Advertisment

ଧକ୍ ଧକ୍ ଗାର୍ଲଙ୍କ ପ୍ରେମରେ ପଡିଥିଲେ କି ନମ୍ବର ୱାନ ହିରୋ

ମାଧୁରୀ ଦୀକ୍ଷିତଙ୍କ ସୌନ୍ଦର୍ଯ୍ୟରେ କିଏ ବା ଫିଦା ନଥିଲେ। ଖାଲି ସାଧାରଣ ଲୋକ ନୁହଁନ୍ତି ବଲିଉଡ୍‌ର ଅନେକ ତାରକା ମଧ୍ୟ ତାଙ୍କ ପଛରେ ପଡିଥିଲେ। ଏଥିରୁ ବାଦ ପଡି ନଥିଲେ ନବେ ଦଶକର ଚକୋଲେଟ୍ ହିରୋ ଗୋବିନ୍ଦା।

author-image
Pramod Behera
ଅଦ୍ୟତନ ହୋଇଛି
Govinda wanted to marry Madhuri Dixit

Govinda wanted to marry Madhuri Dixit

ବଲିଉଡ୍‌ର ଧକ୍ ଧକ୍ ଗାର୍ଲ କହିଲେ ଲୋକଙ୍କୁ ଆଉ ନା କହିବାକୁ ପଡିବ ନାହିଁ। ଲୋକେ ସିଧା ଚାଲିଯିବେ ମାଧୁରୀ ଦୀକ୍ଷିତଙ୍କ ପାଖକୁ। ମାଧୁରୀ ଦୀକ୍ଷିତ ବଲିଉଡର ଏପରି ଜଣେ ହିରୋଇନ୍, ଯାହାଙ୍କର କେବଳ ଅଭିନୟ ନୁହେଁ ତାଙ୍କ ସୌନ୍ଦର୍ଯ୍ୟ ଓ ହସରେ ମଧ୍ୟ ସାରା ଦୁନିଆ ଫିଦା। ମାଧୁରୀଙ୍କ ପ୍ରଶଂସକମାନେ କେବଳ ସାଧାରଣ ଲୋକ ନୁହଁନ୍ତି ବଲିଉଡର ତାରକାମାନେ ମଧ୍ୟ। ଆଜିକାଲି ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଶୁଣିବାକୁ ମିଳେ ଯେ ଗୋବିନ୍ଦା ମଧ୍ୟ ବିବାହ ପାଇଁ ମାଧୁରୀଙ୍କୁ ପ୍ରସ୍ତାବ ଦେଇଥିଲେ, କିନ୍ତୁ ସେ ତାଙ୍କ କଥାରେ ରାଜି ହୋଇ ନ ଥିଲେ।

Advertisment

ଭାଇରାଲ ହେଉଥିବା ଏହି ଥ୍ରୋବ୍ୟାକ୍ ଭିଡିଓରେ ଗୋବିନ୍ଦା ଅତିଥି ଜଜ୍ ଭାବରେ ଡ୍ୟାନ୍ସ ଦିୱାନେ ସେଟ୍‌ରେ ପହଞ୍ଚିଥିଲେ। ଭିଡିଓରେ ଗୋବିନ୍ଦା କୁହନ୍ତି ଯେ, “ଆମେ ଯେଭଳି ଭାବେ ମାଧୁରୀ ଦୀକ୍ଷିତଙ୍କ ପ୍ରଶଂସକ ସେପରି ଆଉ କେହି ନଥିବେ। ଆପଣମାନେ ତ ନିଶ୍ଚୟ ‘ବଡେ ମିଆଁ ଛୋଟେ ମିଆଁ’ ଦେଖିଥିବେ। ଆପଣମାନେ ବୋଧହୁଏ ବିବାହକୁ ନେଇ ନିଶ୍ଚିତ ଆଲୋଚନା କରୁଥିବେ। କିନ୍ତୁ ଆଦରଣୀୟ ଅମିତାଭ ବଚ୍ଚନ ଆଉ ମୁଁ କହିଥିଲୁ ଯେ ତୁମେ କାହିଁକି ଆମକୁ ବିବାହ କରୁନ। ଆମେ ତ କହିଥିଲୁ ନଚେଇକି ଦେଖିନିଅ, ଡ୍ୟାନ୍ସ କରେଇକି ଦେଖିନିଅ ଯାହା ଚାହୁଁଛ ତାହା କରିନିଅ। କିନ୍ତୁ ମାଧୁରୀ ଆମମାନଙ୍କ ମଧ୍ୟରୁ କାହା କଥା ବି ଶୁଣିଲେ ନାହିଁ। ସେ କିନ୍ତୁ ନାହିଁ ନାହିଁ କରି 'ନେନେ'ଙ୍କୁ ବିବାହ କରିନେଲେ।

Advertisment

ପ୍ରକାଶଥାଉ ଯେ ୧୯୯୮ରେ ଫିଲ୍ମ ‘ବଡେ ମିଆଁ ଛୋଟେ ମିଆଁ’ରେ ମାଧୁରୀ ଏକ ଜବରଦସ୍ତ ଡ୍ୟାନ୍ସ କରିଥିଲେ, ଯେଉଁଥିରେ ଉଭୟ ଅମିତାଭ ବଚ୍ଚନ ଓ ଗୋବିନ୍ଦା ତାଙ୍କ ପଛରେ ପଡ଼ିଯାଇ ତାଙ୍କୁ ବିବାହ କରିବାକୁ ଚାହୁଁଥିଲେ। ସେହି ଗୀତକୁ ମନେ ପକାଇ ଗୋବିନ୍ଦା କୁହନ୍ତି ଯେ ମୁଁ ତାଙ୍କୁ ବିବାହ ପାଇଁ ମଧ୍ୟ କହିଥିଲି କିନ୍ତୁ ମାଧୁରୀ ଆମ କଥାକୁ ଶୁଣି ନ ଥିଲେ। ଗୋବିନ୍ଦାଙ୍କ ଏଭଳି ଜବରଦସ୍ତ ଅଭିନୟ ଦେଖି ସେଠାରେ ଉପସ୍ଥିତ ସମସ୍ତେ ହସିବାକୁ ଲାଗିଥିଲେ।

Bollywood
Advertisment
Advertisment