Advertisment

ଚାଲିଗଲେ 'ଗେମ୍ ଅଫ୍ ଥ୍ରୋନ୍ସ'ର ଲୋକପ୍ରିୟ ଅଭିନେତା

'ଗେମ୍ ଅଫ୍ ଥ୍ରୋନ୍ସ'ରେ କେଭାନ୍ ଲାନିଷ୍ଟରଙ୍କ ଭୂମିକାରେ ଲୋକପ୍ରିୟତା ହାସଲ କରିଥିବା ବ୍ରିଟିଶ ଅଭିନେତା ଇୟାନ୍ ଗେଲ୍ଡରଙ୍କ ଦେହାନ୍ତ ହୋଇଛି। ସେ ଗତ ପାଞ୍ଚ ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ।

author-image
Pramod Behera
ଅଦ୍ୟତନ ହୋଇଛି
Game of thrones actor ian gelder Death

Game of thrones famed actor ian gelder passes away

'ଗେମ୍ ଅଫ୍ ଥ୍ରୋନ୍ସ'ରେ କେଭାନ୍ ଲାନିଷ୍ଟରଙ୍କ ଭୂମିକାରେ ଲୋକପ୍ରିୟତା ହାସଲ କରିଥିବା ବ୍ରିଟିଶ ଅଭିନେତା ଇୟାନ୍ ଗେଲ୍ଡରଙ୍କ ଦେହାନ୍ତ ହୋଇଛି। ସେ ଗତ ପାଞ୍ଚ ମାସ ଧରି କର୍କଟ ରୋଗରେ ପୀଡିତ ଥିଲେ। ସେ ୭୪ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମଙ୍ଗଳବାର ଏକ ଇନଷ୍ଟାଗ୍ରାମ ପୋଷ୍ଟ୍‌ ଜରିଆରେ ଇୟାନ ଗେଲ୍ଡରଙ୍କ ସାଥୀ ବେନ୍ ଡାନିଏଲ୍ସ ତାଙ୍କ ମୃତ୍ୟୁକୁ ନିଶ୍ଚିତ କରିଛନ୍ତି।

Advertisment

ଏକ ରିପୋର୍ଟ ଅନୁଯାୟୀ, ଡାନିଏଲ୍ସ ଲେଖିଛନ୍ତି, “ବହୁତ ଦୁଃଖ ଓ ଭାରି ହୃଦୟରେ ମୋତେ ଇୟାନ ଗେଲ୍ଡରଙ୍କ ପରଲୋକ ଘୋଷଣା କରିବାକୁ ପଡୁଛି। ଡିସେମ୍ବରରେ ଇୟାନ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜଣାପଡିଥିଲା ଏବଂ ସୋମବାର ତାଙ୍କର ମୃତ୍ୟୁ ହୋଇଛି। ମୁଁ ତାଙ୍କର ଦେଖାଶୁଣା କରିବା ପାଇଁ ସମସ୍ତ କାମ ବନ୍ଦ କରି ଦେଇଥିଲି, କିନ୍ତୁ ଆମ ମଧ୍ୟରୁ କାହାରି ଧାରଣା ନ ଥିଲା ଯେ ସେ ଏତେ ଶୀଘ୍ର ଆମକୁ ଛାଡି ଚାଲିଯିବେ।”

ଅଧିକ ପଢ଼ନ୍ତୁ: ଅଲୁ ଅର୍ଜୁନଙ୍କୁ ପ୍ରଶଂସାରେ ପୋତିଦେଲେ ସୁକୁମାର, କହିଲେ ଆଜି ମୁଁ ଯାହା କିଛି ହେଇଛି ସବୁ ତାଙ୍କ ପାଇଁ

Advertisment

କେଭାନ୍ ଲାନିଷ୍ଟର ସିରିଜର ୧୨ ଏପିସୋଡ୍‌ରେ ଚାର୍ଲ୍ସ ଡ୍ୟାନ୍ସଙ୍କ ଦ୍ୱାରା ଅଭିନୀତ ହୋଇଥିବା ଲର୍ଡ ଟାୟୱିନ୍ ଲାନିଷ୍ଟରଙ୍କ ସାନ ଭାଇ ଭୂମିକାରେ ଅଭିନୟ କରିଥିଲେ। ସେ 'ଡକ୍ଟର ହୁ', 'ସ୍ନାଚ୍', 'ଫିଫ୍ଟିନ୍-ଲଭ୍', 'କାଜୁଆଲିଟି', 'ଏଡୱାର୍ଡ ଦ କିଙ୍ଗ', 'ଆଇ ଥଟ୍ ୟୁ ଗନ୍' ଏବଂ 'ହିଜ୍ ଡାର୍କ ମେଟେରିୟଲ୍' ସମେତ ଅନେକ ଟିଭି ଧାରାବାହିକରେ କାମ କରିଛନ୍ତି। ତାଙ୍କର ଅଭିନୟ ଯୋଗୁଁ ସେ ସାରା ବିଶ୍ୱରେ ପ୍ରସିଦ୍ଧ ହୋଇଥିଲେ।|

ଚଳଚ୍ଚିତ୍ର ଏବଂ ଟିଭି ଶୋ ବ୍ୟତୀତ ଇୟାନ୍ ଗେଲ୍ଡର୍ ଥିଏଟରରେ ମଧ୍ୟ କାମ କରିଛନ୍ତି। ସେ ତାଙ୍କର ଦୀର୍ଘ ଦିନର କ୍ୟାରିଅର୍‌ରେ ଅନେକ ସ୍ମରଣୀୟ ଚଳଚ୍ଚିତ୍ରରେ କାମ କରିଛନ୍ତି। ସେ ୧୯୭୮ର ଚଳଚ୍ଚିତ୍ର ‘ଦି ଥ୍ରୀ କିସ୍’ ରୁ ​​ପରିଚୟ ପାଇଥିଲେ। ଫିଲ୍ମ ପୂର୍ବରୁ ସେ ଟିଭି ଶୋ’ରେ କାମ କରିବା ଆରମ୍ଭ କରିଥିଲେ। ତାଙ୍କୁ ଶେଷ ଥର ପାଇଁ ଟିଭି ଶୋ 'ଫାଦର୍ ବ୍ରାଉନ୍'ରେ ଦେଖିବାକୁ ମିଳିଥିଲା। ଅଭିନେତା ୬ ମେ ୨୦୨୪ରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

Hollywood
Advertisment
Advertisment