Advertisment

ରିଲିଜ୍‌ ହେଲା ରିଷି କପୁରଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍’

କଳାକାର କେବେ ମରେନି। ମୃତ୍ୟୁ ସିନା ତାର ହୁଏ, ଦୁନିଆରେ ରହିଯାଏ ତାଙ୍କର କଳା ଆଉ ଛାପ। ଏକଥାକୁ ସତ ଭାବେ ପ୍ରମାଣିତ କରିଛନ୍ତି ଅନେକ ଅଭିନେତା। ଯେପରି ଭେଟେରାନ୍ ରିଷି କପୁର।

ଅଦ୍ୟତନ ହୋଇଛି
Film Sharmaji Namkeen

Film Sharmaji Namkeen

Advertisment

କଳାକାର କେବେ ମରେନି। ମୃତ୍ୟୁ ସିନା ତାର ହୁଏ, ଦୁନିଆରେ ରହିଯାଏ ତାଙ୍କର କଳା ଆଉ ଛାପ। ଏକଥାକୁ ସତ ଭାବେ ପ୍ରମାଣିତ କରିଛନ୍ତି ଅନେକ ଅଭିନେତା। ଯେପରି ଭେଟେରାନ୍ ରିଷି କପୁର। ସେ ସିନା ଚାଲିଗଲେ ହେଲେ ଛାଡ଼ି ଦେଇଗଲେ ଅନେକ ଅଭୁଲା ସ୍ମୃତି ଓ ଢେର ସାରା ଭଲ ପାଇବା। ଏହାର ଛୋଟିଆ ନଜରି ଦେଖିବାକୁ ମିଳିଛି ତାଙ୍କ ଶେଷ ଫିଲ୍ମ ‘ଶର୍ମାଜୀ ନମକିନ୍’ରେ।

Advertisment

ରିଲିଜ୍ ହୋଇଥିବା ଏହି ଫିଲ୍ମ ଦର୍ଶକଙ୍କ ହୃଦୟକୁ ଛୁଇଁଛି। ଫିଲ୍ମ ଓଟିଟିରେ ରିଲିଜ୍ ହେଉ ହେଉ ଏହାକୁ ପ୍ରଶଂସା ମିଳିବାରେ ଲାଗିଛି। ରିଷିଙ୍କ ଅଭିନୟ ସମସ୍ତଙ୍କୁ ବିମୋହିତ କରିଛି। ସେହି ହସ ହସ ମୁହଁ, ଆଖିରେ ଏକାଧିକ ଏକ୍ସପ୍ରେସନ୍...ଡାଇଲଗ୍ କହିବା ପୂର୍ବରୁ କାହାଣୀକୁ ଦର୍ଶକଙ୍କ ପାଖରେ ପରସି ଦେଉଛି। 

ଖାଲି ରିଷି ନୁହଁନ୍ତି, ଫିଲ୍ମରେ ରିଷିଙ୍କୁ ଯେତେ ପ୍ରଶଂସା କରିବା ତାଠୁ ବୋଧେ କିଛିଟା ଅଧିକ ପ୍ରଶଂସା ପରେଶ ରାୱଲଙ୍କ ପାଇଁ କରାଯିବ। ଏହି ଚରିତ୍ରରେ ପରେଶଙ୍କ ବ୍ୟତୀତ ଆଉ କେହି ବି ଏତେ ନିଖୁଣ ଓ ଚମତ୍କାର ଭାବେ ନିଜକୁ ଚିତ୍ରଣ କରିପାରି ନଥାନ୍ତେ। ଯେଉଁ ସମୟରେ ରିଷି ଫିଲ୍ମକୁ ଅଧାରୁ ଛାଡ଼ିଥିଲେ ସେତେବେଳେ ଅନେକ କଳାକାର ଏହାକୁ ଗ୍ରହଣ କରିବାକୁ ମନା କରିଥିଲେ। ହେଲେ ପରେଶ ସାହାସର ସହ ରିଷିଙ୍କ ଚରିତ୍ରକୁ ଆପଣାଇଥିଲେ। ଫିଲ୍ମରେ ପାର୍ଶ୍ୱ ଅଭିନେତାଙ୍କ ଭୂମିକା ବି ବହୁ ଗୁରୁତ୍ୱବହନ କରୁଛି। ଜୁହି ଚାୱଲା, ସୋହେଲ ନାୱରଙ୍କ ଭୂମିକା ଫିଲ୍ମରେ ଅଧିକ ପ୍ରଭାବଶାଳୀ ରହିଛି।

Advertisment

ଜୀବନର ପରିଣତ ବୟସରେ ମଣିଷକୁ ଅନେକ କିଛି ସଂଘର୍ଷ କରିବାକୁ ପଡ଼େ। ଚାକିରିରୁ ଅବସର ନେବା ପରେ କ’ଣ କରିବେ ତାକୁ ନେଇ ଚିନ୍ତାରେ ପଡ଼ିଯାଆନ୍ତି। ଏପରି କିଛି ସମସ୍ୟାରେ ଫସିଥିବା ଶର୍ମାଜୀ କିଭଳି ନିଜକୁ ବ୍ୟସ୍ତ ରଖନ୍ତି ତାହା ହିଁ ଫିଲ୍ମର କାହାଣୀ। ନିଜ ପୁଅ ଓ ସମ୍ପର୍କୀୟଙ୍କ ବ୍ୟବହାର ଏସମୟରେ କିପରି ରୁହେ ତାକୁ ଅତି ସୁନ୍ଦର ଭାବେ ଚିତ୍ରଣ କରାଯାଇଛି। ହିତେଶ ଭାଟ୍ଟିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବଲିଉଡ୍‌କୁ ଏକ ଗୋଲଡେନ୍ ପିସ୍ ଫିଲ୍ମ ଦେଇଛି। 

Rishi Kapoor Paresh Rawal Sharmaji Namkeen
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ