/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656059242.jpg)
Raimohan Parida
ହଠାତ୍ ଚାଲିଗଲେ ଓଲିଉଡ୍ ଖଳନାୟକ ରାଇମୋହନ ପରିଡ଼ା । ଖଳନାୟକ ଭାବେ ଜୀବନ୍ତ ଅଭିନୟ ପାଇଁ ବେଶ୍ ପରିଚିତ ଥିବା ରାଇମୋହନ ପରିଡ଼ା ଆତ୍ମହତ୍ୟା କରିଛନ୍ତି । ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିବା ରାଇମୋହନ ଆଜି ଆଉ ଆମ ଗହଣରେ ନାହାନ୍ତି । ସେ ଚାଲିଗଲେ ସତ ହେଲେ ଦର୍ଶକଙ୍କୁ ସବୁଦିନ ପାଇଁ ମନେ ପଡ଼ିବ ତାଙ୍କର ଦମଦାର ଡାଇଲଗ୍ ଓ ବିଚକ୍ଷଣ ଅଭିନୟ । ଭୁବନେଶ୍ୱର ପଳାଶୁଣି ପ୍ରାଚୀ ବିହାରସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ସେ ଆତ୍ମହତ୍ୟା କରିଛନ୍ତି । ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହ ଠାବ କରାଯାଇଛି । ତାଙ୍କ ମୃତ୍ୟୁ ପରେ ଓଡ଼ିଆ ସିନେ ଜଗତରେ ଶୋକର ଛାୟା ଖେଳିଯାଇଛି ।
୧୯୬୩ ଜୁଲାଇ ୧୦ରେ କେନ୍ଦୁଝରରେ ଜନ୍ମ ଗ୍ରହଣ କରିଥିଲେ ରାଇମୋହନ ପରିଡ଼ା । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟର ଛାତ୍ର ଥିଲେ । ପିଲାବେଳୁ ହିଁ ଅଭିନୟ ପ୍ରତି ଦୁର୍ବଳତା ରହିଥିଲା । ସ୍କୁଲ ଓ କଲେଜରେ ପଢ଼ିବା ସମୟରେ ସେ ବିଭିନ୍ନ ନାଟକରେ ଭାଗ ନେଉଥିଲେ ।
ତେବେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ପାଠ ପଢ଼ିବା ସମୟ ଠାରୁ ବିଧିବଦ୍ଧ ଭାବରେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ହେଲେ ତାଙ୍କ ପାଇଁ ଅଭିନୟ ଜୀବନ ଏତେ ସହଜ ନଥିଲା । ଖୁବ୍ ସଂଘର୍ଷ କରିବା ପାଇଁ ପଡ଼ିଥିଲା । ଅନେକ ରାତି ତାଙ୍କୁ ଉପବାସରେ ରହି ଦିନ କାଟିବାକୁ ପଡ଼ୁଥିଲା । ତଥାପି ସେ ଅଭିନୟ ପଛରେ ଏପରି ପାଗଳ ଥିଲେ ଯେ ସବୁ ଦୁଃଖକଷ୍ଟକୁ ସହି ଯାଉଥିଲେ ।
ସେ ଦୀର୍ଘ ବର୍ଷ ଧରି ଫିଲ୍ମ ଜଗତ ସହ ଜଡ଼ିତ ଥିଲେ । କେତେବେଳେ ଖଳନାୟକ ରୋଲ୍ରେ ତାଙ୍କ ଡାଏଲଗ ଦର୍ଶକଙ୍କ ହୃଦସ୍ପନ୍ଦନ ବଢ଼ାଇ ଦେଉଥିବା ବେଳେ କେତେବେଳେ ଇମୋସନାଲ ରୋଲରେ ଆଖିରେ ଲୁହ ନେଇ ଆସୁଥିଲେ ସେ । କେବଳ ଫିଲ୍ମ ନୁହେଁ ସିରିଏଲ, ଡ୍ରାମା, ଅପେରା ଆଦିରେ ଅଭିନୟ କରି ଦର୍ଶକଙ୍କ ମଧ୍ୟରେ ଘର କରିଥିଲେ ।
ରାଇମୋହନ ସାଗର ଫିଲ୍ମରୁ ଓଡ଼ିଆ ସିନେ ଜଗତରେ ପାଦ ଥାପିଥିଲେ । ପ୍ରଥମ ସିନେମାରୁ ହିଁ ତାଙ୍କର ବିଚକ୍ଷଣ ଅଭିନୟ ଦକ୍ଷତାରେ ବାନ୍ଧି ହୋଇଯାଇଥିଲେ ଦର୍ଶକ । ସେ ୧୦୦ରୁ ଅଧିକ ସିନେମାରେ ନିଜର ଅଭିନୟର ଯାଦୁ ଦେଖାଇଛନ୍ତି । ଏହା ସହିତ ୧୫ରୁ ଅଧିକ ବଙ୍ଗଳା ସିନେମା, ୪୦ରୁ ଅଧିକ ଯାତ୍ରାରେ ଅଭିନୟ କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)