Advertisment

ସଂଘର୍ଷ, ସ୍ୱାଭିମାନ ଓ ସାହସର କାହାଣୀ 'ଜୟ ଭୀମ'

ପରଦାରେ ସତ କାହାଣୀ ,ଅଭିନୟ ବି ଜୀବନ୍ତ, କାହାଣୀ ବି ହୃଦୟସ୍ପର୍ଶୀ । ଆମେ କହୁଛୁ, ତାମିଲ ଫିଲ୍ମ ‘ଜୟ ଭୀମ୍‌’ କଥା। ତାମିଲ ଫିଲ୍ମ ‘ଜୟ ଭୀମ’କୁ ମିଳୁଛି ପ୍ରଶଂସା । ବିଭିନ୍ନ ମହଳରୁ ଫିଲ୍ମକୁ ପସନ୍ଦ କରାଯାଇଛି । ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ ଥମ୍ସ ଅପ୍‌ ମିଳିଛି। ‘ଜୟ ଭୀମ୍‌’ ଫିଲ୍ମର କାହାଣୀ ତାମିଲନାଡ଼ୁର ବହୁଚର୍ଚ୍ଚିତ ୧୯୯୩ ବିନ୍ଦ୍ରାଞ୍ଚଳମ୍‌ ହାଜତ ମୃତ୍ୟୁ ମାମଲା ଉପରେ ଆଧାରିତ।

ଅଦ୍ୟତନ ହୋଇଛି
Film 'JAI BHIM'

Film 'JAI BHIM'

Advertisment

ଭୁବନେଶ୍ୱର(ପ୍ରସନ୍ନଜିତ୍ ରାୟ): ଫିଲ୍ମ 'ଜୟ ଭୀମ୍' କୁ ମିଳିଛି ପ୍ରଶଂସା । ସାଉଥ ସୁପର ଷ୍ଟାର ସୁରିୟାଙ୍କ ଅଭିନୟର ଯାଦୁ କିମିୟା କରିଛି ଦର୍ଶକଙ୍କୁ । ତାମିଲ ଫିଲ୍ମ ‘ଜୟ ଭୀମ୍ ଦର୍ଶକୁ ବହୁତ ପସନ୍ଦ ଆସିଥିବା ବେଳେ ଫିଲ୍ମର ଚିତ୍ରନାଟ୍ୟ, କାହାଣୀ, ଅଭିନୟ ଦର୍ଶକଙ୍କ ଥମ୍ସ ଅପ୍‌ ମିଳିଛି ।  କିପରି ଆଦିବାସୀଙ୍କ ପ୍ରତି ସମାଜରେ ଘୃଣା ଓ ଅପମାନଜନକ ବ୍ୟବହାର ହେଉଛି ତାହାର ଜ୍ୱଳନ୍ତ ଚିତ୍ର ସିନେମାରେ ବର୍ଣ୍ଣନା କରାଯାଇଛି। ସମାଜରେ ପ୍ରଚଳିତ ଜାତି ପ୍ରଥା ପାଇଁ କିପରି ଗୋଟିଏ ପରେ ଗୋଟିଏ ପରିବାର ନଷ୍ଟ ହେଉଛି ତା ଉପରେ ସଂପୂର୍ଣ୍ଣ କାହାଣୀ ଆଧାରିତ।

Advertisment

ସଂଘର୍ଷ, ସ୍ୱାଭିମାନ ଓ ସାହସର କାହାଣୀକୁ ଫିଲ୍ମରେ ଦର୍ଶାଯାଇଛି । ୧୯୯୩ରେ ଘଟିଥିବା ଏହି ଘଟଣାକୁ ବେଶ ନିଖୁଣତାର ସହ ସ୍କିନ୍‌ରେ ପରିବେଷଣ କରାଯାଇଛି । ଫିଲ୍ମର କାହାଣୀରେ ରାଜା କନୁ ଓ ସେଙ୍ଗନ୍‌, ସ୍ୱାମୀ-ସ୍ତ୍ରୀ ଉଭୟ ବେଶ ଖୁସିରେ ଜୀବନ କାଟୁଥିଲେ। ତେବେ ଏକ ଚୋରୀ ମାମଲାରେ ତାଙ୍କୁ ପୋଲିସ୍‌ ଛନ୍ଦି ଦିଏ । ପରେ ଆହୁରୀ କିଛି ବ୍ୟକ୍ତିଙ୍କୁ ଗିରଫ କରାଯାଏ । ହାଜତରେ ସୀମା ଟପେ ଅତ୍ୟାଚାର। ମହିଳାଙ୍କ ଉପରେ ବି ପୋଲିସ୍‌ ଅତ୍ୟାଚାର କରିବାକୁ ପଛାଏନି। ତେବେ ଆଦିବାସୀଙ୍କୁ ନ୍ୟାୟ ଦେବାକୁ ସାମ୍ନାକୁ ଆସନ୍ତି ସାହାସୀ ଆଇନଜୀବୀ ତଥା ବର୍ତ୍ତମାନର ଜଷ୍ଟିସ୍‌ କେ ଚନ୍ଦ୍ରୁ। 

Advertisment

କାହାଣୀକୁ ଜୀବନ୍ତ କରିଛି ଭର୍ସାଟାଇଲ୍‌ ଓ ଟ୍ୟାଲେଟେଣ୍ଟ କଳାକାରଙ୍କ ଅଭିନୟ । ଆଇନଜୀବୀ ଚନ୍ଦ୍ରୁଙ୍କ ଭୂମିକାରେ ନଜର ଆସିଛନ୍ତି ସୁରିୟା । ଡାଇଲଗ୍‌ ଡେଲିଭେରୀ, ଲୁକ୍‌ ଓ ଷ୍ଟାଇଲ୍‌ ଦର୍ଶକଙ୍କୁ ବିମୋହିତ କରିଛି। ସୁରାରି ପୋଟ୍‌ରୁ’, ‘ନବ୍‌ ରସ୍‌’ ପରେ ସୁରିୟାଙ୍କ ଏହା ତୃତୀୟ ହିଟ୍‌ ଫିଲ୍ମ। ସୁରୟାଙ୍କ ଏହା ତୃତୀୟ ଲଗାତାର ହିଟ୍‌ ସିନେମା ।

 

Film 'JAI BHIM'Film 'JAI BHIM'

ମାଲାୟଲମ୍‌ ଅଭିନେତ୍ରୀ ଲିଜୋ ସେଙ୍ଗନୀ ଭୂମିକାରେ ଅଭନୟ କରିଛନ୍ତି। ଯାହା ଯେତେ ବୋଲ୍‌ଡ ସେତେ ନିଖୁଣ ପ୍ରଦର୍ଶନ ହୋଇଛି । ପ୍ରକାଶ ରାଜ୍‌ଙ୍କ ସମେତ ଅନ୍ୟ ପାର୍ଶ୍ୱ ଅଭିନେତା, ଅଭିନେତ୍ରୀଙ୍କ ଦମଦାର ଅଭିନୟ ସ୍କିନ୍‌ ପ୍ରତି ଅଧିକ ଆକର୍ଷିତ କରିଛି । ଫିଲ୍ମର ପ୍ରତିଟି ସିନ୍‌ ଏତେ ଭଲ ହୋଇଛି ଯାହା ଦର୍ଶକଙ୍କୁ ତାଳି ଓ ହୁଇସିଲ୍‌ ମାରିବାକୁ ବାଧ୍ୟ କରିବ। ତେବେ ଫିଲ୍ମଟି ତାମିଲ, ତେଲୁଗୁ, ହିନ୍ଦୀ ଏବଂ ଇରଂଜୀ ଭଳି ଭାଷାରେ ଓଟିଟି ପ୍ଲାଟଫର୍ମ ଅମାଜନ୍ ପ୍ରାଇମ ଭିଡିଓରେ ଫିଲ୍ମ ରିଲିଜ୍‌ ହୋଇଛି।

Advertisment
Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ