Farhan akhtar charged 11 rupees for bhaag milkha bhaag
ଫରହାନ ଅଖତର କେବଳ ଜଣେ ଅଭିନେତା ନୁହଁନ୍ତି, ସେ ଜଣେ ନିର୍ଦ୍ଦେଶକ, ଗାୟକ ଏବଂ ଟିଭି ହୋଷ୍ଟ୍ ମଧ୍ୟ। ପ୍ରସିଦ୍ଧ ଗୀତିକାର ଜାଭେଦ ଅଖତରଙ୍କ ପୁଅ ହୋଇଥିଲେ ମଧ୍ୟ ତାଙ୍କର ଏକ ନିଜସ୍ୱ ସଂଘର୍ଷମୟ ଜୀବନ ଅଛି। ସେ ଯୁବକମାନଙ୍କ ପାଇଁ ଏକ ଆଦର୍ଶ ହୋଇଯାଇଛନ୍ତି। ସେ ଆଜି ତାଙ୍କର ୪୯ତମ ଜନ୍ମଦିନ ପାଳନ କରୁଛନ୍ତି।
ଯେତେବେଳେ ଫରହାନ୍ ଅଖତର ଚଳଚ୍ଚିତ୍ରରେ ପାଦ ଦେଇ ନଥିଲେ, ତାଙ୍କ ମା’ ତାଙ୍କ କ୍ୟାରିଅର୍ ପାଇଁ ବହୁତ ଚିନ୍ତିତ ଥିଲେ। ସେ ଅଧାରେ କଲେଜ ପାଠ ଛାଡିଥିଲେ। କୁହାଯାଏ ଯେ ଫରହାନଙ୍କ ମା’ ହନୀ ଇରାନୀ ତାଙ୍କୁ କହିଥିଲେ ଯେ ଯଦି ସେ ଜୀବନରେ କିଛି କରି ପାରିବେ ନାହିଁ, ତେବେ ସେ ତାଙ୍କୁ ଘରେ ରହିବାକୁ ଦେବେ ନାହିଁ।
ମା’ଙ୍କ ଧମକ ଫରହାନଙ୍କ ଉପରେ ଏତେ ପ୍ରଭାବ ପକାଇଥିଲା ଯେ ସେ ବାପା ଜାଭେଦଙ୍କ ପରି ସ୍କ୍ରିନ୍ ରାଇଟର୍ ହୋଇଗଲେ ଏବଂ 'ଦିଲ୍ ଚାହତା ହୈ' ପରି ଏକ ଦମଦାର୍ ଚଳଚ୍ଚିତ୍ରର କାହାଣୀ ଲେଖିଥିଲେ। ସେ ଏହାର ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ। ଏହି ଚଳଚ୍ଚିତ୍ରଟି ଜାତୀୟ ପୁରସ୍କାର ପାଇବାରେ ସଫଳ ମଧ୍ୟ ହୋଇଥିଲା।
ଅଧିକ ପଢ଼ନ୍ତୁ: ଦିନେ ଶ୍ୟାମଳ ରଙ୍ଗ ଯୋଗୁ ହେଉଥିଲେ ଲୋକହସା; ଆଜି ବ୍ଲାକ୍ ବିୟୁଟି
ଫିଲ୍ମ ଦେଖିବା ନେଇ ତାଙ୍କର ବହୁତ ଆଗ୍ରହ ଥିଲା। କୁହାଯାଏ ଯେ ସେ ପ୍ରାୟ ୫୦ ଥର 'ଶୋଲେ' ଦେଖିଥିଲେ। ସେତେବେଳେ ତାଙ୍କୁ ଲାଗୁଥିଲା ଯେ 'ଶୋଲେ' ଆହୁରି ଭଲ ହୋଇଥାନ୍ତା। ଏହା ତୁଳନାରେ ସେ ଅମିତାଭ ବଚ୍ଚନଙ୍କ 'ଦିୱାର୍'କୁ ଅଧିକ ପସନ୍ଦ କରିଥିଲେ।
ସୁପରହିଟ୍ ଫିଲ୍ମ 'ରଙ୍ଗ ଦେ ବସନ୍ତୀ' ପାଇଁ ଫିଲ୍ମ ନିର୍ମାତା ପୂର୍ବରୁ ଫରହାନଙ୍କ ନିକଟକୁ ଯାଇଥିଲେ। ଯଦି ସେ 'ହଁ' କହିଥାନ୍ତେ, ସେ ହୁଏତ ଆମୀର ଖାନଙ୍କ ଭୂମିକାରେ ଅଭିନୟ କରିଥାନ୍ତେ। ସେହିପରି ଫିଲ୍ମ 'ଦମ୍ ମାରୋ ଦମ୍' ପାଇଁ ପ୍ରଥମେ ଫରହାନଙ୍କ ନିକଟକୁ ଅଫର୍ ଆସିଥିଲା। କିନ୍ତୁ ସେ ମନା କରିବା ପରେ ରାଣା ଦଗ୍ଗୁବାତୀ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।
ଫରହାନ ଅଖତରଙ୍କ ସ୍ମରଣୀୟ ଫିଲ୍ମ ମଧ୍ୟରୁ 'ଭାଗ୍ ମିଲ୍ଖା ଭାଗ୍' ଅନ୍ୟତମ। ରିପୋର୍ଟ ଅନୁଯାୟୀ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ପାଇଁ ଅଭିନେତା କେବଳ ୧୧ ଟଙ୍କା ନେଇଥିଲେ। ସେ ଫିଲ୍ମ 'ତୁଫାନ୍'ରେ ଜଣେ ଖେଳାଳି ଭୂମିକାରେ ମଧ୍ୟ ଅଭିନୟ କରିଥିଲେ, କିନ୍ତୁ ଫିଲ୍ମଟି ବକ୍ସ ଅଫିସ୍ରେ ସେପରି ବିଶେଷ ପ୍ରଦର୍ଶନ କରିପାରି ନଥିଲା। ସେ ଫିଲ୍ମ 'ଜୀ ଲେ ଜରା' ସହିତ ନିର୍ଦ୍ଦେଶନାକୁ ଫେରିବେ ଯେଉଁଥିରେ ପ୍ରିୟଙ୍କା ଚୋପ୍ରା, ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫ୍ ପ୍ରମୁଖ ଭୂମିକାରେ ନଜର ଆସିବେ।
ଚଳଚ୍ଚିତ୍ର ବ୍ୟତୀତ ଫରହାନ ମଧ୍ୟ ତାଙ୍କ ବ୍ୟକ୍ତିଗତ ଜୀବନ ଚର୍ଚ୍ଚାରେ ରୁହନ୍ତି। ଯେତେବେଳେ ତାଙ୍କୁ ପ୍ରାୟ ୨୬ ବର୍ଷ ହୋଇଥିଲା, ସେ ଅଧୁନା ଭବାନୀଙ୍କୁ ବିବାହ କରିଥିଲେ, ଯିଏ ବୃତ୍ତିରେ ଜଣେ ହେୟାର ଷ୍ଟାଇଲିଷ୍ଟ୍। ତାଙ୍କର ଦୁଇଟି ଝିଅ ଅଛନ୍ତି, ଯାହାଙ୍କ ନା’ ଶାକ୍ୟ ଏବଂ ଅକିରା। ବିବାହର ପ୍ରାୟ ୧୬ ବର୍ଷ ପରେ, ସେମାନେ ଅଲଗା ହୋଇଥିଲେ। ଏହି ଅଭିନେତା ଗତ ବର୍ଷ ଫେବୃଆରୀ ୨୦୨୨ରେ ବିଜେ ଶିବାନୀ ଦାଣ୍ଡେକରଙ୍କୁ ତାଙ୍କ ଜୀବନ ସାଥୀ କରିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1673264635.jpg)