Advertisment

ଫସିଗଲେ ଅକ୍ଷୟ ! କାମ ଦେବନି କି ଖିଲାଡି ଷ୍ଟାରଙ୍କ ଆକ୍ଟିଂ ?

ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍‌ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍‌ ହୋଇଛି।

ଅଦ୍ୟତନ ହୋଇଛି
Filmy Friday Release

Filmy Friday Release

Advertisment

ଗୋଟିଏ ଦିନରେ ରିଲିଜ୍ ହୋଇଛି ୩ଟି ବଡ଼ ଓ ହାଇବଜେଟ୍ ଫିଲ୍ମ। ଆଜି ଫ୍ରାଇଡେ’ ରିଲିଜ୍‌ରେ ପୃଥ୍ୱୀରାଜ୍, ବିକ୍ରମ ଏବଂ ମେଜର ବଡ଼ ପରଦାକୁ ଆସିଛି। ହିନ୍ଦୀ, ତେଲୁଗୁ ଓ ତାମିଲ ଭାଷାରେ ଫିଲ୍ମରିଲିଜ୍‌ ହୋଇଛି। ୩ଟି ଅନ୍ଦାଜ ଓ ଅଲଗା ଷ୍ଟାଇଲ୍‌ରେ ଅଭିନୟ କରି ଦର୍ଶକଙ୍କୁ ଭେଟି ଦେଇଛନ୍ତି ଅକ୍ଷୟ କୁମାର, କମଲ ହାସନ ଏବଂ ଆଦି ବିଶେସ୍‌। ତିନିଟି ଯାକ ଫିଲ୍ମ ପାନ୍ ଇଣ୍ଡିଆ ସ୍ତରରେ ରିଲିଜ୍ କରାଯାଇଛି। କିନ୍ତୁ ଅକ୍ଷୟ କୁମାରଙ୍କ ଫିଲ୍ମକୁ ପଛରେ ପକାଇଛି ସାଉଥ୍‌ ଏହି ୨ ଫିଲ୍ମ। 

Advertisment

୩ ବର୍ଷ ପରେ ବଡ଼ ସ୍କ୍ରିନ୍ ଓ ବହୁ ବର୍ଷ ପରେ ନିଜ ଅବତାରକୁ ଫିଲ୍ମ ‘ବିକ୍ରମ’ ଜରିଆରେ ଫେରିଛନ୍ତି କମଲ। ସେହି ପୁରୁଣା ଆକ୍ସନ୍, ଦମଦାର ଡାଇଲଗ୍ ଓ ଛାତି ଥରାଇଲା ଭଳି ଦୃଶ୍ୟକୁ ନେଇ ଆସିଛି ବିକ୍ରମ। ଖାଲି କମଲ ହାସନ୍ ନୁହଁନ୍ତି ବିକ୍ରମ ସେତୁପତି ଓ ଫାହାଦ୍ ଫାସିଲ୍ ବି ଏଥିରେ ଲିଡ୍‌ରେ ନଜର ଆସିବେ।  ଫିଲ୍କରେ ସମସ୍ତେ ବିକ୍ରମ, ହେଲେ ଅସଲ କିଏ ତାହାକୁ ନେଇ ସସ୍‌ପେନ୍ସ। ସେହିପରି ଫିଲ୍ମରେ କେହି ବି ହିରୋ ନୁହଁନ୍ତି। ଫିଲ୍ମରେ ସବୁ ଏକ ସେ ବଢ଼କର୍ ଏକ ଭିଲିଏନ୍‌। 

ଆଜି ପ୍ରଥମ ଦିନରେ ଫିଲ୍ମ ‘ବିକ୍ରମ’ର ଆଗୁଆ ବୁକିଂ ୨୫ କୋଟି ଟଙ୍କା କରି ସାରିଲାଣି। ତାହା ପୁଣି କେବଳ ତାମିଲନାଡ଼ୁରେ। ତାମିଲନାଡ଼ୁର ୧୧ ଶହ ସ୍କ୍ରିନ୍ ଓ ବାହାରେ ୮୦୦ ସ୍କ୍ରିନ୍‌ରେ ଫିଲ୍ମ ରିଲିଜ୍ ହୋଇଛି। ତେଣୁ ଅନୁମାନ କରାଯାଉଛି ଏହା ଏକ ବଡ଼ ହିଟ୍ ଫିଲ୍ମ ହେବ। ସେହିପରି ଦେଶକୁ ଦୋହଲାଇ ଦେଇଥିବା ୨୬/୧୧ ମୁମ୍ବାଇ ଆତଙ୍କୀ ହମଲାର ହିରୋ ମେଜର ସନ୍ଦୀପ ଉନ୍ନି କ୍ରିଷ୍ଣନ୍‌ଙ୍କ କାହାଣୀକୁ ନେଇ ଆସିଛି ମେଜର୍। ଫିଲ୍ମରେ ମୁଖ୍ୟ ଲିଡ୍‌ରେ ନଜର ଆସିଛନ୍ତି ତେଲୁଗୁ ହିରୋ ଆଦି ବିଶେସ୍‌। ଭଲ ପୁଅ, ଭଲ ଛାତ୍ର, ଭଲ ସ୍ୱାମୀ...ଆଉ ସବୁଠୁ ବଡ଼ ହେଉଛି ଭଲ ସୈନିକ। ଲୋମଟାଙ୍କୁରୀ ଉଠିଲା ଭଳି ସିନ୍, ଗର୍ବରେ ଛାତି ଚଉଡ଼ା କଳା ଭଳି କାହାଣୀ ଫିଲ୍ମ ‘ମେଜର’ରେ ଦେଖିବାକୁ ମିଳିବ। ପ୍ରକାଶ ରାଜ୍‌ଙ୍କ ଭଳି ବରିଷ୍ଠ ଅଭିନେତାଙ୍କୁ ବି ଫିଲ୍ମରେ ଦେଖିବାକୁ ମିଳିବ।

Advertisment

ହେଲେ ଏହି ଦୁଇଟି ଫିଲ୍ମ ତୁଳନାରେ ପଛରେ ପଡ଼ି ଯାଇଛି ବଲିଉଡ୍‌ ଫିଲ୍ମ ପୃଥ୍ୱୀରାଜ୍। ରିଲିଜ୍ ପୂର୍ବରୁ ଅକ୍ଷୟଙ୍କ ଲୁକ୍ସ ଓ ଫିଲ୍ମର ଟ୍ରେଲରକୁ ଏତେଟା ପସନ୍ଦ କରିନଥିଲେ ଦର୍ଶକ। କିନ୍ତୁ ଫିଲ୍ମର ପ୍ରମୋସନ ଜୋରଦାର ଭାବେ କରିଛନ୍ତି ଅକ୍ଷୟ। ତାଙ୍କ ସହ ମିସ୍ ଇଣ୍ଡିଆ ଫେମ୍ ମାନୁଷୀ ଚିଲର, ସଞ୍ଜୟ ଦତ୍ତ, ସୋନୁ ସୁଦ୍ ବି ନଜର ଆସିଛନ୍ତି। ପୃଥ୍ୱୀରାଜ୍ ମୋଟ୍ ୩୫୦୦ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ୍ ହୋଇଛି।

ଯେଉଁ ସମୟରେ ବଲିଉଡ୍ ଉପରେ କଳା ବାଦଳ ଛାଇ ରହିଛି, ଦକ୍ଷିଣ ଭାରତୀୟ ଫିଲ୍ମର ଦବ୍‌ଦବା ରହିଛି ସେ ସମୟରେ ପୃଥ୍ୱୀରାଜ୍ ଫିଲ୍ମ କିଭଳି ନିଜ ଅସ୍ତିତ୍ୱ ବଞ୍ଚାଉଛି ତାହା ଏବେ ବଡ଼ ପ୍ରଶ୍ନ। ଖାଲି ଅକ୍ଷୟଙ୍କ ପାଇଁ ନୁହେଁ ଏହା ଅନ୍ୟ ବଲିଉଡ୍ ଫିଲ୍ମର ବି ଭାଗ୍ୟ ନିର୍ଦ୍ଦାରଣ କରିବ।

Advertisment
Akshya Kumar Filmy Friday Film Samrat Prithviraj Film Vikram Film Major
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ