Advertisment

ସନୀ ଲିଓନୀଙ୍କ ଟିକିଏ ଝଲକ ପାଇଁ ପ୍ରଶଂସକ ଡହଳ ବିକଳ, ଦର୍ଶନ ପାଇଁ ଲମ୍ବା ଲାଇନ୍‌

ସନୀ ଲିଓନୀଙ୍କ ସୁନ୍ଦର ଚେହେରା ଓ ମଜାଳିଆ ଢଙ୍ଗକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରୁଥିବା ବେବି ଡଲ୍‌ଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ, ସନୀ ଲିଓନୀଙ୍କ ଟିକିଏ ଝଲକ ପାଇବାକୁ ପ୍ରଶଂସକମାନେ କିପରି ଡହଳ ବିକଳ ହେଉଛନ୍ତି।

author-image
Pramod Behera
Fans looked so desperate to get a glimpse of Sunny Leone

Fans looked so desperate to get a glimpse of Sunny Leone

ନୂଆଦିଲ୍ଲୀ: ବଲିଉଡ୍‌ ଅଭିନେତ୍ରୀ ସନୀ ଲିଓନୀ ବେବି ଡଲ୍‌, ପିଙ୍କ୍ ଲିପ୍ସ ଏବଂ ଆହୁରି ଅନେକ ଗୀତ ସହିତ ବଲିଉଡ୍‌ରେ ଡେବ୍ୟୁ କରିବା ଦିନଠାରୁ ସମସ୍ତଙ୍କ ହୃଦୟରେ ରାଜ କରିଆସୁଛନ୍ତି। ସେ ତାଙ୍କର ସୌନ୍ଦର୍ଯ୍ୟ, ଗ୍ଲାମରସ୍ ଲୁକ୍, ହସ ହସ ମୁହଁ ଏବଂ ବିବାଦ ହେତୁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି।

Advertisment

ତାଙ୍କ ସୁନ୍ଦର ଚେହେରା ଓ ମଜାଳିଆ ଢଙ୍ଗକୁ ପ୍ରଶଂସକମାନେ ବହୁତ ପସନ୍ଦ କରନ୍ତି। ସୋସିଆଲ୍ ମିଡିଆରେ ହଇଚଇ ସୃଷ୍ଟି କରୁଥିବା ବେବି ଡଲ୍‌ଙ୍କ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହି ଭିଡିଓରେ, ସନୀ ଲିଓନୀଙ୍କ ଟିକିଏ ଝଲକ ପାଇବାକୁ ପ୍ରଶଂସକମାନେ କିପରି ଡହଳ ବିକଳ ହେଉଛନ୍ତି ତାହା ଏହି ଭିଡିଓରେ ଦେଖାଯାଏ।

ସନୀ ତାଙ୍କ ସୌନ୍ଦର୍ଯ୍ୟ ଯୋଗୁଁ ପ୍ରଶଂସକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ତାଙ୍କ ଚମତ୍କାର ଫ୍ୟାଶନ୍ ସେନ୍ସ ଏବଂ ଗ୍ଲାମରସ୍ ଲୁକ୍‌ର ଝଲକ ଦେଖିବାକୁ ପ୍ରଶଂସକମାନେ କେତେ ଉତ୍ସାହିତ ତାହା ଏହି ଭିଡିଓରୁ ପ୍ରମାଣିତ।

Advertisment

'ୱୁପ୍‌ଲା' ସନୀ ଲିଓନୀଙ୍କ ଏହି ଭିଡିଓକୁ ନିଜ ଅଫିସିଆଲ୍ ଇନ୍‌ଷ୍ଟା ହ୍ୟାଣ୍ଡେଲରୁ ଶେୟାର କରିଛି। ଏହି ଭିଡିଓ ତିରୁପତିଙ୍କର ଯେଉଁଠାରେ ସନୀ ତାଙ୍କ ଆଗାମୀ ଚଳଚ୍ଚିତ୍ରର ସୁଟିଂ ପାଇଁ ଯାଇଛନ୍ତି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ସନୀଙ୍କୁ ଦେଖିବାକୁ ପ୍ରଶଂସକମାନେ ବହୁତ ଉତ୍ସାହିତ ଅଛନ୍ତି। ତାଙ୍କ ଝଲକ ଟିକିଏ ପାଇବା ପାଇଁ ସେମାନେ ତାଙ୍କ ଆଡକୁ ମାଡି ଆସୁଥିବା ଦେଖାଯାଏ।

ପ୍ରଶଂସକଙ୍କୁ ଭେଟିବାକୁ ସନୀ ବାହାରକୁ ଆସନ୍ତି ଏବଂ ହାତ ହଲାଇ ସମସ୍ତଙ୍କ ଅଭିବାଦନ ଗ୍ରହଣ କରୁଥିବା ଦେଖାଯାଏ। ଭିଡିଓରେ ସନୀ ଏକ ଧଳା ଟି-ସାର୍ଟ ଏବଂ ଡେନିମ୍ ଜିନ୍ସ ପିନ୍ଧିଛନ୍ତି ଏବଂ ପୂର୍ବପରି ଖୁବ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି।

ସନୀ ଇଶାନ ସୂର୍ଯ୍ୟଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ବିଷ୍ଣୁ ମାଞ୍ଚୁ’ ଏବଂ ପାୟଲ ରାଜପୁତଙ୍କ ଆଗାମୀ ଚଳଚ୍ଚିତ୍ର ସହିତ ଟଲିଉଡ୍‌କୁ ଫେରିବାକୁ ଯାଉଛନ୍ତି। ସନୀ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଜରିଆରେ ପ୍ରଶଂସକଙ୍କୁ ଏହି ସୂଚନା ଦେଇଛନ୍ତି।

ଏହି ଚଳଚ୍ଚିତ୍ରଟି ଏକ ହାସ୍ୟରସ ମନୋରଞ୍ଜନ ଧର୍ମୀ ହୋଇଥିବା ବେଳେ ସନୀଙ୍କ ଚରିତ୍ରକୁ ନେଇ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ମିଳି ନାହିଁ। ତେବେ ଚିତ୍ରଣରୁ ଜଣାପଡିଛି ଯେ ସନୀ ଜଣେ ସହରୀ ମହିଳାଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି। ସେହିପରି ମୁଖ୍ୟ ଅଭିନେତା ବିଷ୍ଣୁ ଏବଂ ପାୟଲଙ୍କୁ ଗଲି ନାଗେଶ୍ୱରା ରାଓ ଏବଂ ସ୍ୱାତୀଙ୍କୁ ଗ୍ରାମୀଣ ଭୂମିକାରେ ଦେଖିବାକୁ ମିଳିବ।

Bollywood
Advertisment
Advertisment