Advertisment

Hansika Motwani: ‍୧୫ବର୍ଷରେ ହିରୋଇନ ହୋଇଥିଲେ, ଲୋକପ୍ରିୟ ଶିଶୁ କଳାକାର...୩୩ବର୍ଷରେ ନେଉଛନ୍ତି ଡିଭୋର୍ସ !

ହଂସିକା ମୋଟୱାନୀ ୪ ଡିସେମ୍ବର, ୨୦୨୨ରେ ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ମୁମ୍ବାଇର ବ୍ୟବସାୟୀ ସୋହେଲ ଖତୁରିଆଙ୍କୁ ବିବାହ କରିଥିଲେ। ସୋହେଲ ସେହି ବର୍ଷ ନଭେମ୍ବରରେ ପ୍ୟାରିସର ଏଫିଲ ଟାୱାର ସାମ୍ନାରେ ଅଭିନେତ୍ରୀଙ୍କୁ ପ୍ରପୋଜ କରିଥିଲେ।

Hansika Motwani

Hansika Motwani

Advertisment

ପୁଣି ଥରେ ଚର୍ଚ୍ଚାରେ ବଲିଉଡ ଅଭିନେତ୍ରୀ ହଂସିକା ମୋଟୱାନୀ । ଶୁଣିବାକୁ ମିଳୁଛି ସେ ତାଙ୍କ ଶିଳ୍ପପତି ସ୍ବାମୀ ସୋହେଲ ଖତୁରିଆଙ୍କଠାରୁ ଅଲଗା ହେଉଛନ୍ତି। ଏ ବିଷୟରେ ସେ ନିଜେ କିଛି କହି ନାହାଁନ୍ତି, କିନ୍ତୁ ଏଭଳି ଖବର ଏବେ ଚର୍ଚ୍ଚାରେ ରହିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଉଛି ।

Advertisment

ଗତ ମାସରେ ଏକ ରିପୋର୍ଟରେ କୁହାଯାଇଥିଲା ଯେ ସେମାନଙ୍କ ବିବାହରେ ଫାଟ ସୃଷ୍ଟି ହୋଇଛି। ଏହି ରିପୋର୍ଟ ବିଭିନ୍ନ ସ୍ଥାନରେ ପ୍ରକାଶିତ ହୋଇଥିଲା। କିନ୍ତୁ ହଂସିକା ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏ ସମ୍ପର୍କରେ ସମ୍ପୂର୍ଣ୍ଣ ଚୁପ ରହିଛନ୍ତି।

'ଆପ କା ସୁରୂର', 'ଓରୁ କାଲ ଓରୁ କନ୍ନଡ଼' ଓ 'ମାଇ ନେମ ଇଜ ଶ୍ରୁତି' ଭଳି ଚଳଚ୍ଚିତ୍ର ପାଇଁ ଲୋକପ୍ରିୟ ଏହି ଅଭିନେତ୍ରୀ ୧୮ ଜୁଲାଇ, ୨୦୨୫ ପରେ ତାଙ୍କ ଇନଷ୍ଟାଗ୍ରାମ ପେଜରେ କୌଣସି ପୋଷ୍ଟ ସେୟାର କରି ନାହାଁନ୍ତି। ବର୍ତ୍ତମାନ ପାଇଁ ସେ କୌଣସି ଇନଷ୍ଟାଗ୍ରାମ ଷ୍ଟୋରୀ ମଧ୍ୟ ସେୟାର କରି ନାହାଁନ୍ତି।

Advertisment

କୁହାଯାଇଛି ଯେ ଡିସେମ୍ବର ୨୦୨୨ରେ ବିବାହ ବନ୍ଧନରେ ବାନ୍ଧି ହୋଇଥିବା ଏହି ଯୋଡି ଗତ କିଛି ସମୟ ଧରି ଅଲଗା ରହୁଛନ୍ତି। ହଂସିକା ତାଙ୍କ ମା’ଙ୍କ ସହ ରହୁଛନ୍ତି ଓ ସୋହେଲ ତାଙ୍କ ପିତାମାତାଙ୍କ ସହ ରହୁଛନ୍ତି। ଡିସେମ୍ବର ୨୦୨୨ରେ ଯେତେବେଳେ ଉଭୟଙ୍କ ବିବାହ ହୋଇଥିଲା, ସେମାନେ ପ୍ରଥମରୁ ସୋହେଲଙ୍କ ପରିବାର ସହ ରହୁଥିଲେ।

Advertisment

କିନ୍ତୁ ଏକ ବଡ଼ ପରିବାର ସହ ତାଳମେଳ ରଖିବା ଏକ ସମସ୍ୟା ଥିଲା। କିନ୍ତୁ ଲାଗୁଛି ସମସ୍ୟା ଏବେ ମଧ୍ୟ ରହିଛି। ଯଦିଓ ହଂସିକା ଏହି ରିପୋର୍ଟ ଉପରେ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି । ସୋହେଲ ଖତୁରିଆ ଏକ ମେସେଜ ମାଧ୍ୟମରେ କହିଥିଲେ ଏହା ସତ୍ୟ ନୁହେଁ ।

ସୋହେଲ ଏହା ସ୍ପଷ୍ଟ କରି ନାହାଁନ୍ତି ଯେ ସେମାନେ ଅଲଗା ରହୁଛନ୍ତି ନା ଅଲଗା ହୋଇଛନ୍ତି। ହଂସିକା ମୋଟୱାନୀଙ୍କ ଶେଷ ଇନଷ୍ଟାଗ୍ରାମ ପୋଷ୍ଟରେ ତାଙ୍କୁ ଓ ତାଙ୍କ ମା’ଙ୍କୁ ଏକ ମଜାଳିଆ ରିଲରେ ଦେଖାଯାଇଛି, ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ "ଯେତେବେଳେ ସମୟରେ ଟିଡିଏସ ପେମେଣ୍ଟ କରାଯାଏ ନାହିଁ" ତାହାର ପ୍ରକ୍ରିୟା କ’ଣ।

ହଂସିକା ମୋଟୱାନୀ ୪ ଡିସେମ୍ବର, ୨୦୨୨ରେ ତାଙ୍କ ଦୀର୍ଘ ଦିନର ପ୍ରେମିକ ତଥା ମୁମ୍ବାଇର ବ୍ୟବସାୟୀ ସୋହେଲ ଖତୁରିଆଙ୍କୁ ବିବାହ କରିଥିଲେ। ସୋହେଲ ସେହି ବର୍ଷ ନଭେମ୍ବରରେ ପ୍ୟାରିସର ଏଫିଲ ଟାୱାର ସାମ୍ନାରେ ଅଭିନେତ୍ରୀଙ୍କୁ ପ୍ରପୋଜ କରିଥିଲେ। ସେହି ସମୟରେ ହଂସିକା ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଫଟୋ ସେୟାର କରି କ୍ୟାପସନରେ ଲେଖିଥିଲେ, "ଏବେ ଓ ସବୁଦିନ ପାଇଁ।

ହଂସିକା ମୋଟୱାନୀ ଓ ସୋହେଲ ଖତୁରିଆ ଡିଭୋର୍ସ କିମ୍ବା ସମ୍ପର୍କରେ ଫାଟ ନେଇ ଏ ପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ବୟାନ ଦେଇ ନାହାଁନ୍ତି। ଅଭିନେତ୍ରୀ ଚୁପ ଅଛନ୍ତି । ତେଣୁ ଏ ପର୍ଯ୍ୟନ୍ତ କେବଳ ମିଡିଆ ରିପୋର୍ଟରେ ହିଁ ଏହିସବୁ ଅନୁମାନ କରାଯାଉଛି।

Bollywood Divorce
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ