Advertisment

ମହିଳା ଅବତାରରେ ଶାହରୁଖ, ସଲମାନ, ଅଜୟଙ୍କ ସହ ୧୦ କଳାକାର

ବଲିଉଡ୍‌ରେ ଅନେକ ଅଭିନେତା ଅଛନ୍ତି ଯେଉଁମାନଙ୍କୁ ଆମେ ରୋମାଣ୍ଟିକ କିଙ୍ଗ୍‌, ମାଚୋ ହିରୋ କିମ୍ବା ଆକ୍ସନ ହିରୋ ଭାବେ ଦେଖିଛେ। ସେମାନଙ୍କ ମହିଳା ଅବତାର ନିଶ୍ଚିତ ସମସ୍ତଙ୍କୁ ହସେଇଥାଏ। ଆସନ୍ତୁ ନଜର ପକେଇବା।

author-image
Pramod Behera
ଅଦ୍ୟତନ ହୋଇଛି
Here 10 male actors funny female look

Here 10 male actors funny female look

ମୁମ୍ବାଇ: ଆପଣ ନିଶ୍ଚିତ ଶାହରୁଖ ଖାନଙ୍କୁ ରୋମାନ୍ସ କିଙ୍ଗ୍ କିଙ୍ଗ୍, ସଲମାନ ଖାନଙ୍କୁ ମାଚୋ ହିରୋ ଓ ଅଜୟ ଦେବଗନଙ୍କୁ ଆକ୍ସନ ହିରୋ ଭାବରେ ଅନେକ ଥର ଦେଖିଥିବେ। ତେବେ ଆପଣ ଏହି କଳାକାରମାନଙ୍କୁ କେବେ ମହିଳା ଅବତାରରେ ଦେଖିଛନ୍ତି କି? ଶାହରୁଖ ଖାନ, ସଲମାନ ଖାନ, ଅମିତାଭ ବଚ୍ଚନ, ଆମୀର ଖାନ, ଅଜୟ ଦେବଗନ୍, ଆୟୁଷ୍ମାନ ଖୁରାନା, ରିତେଶ ଦେଶମୁଖ, ସୈଫ୍‌ ଅଲି ଖାନ, ସାହିଦ କପୁର ଇତ୍ୟାଦି ମଧ୍ୟ ଅନେକ ଥର ମହିଳା ଭୂମିକାରେ ଅଭିନୟ କରିଛନ୍ତି। ତେବେ ଆସନ୍ତୁ ନଜର ପକେଇନେବା ତାଙ୍କର କିଛି ମଜାଳିଆ ଫଟୋ ଉପରେ।

Advertisment

ଶାହାରୁଖ ଖାନ:

୧୯୯୮ର ଫିଲ୍ମ 'ଡୁପ୍ଲିକେଟ୍'ରେ ଶାହରୁଖ ଖାନ ଏକ ମହିଳା ଭୂମିକାରେ ଦେଖାଦେଇଥିଲେ। ଅଭିନେତା ଏକ ଚକମକ କଳା ପୋଷାକ ପିନ୍ଧିଥିଲେ। କିନ୍ତୁ ଏହି ଅବତାରରେ ସେ ଆଦୌ ମଜାଳିଆ ଦେଖାଯାଉ ନଥିଲେ। କାରଣ ଏହି ଫିଲ୍ମରେ ତାଙ୍କୁ ଜଣେ ବ୍ୟକ୍ତିଙ୍କୁ ପ୍ରତାରଣା କରି ହତ୍ୟା କରିବାର ଥିଲା।

ଆୟୁଷ୍ମାନ ଖୁରାନା:

ଆୟୁଷ୍ମାନ ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ରରେ ଏକ ଭିନ୍ନ ଚରିତ୍ରରେ ଦେଖାଦିଅନ୍ତି। ସେ ୨୦୧୯ର ଫିଲ୍ମ 'ଡ୍ରିମ୍ ଗାର୍ଲ'ରେ ଜଣେ ମହିଳା ଟେଲି କଲର୍ ଭାବରେ ଅଭିନୟ କରିଥିଲେ। ଏଥିରେ ସେ କେବଳ ମହିଳା ସ୍ୱର ବାହାର କରି ଲୋକଙ୍କୁ ମନୋରଞ୍ଜନ କରି ନଥିଲେ, ବରଂ ସେ କିଛି ଦୃଶ୍ୟରେ ମହିଳାଙ୍କ ରୂପ ମଧ୍ୟ ନେଇଥିଲେ।

Advertisment

ସଲମାନ ଖାନ:

ସଲମାନ ଖାନ ୨୦୦୬ ରୋମାଣ୍ଟିକ-ଡ୍ରାମା ଫିଲ୍ମ 'ଜାନ-ଏ-ମନ'ରେ ଜଣେ ମହିଳା ଗେଟ୍‌ଅପ୍ ଧାରଣ କରିଥିଲେ। ସେ ଏହି ଲୁକ୍ ପାଇଁ ଗୋଲାପୀ ରଙ୍ଗର ଏକ ସେକ୍ସି ଡ୍ରେସ ପିନ୍ଧିଥିଲେ।

ଆମୀର ଖାନ:

୧୯୯୫ର ଫିଲ୍ମ 'ବାଜୀ'ରେ ଆମୀର ଏକ ଗୀତ ପାଇଁ ଝିଅର ଅବତାର ଗ୍ରହଣ କରିଥିଲେ। ଏହି ଗୀତର ସୁଟିଂ ୮ ଦିନ ଧରି ଚାଲିଥିଲା ​​ଏବଂ ଆମୀର ଖାନଙ୍କ ମେକ୍‌ଅପ୍‌ ଘଣ୍ଟା ଘଣ୍ଟା ଲାଗୁଥିଲା। ଏହି ଅବତାର ପାଇଁ ଆମୀର ଖାନ ମଧ୍ୟ ମହମ ପ୍ରଲେପ ନେଉଥିଲେ।

ଅଜୟ ଦେବଗନ୍:

Here 10 male actors funny female lookଅଜୟ ଦେବଗନ୍ (ମଝି)

‘ଗୋଲମାଲ ରିଟର୍ନ୍ସ’ର ଅନେକ ମଜାଳିଆ ଦୃଶ୍ୟରେ ଅଜୟ ଦେବଗନ୍, ଶ୍ରେୟସ୍ ତଲପଡେ ଓ ତୁଷାର କପୁର ମହିଳା ଲୁକ୍ ଧାରଣ କରିଥିଲେ।

ଅମିତାଭ ବଚ୍ଚନ:

ପରଦାରେ ପୁରୁଷମାନଙ୍କ କ୍ରସ୍ ଡ୍ରେସିଂ ବିଷୟରେ ଆଲୋଚନା କରିବା ବେଳେ ଅମିତାଭ ବଚ୍ଚନଙ୍କୁ ବାଦ ଦିଆଯାଇ ନପାରେ। ଏହି ଅଭିନେତା 'ଲାୱାରିସ୍'ର ଆଇକନିକ୍ ଗୀତ ‘ମେରେ ଅଙ୍ଗନେ ମେ' ପାଇଁ ଲେହେଙ୍ଗା-ଚୋଲି ପିନ୍ଧିଥିଲେ।

ସୈଫ୍‌ ଅଲି ଖାନ:

Here 10 male actors funny female lookସୈଫ୍‌ ଅଲି ଖାନ (ମଝି)

ସାଜିଦ ଖାନଙ୍କ ୨୦୧୪ର ରୋମାଣ୍ଟିକ କମେଡି ଫିଲ୍ମ 'ହମ୍‌ସକଲ୍ସ'ରେ ସୈଫ୍‌ ଅଲି ଖାନ, ରାମ କପୁର ଓ ରିତେଶ ଦେଶମୁଖ ଅନେକ ଦୃଶ୍ୟରେ ମହିଳା ଭୂମିକାରେ ଅଭିନୟ କରିଥିଲେ।

କମଲ ହାସନ୍:

୧୯୯୭ର କମେଡି-ଡ୍ରାମା ଫିଲ୍ମ ‘ଚାଚି ୪୨୦’ରେ କମଲ ହାସନ ମହିଳା ଭୂମିକାରେ ଅଭିନୟ କରି ଭାରତୀୟ ସିନେମା ଇତିହାସରେ ଅମର ହୋଇ ରହିଗଲେ। ଏହି ଚଳଚ୍ଚିତ୍ରରେ ଜଣେ ବ୍ୟକ୍ତିଙ୍କ କାହାଣୀ କୁହାଯାଇଛି ଯିଏ ନିଜ ପତ୍ନୀଙ୍କ ହଜିଯାଇଥିବା ପ୍ରେମ ଓ ବିଶ୍ୱାସକୁ ଫେରାଇ ଆଣିବା ପାଇଁ ଏକ ଅସାଧାରଣ ଯାତ୍ରା ଆରମ୍ଭ କରିଛି।

ଶାହିଦ କପୁର:

ଶାହିଦ ତାଙ୍କର ୨୦୧୦ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ମିଲେଙ୍ଗେ ମିଲେଙ୍ଗେ’ରେ କରୀନା କପୁର ଖାନଙ୍କ ସହକଳାକାର ଚରିତ୍ରରେ ଅଭିନୟ କରିଥିଲେ।

ଅକ୍ଷୟ କୁମାର:

Here 10 male actors funny female lookଅକ୍ଷୟ କୁମାର (ବାମ)

ଅକ୍ଷୟ କୁମାର ଫିଲ୍ମ ‘ଖିଲାଡି’ର ଏକ ଦୃଶ୍ୟରେ ମହିଳା ଚରିତ୍ରରେ ଅଭିନୟ କରିବା ପାଇଁ ନାରୀ ରୂପ ଧାରଣ କରିଥିଲେ।

Bollywood
Advertisment
Advertisment