୱାଲ୍ ଷ୍ଟ୍ରିଟ୍’ ପରିଗଣିତ। ‘ୱାଲ୍ ଷ୍ଟ୍ରିଟ୍’ ଏକ ଅପ୍‌କମିଂ ଷ୍ଟକ୍ ବ୍ରୋକର୍ ଓ ଜଣେ ଧନୀ 'କର୍ପୋରେଟ୍ ରାଇଡର୍'କୁ ନେଇ ନିର୍ମିତ। ଫିଲ୍ମଟି ଏହାର ଆକର୍ଷଣୀୟ ପ୍ରଦର୍ଶନ ହେତୁ ଆଜି ବି ଏହାକୁ ଏକ କଲ୍ଟ କ୍ଲାସିକ୍ ଭାବରେ ନିଆଯାଏ। କୁହାଯାଏ ଯେ ଏହି ଫିଲ୍ମ ଅନେକ ଲୋକଙ୍କୁ ଷ୍ଟକ୍ ମାର୍କେଟରେ ପ୍ରବେଶ କରିବାକୁ ଉତ୍ସାହିତ କରିଥିଲା। ତେବେ ‘ୱାଲ୍ ଷ୍ଟ୍ରିଟ୍: ମନି ନେଭର ସ୍ଲିପ୍’ ଏହାର ସିକ୍ୱେଲ୍ ଥିଲା।

Bollywood
Advertisment
Advertisment