Advertisment

ରକୁଲ ପ୍ରୀତ୍‌ଙ୍କ ନୂଆ ଲୁକ୍,ଚିହ୍ନି ପାରୁନାହାନ୍ତି ପ୍ରଶଂସକ

ବି-ଟାଉନରେ ଅଭିନେତ୍ରୀ ରକୁଲପ୍ରୀତ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରକୁଲ ତାଙ୍କ ନୂଆ ଚେହେରା ପାଇଁ ଏବେ ପୁରା ଅଲଗା ଦେଖାଯାଉଛନ୍ତି । ନିକଟରେ ଅଭିନେତ୍ରୀ ରକୁଲପ୍ରୀତ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଂପୂର୍ଣ୍ଣ ଅଲଗା ଦେଖା ଯାଉଛନ୍ତି ।

Rakul Preet Singh

Rakul Preet Singh

Advertisment

ମୁମ୍ବାଇ: ବି-ଟାଉନରେ ଅଭିନେତ୍ରୀ ରକୁଲପ୍ରୀତ୍ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ରକୁଲ ତାଙ୍କ ନୂଆ ଚେହେରା ପାଇଁ ଏବେ ପୁରା ଅଲଗା ଦେଖାଯାଉଛନ୍ତି । ନିକଟରେ ଅଭିନେତ୍ରୀ ରକୁଲପ୍ରୀତ୍ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଫଟୋ ସେୟାର କରିଥିଲେ । ଯେଉଁଥିରେ ସେ ସଂପୂର୍ଣ୍ଣ ଅଲଗା ଦେଖା ଯାଉଛନ୍ତି । ଫଟୋରେ ରକୁଲଙ୍କ ଫଟୋକୁ ଦର୍ଶକେ ଚିହ୍ନିବା ମୁସକିଲ ହୋଇ ପଡ଼ିଛି । ତେବେ ରକୁଲଙ୍କ ଏହି ଫଟୋ ପାଇଁ ତାଙ୍କୁ ଟ୍ରୋଲ୍ ହେବାକୁ ପଡ଼ିଛି । ରକୁଲଙ୍କର ଏହି ଫଟୋ ଖୁବ୍‌ ଭାଇରାଲ ହେବାରେ ଲାଗିଛି।

Advertisment

ଫ୍ୟାନ୍ସ ରକୁଲଙ୍କର ଫଟୋ ଦେଖି ତାଙ୍କୁ ଟ୍ରୋଲ୍ କରି ଅନେକ କମେଣ୍ଟ ମଧ୍ୟ କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି-ଇଏ କିଏ? ସେହିପରି ଆଉ ଜଣେ ଫ୍ୟାନ୍ ଲେଖିଛନ୍ତି-'ଏହା କଣ ,ତମେ ବି ପ୍ଲାଷ୍ଟିକ ସର୍ଜରୀ କରିଛ, ବଲିଉଡ୍‌କୁ କଣ ହୋଇଛି ? ଏତେ ଭଲ ମୁହଁକୁ ଖରାପ କରି ଦେଇଛନ୍ତି' । ଜଣେ ଉପଭୋକ୍ତା ଲେଖିଛନ୍ତି ଯେ 'ଟିକେ ଅଧିକା ହେଇଗଲା' । ତେବେ ରକୁଲ୍ ତାଙ୍କ ନିଜ ଇନଷ୍ଟାଗ୍ରାମରେ ସେୟାର କରିଥିବା ଫଟୋରେ ଆଦୌ ଚିହ୍ନା ପଡୁନଥିବା ବେଳେ ସେ ପ୍ଲାଷ୍ଟିକ୍ ସର୍ଜରୀ କରିଲା ଭଳି  ଦେଖାଯାଉଛନ୍ତି ।

Advertisment

ରକୁଲପ୍ରୀତ ସିଂହ ଏହି ଫଟୋକୁ ସେୟାର କରି କ୍ୟାପସନ୍‌ରେ ଲେଖିଛନ୍ତି- ଅନ୍‌ ଡିମାଣ୍ଡ ପୋଷ୍ଟ। ଏହା ସହିତ ସେ ଏକ ଇମୋଜି ମଧ୍ୟ ରଖିଛନ୍ତି ଓ ସେଲିବ୍ରିଟି ମେକଅପ୍ ଆର୍ଟିଷ୍ଟକୁ ଟ୍ୟାଗ୍ କରିଛନ୍ତି। ତେବେ ଲୋକମାନେ ସନ୍ଦେହ କରୁଛନ୍ତି ଯେ ସେ ଅସ୍ତ୍ରୋପଚାର କରିଛନ୍ତି। ତାଙ୍କର ଏହି ଫଟୋକୁ ୪ ଲକ୍ଷରୁ ଅଧିକ ଲାଇକ୍ ମିଳିଛି ।

ତେବେ ରକୁଲପ୍ରୀତ ପ୍ଲାଷ୍ଟିକ୍‌ ସର୍ଜରୀକୁ ନେଇ କିଛି କହି ନାହାନ୍ତି, ତେଣୁ ସେ ସତରେ ପ୍ଲାଷ୍ଟିକ୍‌ ସର୍ଜରୀ କରିଛନ୍ତି ନା ଏହା କେବଳ ମେକ୍‌ଅପ୍‌ ତାହା ସ୍ପଷ୍ଟ ହୋଇନାହିଁ। ସୂଚନା ଅନୁସାରେ ରକୁଲପ୍ରୀତ ସିଂହ ଜଣେ ମଡେଲ ଭାବେ କ୍ୟାରିୟର ଆରମ୍ଭ କରିଥିଲେ। ପରେ ସେ ମିସ୍‌ ଫେମିନା ଇଣ୍ଡିଆରେ ଅଂଶଗ୍ରହଣ କରିଥିଲେ। । ତେବେ କିଛି ଦିନ ପୂର୍ବରୁ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଏନସିବିର ଡ୍ରଗ୍ ଯାଞ୍ଚରେ ରକୁଲ ପ୍ରୀତଙ୍କ ନା ମଧ୍ୟ ରହିଛି ।

Advertisment
Rakul Preet Singh Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ