Advertisment

ବହୁ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ କୁ ଆଇନ୍‌ର ଛାଟ

ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍‌କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ।

author-image
Otv Khabar Bureau
Gangubai Kathiawadi Movie

Gangubai Kathiawadi Movie

ଚର୍ଚ୍ଚାରେ ଥିବା ସଞ୍ଜୟ ଲୀଲା ଭନସାଲୀଙ୍କ ଚର୍ଚ୍ଚିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ର ଟାଇଟଲ୍ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟଙ୍କ ପରାମର୍ଶ ଦେଇଛନ୍ତି । ଏହି ଫିଲ୍ମଟି ଶୁକ୍ରବାର ବଡ ପରଦାରେ ରିଲିଜ୍ ହେବାକୁ ଥିବା ବେଳେ ଫିଲ୍ମ ନିର୍ମାତାଙ୍କୁ ଏକ ଶକ୍ତ ଧକ୍କା ଲାଗିଛି । ଭନସାଲୀ ପ୍ରଡକ୍ସନ୍ସର ଓକିଲ ସିଦ୍ଧାର୍ଥ ଡାଭେ ଆଜି ସର୍ବୋଚ୍ଚ ନ୍ୟାୟାଳୟଙ୍କୁ ସୂଚନା ଦେଇଛନ୍ତି ଯେ ଏନେଇ ସେ ତାଙ୍କ ଗ୍ରାହକଙ୍କଠାରୁ ନିର୍ଦ୍ଦେଶ ଲୋଡ଼ିବେ। ଆସନ୍ତାକାଲି ସୁପ୍ରିମକୋର୍ଟ ଏହି ମାମଲାର ଶୁଣାଣି ଜାରି ରହିବ।

Advertisment

ଫିଲ୍ମ ରିଲିଜ୍‌ର ଦିନକ ପୂର୍ବରୁ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଜବରଦସ୍ତ ଝଟ୍‌କା। ନିଜର ଅଗାମୀ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ ବିବାଦ ଘେରକୁ ଆସିବା ପରେ ବାଜିଛି ଆଇନ୍ ଛାଟ। ଫିଲ୍ମର ଟାଇଟଲ ପରିବର୍ତ୍ତନ ପାଇଁ ସୁପ୍ରିମକୋର୍ଟ ପ୍ରସ୍ତାବ ଦେଇଛନ୍ତି। ଏହି ଫିଲ୍ମର ନିର୍ମାତା ସଞ୍ଜୟ ଲୀଳା ଭଂସାଲି ଦ୍ୱିତୀଥର ପାଇଁ ଟାଇଟଲକୁ ନେଇ ଆଇନ୍‌ ଜାଲରେ ଫସିବା ସହ ତାଙ୍କୁ ମଧ୍ୟ ଶକ୍ତ ଧକ୍କା ଲାଗିଛି। ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡ଼ି’ ନାମ ପରିବର୍ତ୍ତନ ପାଇଁ ଭଂସାଲିଙ୍କୁ ପ୍ରସ୍ତାବ ଦେଇଛନ୍ତି ସୁପ୍ରିମକୋର୍ଟ।

ଜଣେ ଯୌନ କର୍ମୀଙ୍କ ଜୀବନୀକୁ ନେଇ ଆଧାରିତ ଫିଲ୍ମଟିକୁ ବିଭିନ୍ନ ମହଲରେ ବିରୋଧ କରାଯିବା ସହ ରାଜନୀତୀ ମଧ୍ୟ ଜୋର ଧରିଥିଲା। ଅଡୁଆରେ ପଡିଥିଲେ ଆଲିଆ ଭଟ୍ଟ । ମୁଭିର ଟ୍ରେଲର ରିଲିଜ ହେବା ପରଠାରୁ ଉଭୟ ସଞ୍ଜୟ ଏବଂ ଆଲିଙ୍କ ପାଇଁ ସମସ୍ୟା ବଢିଥିଲା । ମୁଭିରେ ଗଙ୍ଗୁବାଈଙ୍କ ଚରିତ୍ରକୁ ନକାରାତ୍ମକ ଭାବେ ଚିତ୍ରିତ କରାଯାଇଥିବା ଅଭିଯୋଗ ହୋଇଥିଲା ।

Advertisment

ଗଙ୍ଗୁବାଈଙ୍କୁ ଜଣେ ସାମାଜିକ କର୍ମୀ ବଦଳରେ ଜଣେ ଦେହଜୀବୀ ଭାବେ ଚିତ୍ରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଗଙ୍ଗୁବାଈଙ୍କ ପୋଷ୍ୟପୁତ୍ର ବାବୁ ରାଓଜୀ ଶାହା ଓ ତାଙ୍କ ନାତୁଣୀ ଭାରତୀ ଶାହା ସିନେମାର କାହାଣୀକୁ ଜୋରଦାର ବିରୋଧ କରିଛନ୍ତି । ସେ ମୁମ୍ବାଇର ଏକ କୋର୍ଟରେ ଆଲିଆ ଓ ଏହାର ପ୍ରଯୋଜକ ତଥା ନିର୍ଦ୍ଦେଶକ ଭଂସାଲି ନାଁରେ ମାମଲା ଦାଏର କରିଛନ୍ତି ।

ଗଙ୍ଗୁବାଈଙ୍କ ପୁଅଙ୍କ ଅଭିଯୋଗ ମୁତାବକ, ଫିଲ୍ମ ନିର୍ମାଣ ସମୟରେ ତାଙ୍କ ପରିବାରଠାରୁ କୌଣସି ଅନୁମତି ନିଆଯାଇନଥିଲା । ପୂର୍ବରୁ ଯେତେବେଳେ ଗଙ୍ଗୁବାଈଙ୍କ ଉପରେ ବହି ଲେଖାଯାଇଥିଲା ସେତେବେଳେ ମଧ୍ୟ ଅନୁମତି ନେନେଇ ଲେଖାଯାଇଥିଲା । ଏବେ ମୁଭିରେ ତାଙ୍କ ମା’ଙ୍କୁ ଯେଉଁଭଳିଭାବେ ଚିତ୍ରଣ କରାଯାଇଛି ତାକୁ ନେଇ ତାଙ୍କ ପରିବାରରେ ସମସ୍ୟା ବଢିଯାଇଛି । ଲୋକ ଲଜ୍ଜା ଯୋଗୁଁ ତାଙ୍କ ପରିବାରକୁ ବାରମ୍ବାର ଘର ବଦଳାଇବାକୁ ପଡୁଛି ବୋଲି ସେ କହିଥିଲେ।

Bollywood Gangubai Kathiawadi Movie
Advertisment
Advertisment