Advertisment

Govinda: ଗୋବିନ୍ଦା-ସୁନୀତାଙ୍କ ବୈବାହିକ ଜୀବନରେ କଳାବାଦଲ ! ରହୁଛନ୍ତି ଅଲଗା, ଚର୍ଚ୍ଚାରେ ଛାଡ଼ପତ୍ର

ସଂକଟରେ ଗୋବିନ୍ଦା-ସୁନୀତା ଆହୁଜାଙ୍କ ବୈବାହିକ ଜୀବନ। ଦୀର୍ଘ ୩୭ ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନ ଭାଙ୍ଗିପାରେ। ତେବେ ଏଭଳି ଗୁଜବ ଉପରେ ଗୋବିନ୍ଦା ଏବଂ ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।

ଅଦ୍ୟତନ ହୋଇଛି
Govinda and Sunita Ahuja are heading for divorce after 37 years of marriage

Govinda and Sunita Ahuja are heading for divorce after 37 years of marriage

Advertisment

ଗୋବିନ୍ଦା ଏବଂ ତାଙ୍କ ପତ୍ନୀ ସୁନୀତା ଆହୁଜାଙ୍କୁ ନେଇ ଅନେକ ପ୍ରକାରର ଚର୍ଚ୍ଚା ଚାଲିଛି। କିଛି ରିପୋର୍ଟ ଏବଂ ସୋସିଆଲ ମିଡିଆ ପୋଷ୍ଟରୁ ଜଣାଯାଇଛି ଯେ ଦୀର୍ଘ ୩୭ ବର୍ଷ ପରେ ସେମାନଙ୍କ ବୈବାହିକ ଜୀବନ ଭାଙ୍ଗିପାରେ। ତେବେ ଏଭଳି ଗୁଜବ ଉପରେ ଗୋବିନ୍ଦା ଏବଂ ତାଙ୍କ ପରିବାରର କୌଣସି ପ୍ରତିକ୍ରିୟା ଏପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ।

Advertisment

ତେବେ ଗୋବିନ୍ଦା ଏବଂ ସୁନୀତା ଆହୁଜାଙ୍କ ଛାଡପତ୍ରର ଏହି ସମସ୍ତ ଖବର ସେମାନଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି ଖବର ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଛି। ଏକ ସୋସିଆଲ୍ ମିଡିଆ ରିପୋର୍ଟରୁ ଜଣାଯାଇଛି ଯେ 'ଗୋବିନ୍ଦା ଏବଂ ସୁନୀତା ଆହୁଜା ୩୭ ​​ବର୍ଷ ପରେ ଛାଡପତ୍ର ନେଉଛନ୍ତି।'

ଅଧିକ ପଢ଼ନ୍ତୁ: ହିମେଶ ରେଶମିୟାଙ୍କ ଆକ୍ସନ୍ ଫିଲ୍ମ 'ବ୍ୟାଡେସ୍ ରବି କୁମାର'...୭ ଦମଦାର ଡାଏଲଗ୍

Advertisment

ଗୁଜବ:

ଏଥି ସହିତ କିଛି ଉତ୍ସ ଏବଂ ଗଣମାଧ୍ୟମ ରିପୋର୍ଟରେ ମଧ୍ୟ କୁହାଯାଇଛି ଯେ ୩୦ ବର୍ଷ ବୟସ୍କା ଜଣେ ମରାଠୀ ଅଭିନେତ୍ରୀଙ୍କ ସହ ଗୋବିନ୍ଦାଙ୍କ ସମ୍ପର୍କ ଥିବାରୁ ଗୋବିନ୍ଦା ଏବଂ ସୁନୀତାଙ୍କ ମଧ୍ୟରେ ଛାଡପତ୍ର ହେବାକୁ ଯାଉଛି। ଏକ ରିପୋର୍ଟରେ କୁହାଯାଇଛି ଯେ ଉଭୟଙ୍କ ମଧ୍ୟରେ ମନାନ୍ତର କ୍ରମାଗତ ଭାବେ ବଢୁଥିଲା ଏବଂ ଭିନ୍ନ ଭିନ୍ନ ଜୀବନଶେଳୀ କାରଣରୁ ସେମାନଙ୍କ ବୈବାହିକ ସମ୍ପର୍କ ଏଭଳି ସ୍ଥିତିକୁ ଆସିଛି।

କାହିଁକି ହେଉଛି ଗୁଜବ:

ତେବେ ଏହି ମାମଲାକୁ ନେଇ ସୁନୀତା ଆହୁଜା ଏବଂ ତାଙ୍କ ଝିଅ ଟିନା ଆହୁଜା କୌଣସି ସୂଚନା ଦେଇ ନାହାନ୍ତି। ଅନ୍ୟପକ୍ଷରେ ସୁନୀତା ଆହୁଜାଙ୍କ ଏକ ପୁରୁଣା ସାକ୍ଷାତକାରରୁ ଲୋକମାନଙ୍କ ମଧ୍ୟରେ ଏହି ଗୁଜବ ଦେଖାଦେଇଛି। ସେହି ସାକ୍ଷାତକାରରେ ସୁନୀତା ଆହୁଜା କହିଥିଲେ ଯେ ସେ ନିଜ ପିଲାମାନଙ୍କ ସହିତ ଗୋଟିଏ ଫ୍ଲାଟରେ ରହୁଥିବାବେଳେ ଗୋବିନ୍ଦା ଆପାର୍ଟମେଣ୍ଟର ସାମ୍ନା ବଙ୍ଗଳାରେ ରୁହନ୍ତି।

Advertisment

ଅଧିକ ପଢ଼ନ୍ତୁ: ରିଲିଜ୍ ହୋଇଛି ରେଶମିଆଙ୍କ ଫିଲ୍ମ 'ବ୍ୟାଡେସ୍ ରବି କୁମାର'; ଦେଖିବା ପୂର୍ବରୁ ପଢନ୍ତୁ

ଭିନ୍ନ ଜୀବନଶୈଳୀ:

ଉଭୟଙ୍କ ଜୀବନଶୈଳୀ ମଧ୍ୟ ଭିନ୍ନ। ଗୋବିନ୍ଦା ୧୦ଜଣ ଲୋକଙ୍କ ସୁରକ୍ଷା ସହିତ ମିଟିଙ୍ଗ କରୁଥିବା ବେଳେ ସୁନିତାଙ୍କୁ ପିଲାମାନଙ୍କ ସହ ଏକୁଟିଆ ରହିବା ପସନ୍ଦ। ସୁନିତା ପ୍ରତିଦିନ ଭୋର୍ ୪ଟାରେ ଉଠନ୍ତି ଆଉ ମେଡିଟେସନ କରନ୍ତି।

ସୁନୀତାଙ୍କ ପ୍ରତିକ୍ରିୟା:

ଏହି ଗୁଜବ ପରେ ସୁନୀତା ଦେଇଥିବା ଏକ ସାକ୍ଷାତକାରରେ ସ୍ପଷ୍ଟ କରିଛନ୍ତି, "ଆମକୁ କେହି ଅଲଗା କରିପାରିବେ ନାହିଁ। ତାଙ୍କ ସହ ମୋର ବହୁତ ମଜ୍ଜା ହୁଏ। ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଘର ଭାଙ୍ଗିବାକୁ ଚାହାଁନ୍ତି। ମୁଁ କାହାକୁ ଘର ଭାଙ୍ଗିବାକୁ ଦେବି ନାହିଁ। ମୁଁ ଜିତିବି କାରଣ ବାବା ମୋ ସାଙ୍ଗରେ ଅଛନ୍ତି।"

ପ୍ରତିକ୍ରିୟା ଦେଇ ନାହାନ୍ତି ଗୋବିନ୍ଦା:

ବର୍ତ୍ତମାନ ପର୍ଯ୍ୟନ୍ତ ଗୋବିନ୍ଦା ମଧ୍ୟ ଏହି ଗୁଜବ ଉପରେ ପ୍ରତିକ୍ରିୟା ଦେଇ ନାହାଁନ୍ତି କି ତାଙ୍କ ପରିବାରର କେହି ଏ ବିଷୟରେ କିଛି କହି ନାହାଁନ୍ତି। ପ୍ରକାଶଥାଉ ଯେ ସୁନୀତା ଆହୁଜା ୧୯୮୭ ମସିହାରେ ଗୋବିନ୍ଦାଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ସନ୍ତାନ ଅଛନ୍ତି, ଗୋଟିଏ ଝିଅ ଟିନା ଆହୁଜା ଏବଂ ଗୋଟିଏ ପୁଅ ୟଶବର୍ଦ୍ଧନ।

ଅଧିକ ପଢ଼ନ୍ତୁ: କୁମ୍ଭମେଳାରେ ବିମୋହିତ କରୁଛି ମୋନାଲିସାଙ୍କ ଆଖି; ଭିଡ ଭିତରେ ବି ସମସ୍ତଙ୍କୁ କରୁଛନ୍ତି ଆକର୍ଷିତ...

Bollywood Divorce Govinda
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ