Advertisment

ଗୋବିନ୍ଦା ତାଙ୍କ ମା’ଙ୍କ ପାଦଧୂଆ ପାଣି ପିଉଥିଲେ; ପତ୍ନୀ କହିଲେ…

ବଲିଉଡ୍‌ର ହିରୋ ନମ୍ବର ୱାନ୍ ଗୋବିନ୍ଦା ତାଙ୍କ ମା’ଙ୍କୁ ସବୁଠାରୁ ବେଶି ଭଲ ପାଉଥିଲେ। ସେ ଏତେ ଭଲ ପାଉଥିଲେ ଯେ ମା’ଙ୍କ ପାଦ ଧୋଇ ସେ ପାଣିକୁ ପିଉଥିଲେ। ଏ କଥାକୁ ନେଇ ତାଙ୍କ ପତ୍ନୀ ସୁନୀତା ଆହୁଜା ଏମିତି କହିଛନ୍ତି…

ଅଦ୍ୟତନ ହୋଇଛି
Govinda used to wash his mother feet on birthday

Govinda used to wash his mother feet on birthday

Advertisment

ବଲିଉଡର ହିରୋ ନମ୍ବର ୱାନ୍ ଭାବେ ପରିଚିତ ଗୋବିନ୍ଦା ସିନେମା ଇତିହାସରେ ଏକ ଉଜ୍ଜ୍ୱଳ ତାରକା ଭାବେ ଚମକୁଛନ୍ତି। ଗୋବିନ୍ଦା ନିଜ ସଂଘର୍ଷ ବଳରେ ବହୁତ ଟଙ୍କା ରୋଜଗାର କରିଛନ୍ତି ଏବଂ ଏକାସାଙ୍ଗରେ ଅନେକ ଫିଲ୍ମ କରିଛନ୍ତି। ତାଙ୍କ କ୍ୟାରିୟରରେ ସେ ୧୬୫ ରୁ ଅଧିକ ଫିଲ୍ମରେ ନିଜର ଦୃଢ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିଛନ୍ତି। ଗୋବିନ୍ଦାଙ୍କ ବାପା ଅରୁଣ ଆହୁଜା ମଧ୍ୟ ଜଣେ ଅଭିନେତା ଥିଲେ। ଗୋବିନ୍ଦା ଏବଂ ତାଙ୍କ ବାପାଙ୍କ ମଧ୍ୟରେ ସମ୍ପର୍କ କେବେ ଭଲ ନଥିଲା। କିନ୍ତୁ ଗୋବିନ୍ଦା ମୃତ୍ୟୁ ପର୍ଯ୍ୟନ୍ତ ତାଙ୍କ ମା’ଙ୍କୁ ଖୁବ ଭଲ ପାଉଥିଲେ।

Advertisment

ଆଜି ମଧ୍ୟ ଗୋବିନ୍ଦା ଯେତେବେଏଳେ ତାଙ୍କ ମା’ଙ୍କ କଥା ମନେପକାନ୍ତି ସେ ଭାବପ୍ରବଣ ହୋଇଯାଆନ୍ତି। ଗୋବିନ୍ଦା ତାଙ୍କ ମା’ଙ୍କର ଜନ୍ମଦିନରେ ପାଦ ଧୋଇଦିଅନ୍ତି। ଗୋବିନ୍ଦା ନିଜେ କହିଛନ୍ତି ଯେ ତାଙ୍କ ମା’ଙ୍କ ଜନ୍ମଦିନରେ ସେ ଗଙ୍ଗାପାଣି  ରେ ତାଙ୍କ ପାଦ ଧୋଇ ଏହାକୁ ପିଉଥିଲେ। ଗୋବିନ୍ଦାଙ୍କ ମା’ଙ୍କ ପ୍ରତି ଥିବା ପ୍ରେମକୁ ଦେଖି ତାଙ୍କ ପତ୍ନୀ ସୁନୀତା ଆହୁଜା ମଧ୍ୟ ପରବର୍ତ୍ତୀ ଜନ୍ମରେ ଗୋବିନ୍ଦାଙ୍କ ମା’ ହେବାର ସ୍ୱପ୍ନ ଦେଖନ୍ତି। ଏହା ନିଜେ ସୁନୀତା ପ୍ରକାଶ କରିଛନ୍ତି।

ନିକଟରେ କପିଲ ଶର୍ମା ଶୋ’ରେ ଗୋବିନ୍ଦା ଏବଂ ସୁନୀତା ସେମାନଙ୍କ ଜୀବନର ଅନେକ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିଛନ୍ତି। ଏହି ସମୟରେ ସୁନୀତା ମଧ୍ୟ ଗୋବିନ୍ଦାଙ୍କ ମା’ଙ୍କ ପ୍ରତି ଥିବା ପ୍ରକୃତ ଭଲ ପାଇବା ଉପରେ କହିଛନ୍ତି। ସୁନୀତା କହିଛନ୍ତି ଯେ ଗୋବିନ୍ଦା ତାଙ୍କ ମା’ଙ୍କୁ ସବୁଠାରୁ ଅଧିକ ଭଲ ପାଉଥିଲେ। ସେ ଗୋବିନ୍ଦାଙ୍କ ଅପେକ୍ଷା ଭଲ ପୁଅ ଦେଖି ନଥିବା ମଧ୍ୟ କହିଛନ୍ତି। ଏପରିକି ସୁନୀତା କହିଛନ୍ତି ଯେ “ସ୍ୱାମୀ ଭାବେ ସେ ତ ଭଲ କିନ୍ତୁ ପୁଅ ଭାବେ ସର୍ବୋତ୍ତମ। ପରବର୍ତ୍ତୀ ଜୀବନରେ, ମୁଁ ଚାହୁଁଛି ଗୋବିନ୍ଦା ମୋ ପୁଅ ହୁଅନ୍ତୁ।”

Advertisment

ଅଧିକ ପଢ଼ନ୍ତୁ: ଗୋବିନ୍ଦାଙ୍କ ପାଦ ଛୁଇଁ ଟ୍ରୋଲ୍ ହେଲେ ପାକିସ୍ତାନ୍ ଅଭିନେତା

ତାଙ୍କ ମା’ଙ୍କ ପାଇଁ ଗୋବିନ୍ଦାଙ୍କ ଥିବା ଭଲ ପାଇବା କେବେ ବି ଲୁଚି ରହିନାହିଁ। ଗୋବିନ୍ଦା ଅନେକ ଥର ତାଙ୍କ ମା’ଙ୍କୁ ପ୍ରଶଂସା କରି ଗୀତ ମଧ୍ୟ ବୋଲନ୍ତି। ଗୋବିନ୍ଦା ଇଣ୍ଡିଆନ୍ ପ୍ରୋ ମ୍ୟୁଜିକ୍ ଲିଗ୍ ଶୋ’ରେ ମଧ୍ୟ ତାଙ୍କ ମା’ଙ୍କ ସହିତ ତାଙ୍କର ସ୍ପେସାଲ୍ ବଣ୍ଡ୍ ଶେୟାର କରିଥିଲେ। ଗୋବିନ୍ଦା କହିଥିଲେ ଯେ “ମୁଁ ଭାଗ୍ୟବାନ ଯେ ମୁଁ ମୋ ମାଆଙ୍କର ସେବା କରିବାର ସୁଯୋଗ ପାଇଛି।

ଗୋବିନ୍ଦା କହିଥିଲେ ଯେ ସେ ଯାହା ବି କିଛି ହୋଇଛନ୍ତି ଏହା ପଛରେ ତାଙ୍କ ମା’ଙ୍କ ହାତ ଅଛି। ଏକ ସମୟ ଥିଲା ଯେତେବେଳେ ସେ ଚୱଲ୍‌ରେ ରହୁଥିଲେ। ତାଙ୍କର ସମସ୍ତ ଆଶା ଧୂଳିରେ ପରିଣତ ହୋଇଗଲା ଏବଂ ସେ ବଡ଼ ସ୍ୱପ୍ନ ଦେଖିବା ବନ୍ଦ କରିଦେଇଥିଲେ। କିନ୍ତୁ ଏହି ସମୟରେ ତାଙ୍କ ମା’ ହିଁ ତାଙ୍କୁ ସମ୍ଭାଳି ନେଇଥିଲେ ଆଉ ବଡ଼ ସ୍ୱପ୍ନ ଦେଖିବା ପାଇଁ ପ୍ରେରଣା ଦେଇଥିଲେ।

Advertisment

ଗୋବିନ୍ଦାଙ୍କ ସ୍ୱପ୍ନକୁ ପୂରଣ କରିବା ନେଇ ତାଙ୍କ ମା ସବୁବେଳେ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲେ। ଏନେଇ ଲୋକମାନେ ତାଙ୍କୁ କାହିଁକି ଏତେ ପ୍ରାର୍ଥନା କରୁଥିବା ମଧ୍ୟ ପଚାରୁଥିଲେ ବୋଲି ଗୋବିନ୍ଦା କୁହନ୍ତି। ସେ ଏହା ମଧ୍ୟ କୁହନ୍ତି ଯେ ତାଙ୍କ ମା’ଙ୍କର ପ୍ରାର୍ଥନା କାମ ଦେଲା ଆଉ ସେମାନେ ଗରିବୀରୁ ଧନୀ ପର୍ଯ୍ୟନ୍ତ ଯାତ୍ରା କରିପାରିଲେ।

Bollywood Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ