Advertisment

ଦମଦାର ଭୂମିକାରେ ଆସୁଛନ୍ତି ଆଲିଆ ଭଟ୍ଟ; ଡାଏଲଗ୍‌ ହିଁ ଥରେଇବ ଦେହ

ରିଲିଜ୍ ହୋଇଛି ‘ଗଙ୍ଗୁବାଇ କାଠିଆୱାଡି’ର ଟ୍ରେଲର। ଖୁବ୍ ଶୀଘ୍ର ପରଦାକୁ ଆସିବ ଫିଲ୍ମ। ଆଲିଆ ଭଟ୍ଟଙ୍କ ଡାଏଲଗ୍‌ ପ୍ରେକ୍ଷାଳୟକୁ ଉଠେଇବ ପକେଇବ।

author-image
Pramod Behera
ଅଦ୍ୟତନ ହୋଇଛି
Gangubai Kathiawadi trailer out

Gangubai Kathiawadi trailer out

ମୁମ୍ବାଇ: ନିର୍ମାତା ନିର୍ଦ୍ଦେଶକ ସଞ୍ଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’କୁ ଦର୍ଶକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ଚଳଚ୍ଚିତ୍ର ଫିଲ୍ମରେ ମୁଖ୍ୟ ଭୂମିକାରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିବ। ଫିଲ୍ମ ରିଲିଜ୍ ହେବା ପୂର୍ବରୁ ନିର୍ମାତା ଏହାର ଟ୍ରେଲର୍‌ ରିଲିଜ୍ କରିଛନ୍ତ। ଏହି ଟ୍ରେଲର ଦେଖିବା ପରେ ଫିଲ୍ମ ଦେଖିବାର ଉତ୍ସାହ ଦର୍ଶକଙ୍କ ମଧ୍ୟରେ ନିଶ୍ଚିତ ଦ୍ୱିଗୁଣିତ ହେବ।

Advertisment

ତେବେ ଆଲିଆ ଭଟ୍ଟଙ୍କ ବ୍ୟତୀତ ଅଜୟ ଦେବଗନ ମଧ୍ୟ ଏହି ଫିଲ୍ମରେ ନଜର ଆସିବେ। ଏଥିରେ ତାଙ୍କୁ ମୁମ୍ବାଇର ଡନ୍ କରିମ ଲାଲାଙ୍କ ଚରିତ୍ରରେ ଅଭିନୟ କରୁଥିବା ଦେଖିବାକୁ ମିଳିବ। ଫିଲ୍ମର ଟ୍ରେଲରକୁ ଦେଖି ଲାଗୁଛି ଫିଲ୍ମଟି ନିଶ୍ଚିତ ହିଟ୍ ହେବ।

ସଞ୍ଜୟ ଲୀଲା ଭଂସାଲୀଙ୍କ ଏହି ବହୁ ପ୍ରତୀକ୍ଷିତ ଫିଲ୍ମର ଶେଷରେ ରିଲିଜ୍ ତାରିଖ ଠିକ୍ ହୋଇଛି। ଅନେକ ତାରିଖ ଘୁଞ୍ଚିବା ପରେ ଏବେ ଫେବୃଆରୀ ୨୫ରେ ମୁକ୍ତିଲାଭ କରିବାକୁ ଯାଉଛି। ଫିଲ୍ମର କାହାଣୀକୁ ପୁସ୍ତକ ' ଦ ମାଫିଆ କ୍ୱିନ୍ ଅଫ୍ ମୁମ୍ବାଇ'ରୁ ଅଣାଯାଇଛି। ଏହି ପୁସ୍ତକକୁ ହୁସେନ୍ ଜୈଦୀ ଲେଖିଛନ୍ତି।

Advertisment

'ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟର'ରି ନିଜର କ୍ୟାରିଅର୍ ଆରମ୍ଭ କରିଥିବା ଆଲିଆ ଭଟ୍ଟ ବର୍ତ୍ତମାନ ପର୍ଯ୍ୟନ୍ତ ହାଇୱେ, ଉଡ୍‌ତା ପଞ୍ଜାବ ଭଳି ଅନେକ ଚଳଚ୍ଚିତ୍ର କରିଛନ୍ତି। ସେ ପ୍ରାୟ ସବୁ ଫିଲ୍ମରେ କେବଳ ଜଣେ ନବାଗତ ଯୁବତୀ ଭଳି ଦେଖାଯାଉଥିବା ବେଳେ ଏଥିରେ ତାଙ୍କୁ ଏକ ଦମଦାର ଭୂମିକାରେ ଦେଖିବାକୁ ମିଳିବ। ‘ଗଙ୍ଗୁବାଇ କାଠିଆୱାଡି’ ଫିଲ୍ମର ଟ୍ରେଲରକୁ ଦେଖିlଲେ ଲାଗୁଛି ସେ ତାଙ୍କ କ୍ୟାରିୟରର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଚଳଚ୍ଚିତ୍ରରେ ଗଙ୍ଗୁବାଇ ଭୂମିକାରେ ଆଲିଆ ଭଟ୍ଟଙ୍କୁ ଦେଖିବାକୁ ମିଳିଛି।

ସଞ୍ଜୟ ଲୀଲା ଭଂସାଲୀଙ୍କ ପ୍ରତ୍ୟେକ ଫିଲ୍ମ ଭଳି ଏହା ମଧ୍ୟ ଜବରଦସ୍ତ ହେବାକୁ ଯାଉଛି। ଏହାର ଟ୍ରେଲର୍‌ ମଧ୍ୟ ସମସ୍ତଙ୍କୁ ଛୁଇଁଛି। ବିଶେଷକରି ଫିଲ୍ମଟି ମହିଳା ଶକ୍ତି ଉପରେ ଆଧାରିତ ହୋଇଥିବାରୁ ମହିଳାମାନଙ୍କ ପାଇଁ ଏହା ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି। ତେବେ ଆସନ୍ତୁ ଏଥିରେ ଥିବା କିଛି ଦମଦାର ସଂଳାପ ଉପରେ ନଜର ପକେଇନେବା।

୧- ବୋଧହୁଏ ତୁମକୁ ଆମ କଥା ଟିକେ କଡା ଲାଗିଲା, କିନ୍ତୁ ଆମ ପାଖରେ ତୁମଠାରୁ ବହୁତ ଇଜ୍ଜର ଅଛି। ପଚାର କେମିତି…

୨- ବିର୍‌ଜୁ… ତତେ କ’ଣ ଲାଗୁଛି ଗଙ୍ଗୁବାଇ… ଖାଏ।

୩- ତତେ ତ ଦିନରେ ତାରା ଦେଖେଇବି।

୪- ଗଙ୍ଗୁ ଠିକ୍ କରିନେଇଛି ଯେ ଆମ ପିଲାମାନଙ୍କୁ ଶିକ୍ଷା ଅଧିକାର ଦେଇ କି ହିଁ ରହିବ ଏବଂ ସମାଜରେ ମଣିଷ ପରି ବଞ୍ଚିବାର ଅଧିକାର ଦେବ।

୫- ମା’ର ନାମ କ’ଣ ଯଥେଷ୍ଟ ନୁହେଁ… ଚାଲ୍‌ ବାପାର ନାମ ଦେବ ଆନନ୍ଦ ହମ୍ମ୍।

୬- ଶକ୍ତି, ସମ୍ପତ୍ତି ଆଉ ସଦ୍‌ବୁଦ୍ଧି ଯଦି ଏ ତିନି ଜଣେ ନାରୀ, ତେବେ ଏ ପୁରୁଷଙ୍କୁ କେଉଁ କଥାରେ ବା ଗର୍ବ।

୭- ଏଜି ଭାଇ, କାଲି ଖବର କାଗଜରେ ଲେଖିଦେବ ଯେ ଆଜାଦ ଭୂମିରେ ଗଙ୍ଗୁଭାଇ ଭାଷଣ ଦେବା ବେଳେ ଆଖି ତଳକୁ କରି ନୁହେଁ, ଆଖି ମିଶେଇ କଥା କହିଲା।

Bollywood
Advertisment
Advertisment