Advertisment

ଫହାଦ ଫାଜିଲ୍‌ଙ୍କ ଖୋଲା କଥା; କହିଲେ, ମତେ ଲାଗୁ ନାହିଁ ଯେ 'ପୁଷ୍ପା' ମୋ ପାଇଁ କିଛି କରିଛି

'ପୁଷ୍ପା: ଦି ରାଇଜ୍'ରେ ଦମଦାର ଭିଲେନ୍' ଏସ୍‌ପି ଭଂୱର ସିଂହ ଶେଖାୱତ'ର ଭୂମିକା ଫହାଦ୍ ଫାଜିଲଙ୍କୁ ରାତାରାତି ତାରକା କରିଥିଲା। ଫହାଦଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଥିଲା। କିନ୍ତୁ, ନିକଟରେ ଅଭିନେତା ଏହି ଫିଲ୍ମକୁ ନେଇ ଏମିତି କିଛି କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଅଦ୍ୟତନ ହୋଇଛି
fahadh faasil says allu arjun film Pushpa did nothing for me

fahadh faasil says allu arjun film Pushpa did nothing for me

Advertisment

‘ପୁଷ୍ପା: ଦି ରାଇଜ୍’ ଯାହାର ନାଁ ସାରା ବିଶ୍ୱରେ ଗୁଞ୍ଜରଣ ସୃଷ୍ଟି କରିଥିଲା। ଏହି ଚଳଚ୍ଚିତ୍ରରେ ଅଲୁ ଅର୍ଜୁନ ଏକ ବିସ୍ଫୋରକ ଭୂମିକା ଗ୍ରହଣ କରିଥିଲେ ଏବଂ ସାରା ବିଶ୍ୱରେ ଏକ ଉତ୍ତେଜନା ସୃଷ୍ଟି କରିଥିଲେ। ଏହି ଚଳଚ୍ଚିତ୍ରରେ ଆଉ ଏକ ଶକ୍ତିଶାଳୀ ଚରିତ୍ର ଦେଖିବାକୁ ମିଳିଥିଲା, ଯାହାର ଭୂମିକାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ।

Advertisment

ସେ ତେଲୁଗୁ ଭାଷାରେ 'ସୁପର ଡିଲକ୍ସ' ଏବଂ 'ପୁଷ୍ପା' ଭଳି ଚଳଚ୍ଚିତ୍ର କରିଛନ୍ତି, କିନ୍ତୁ ଲୋକମାନେ ତାଙ୍କୁ ପୁଷ୍ପାରୁ ଏସ୍‌ପି ଭଂୱର୍ ସିଂହ ଶେଖାୱତ ଭାବେ ଜାଣନ୍ତି। ସେ ହେଲେ ଫହାଦ ଫାଜିଲ୍। ବ୍ଲକ୍‌ବଷ୍ଟର୍ ଫିଲ୍ମ 'ପୁଷ୍ପା' ସହିତ ସେ ହେଡଲାଇନ୍ ପ୍ରସ୍ତୁତ କରିଥିଲେ ଏବଂ ତାଙ୍କର ଶକ୍ତିଶାଳୀ ଚରିତ୍ର ମାଧ୍ୟମରେ ପ୍ରଶଂସକଙ୍କ ମଧ୍ୟରେ ଅତ୍ୟନ୍ତ ଲୋକପ୍ରିୟ ହୋଇପାରିଥିଲେ।

ଅଧିକ ପଢ଼ନ୍ତୁ: ରେକର୍ଡ ଭାଙ୍ଗୁଛି 'ପୁଷ୍ପା ୨'; ରିଲିଜ୍ ପୂର୍ବରୁ କଲାଣି ଏତେ କୋଟି ରୋଜଗାର

Advertisment

'ପୁଷ୍ପା: ଦି ରାଇଜ୍'ରେ ଦମଦାର ଭିଲେନ୍' ଏସ୍‌ପି ଭଂୱର ସିଂହ ଶେଖାୱତ'ର ଭୂମିକା ଫହାଦ୍ ଫାଜିଲଙ୍କୁ ରାତାରାତି ତାରକା କରିଥିଲା। ଫହାଦଙ୍କ ଅଭିନୟ ଫିଲ୍ମକୁ ଅଧିକ ଆକର୍ଷଣୀୟ କରିଥିଲା। କିନ୍ତୁ, ନିକଟରେ ଅଭିନେତା ଏହି ଫିଲ୍ମକୁ ନେଇ ଏମିତି କିଛି କହିଛନ୍ତି, ଯାହା ବର୍ତ୍ତମାନ ଚର୍ଚ୍ଚାର ବିଷୟ ହୋଇଛି। ତେବେ ସେ କ’ଣ କହିଛନ୍ତି ଆସନ୍ତୁ ଜାଣିବା।

ଏକ ସାକ୍ଷାତକାରରେ ଫହାଦ ଫାଜିଲ୍‌ଙ୍କୁ ପଚରାଯାଇଥିଲା ଯେ ସେ କ’ଣ ‘ପୁଷ୍ପା’ ପରେ ଜଣେ ପ୍ୟାନ୍ ଇଣ୍ଡିଆ ଷ୍ଟାର୍‌ ହେଲେ? ଏହାର ଉତ୍ତରରେ ସେ ଖୋଲାଖୋଲି ଭାବରେ କହିଛନ୍ତି ଯେ “ନା, ମତେ ଲାଗୁ ନାହିଁ ଯେ 'ପୁଷ୍ପା' ମୋ ପାଇଁ କିଛି କରିଛି। ମୁଁ ସୁକୁମାର ସାର୍‌ଙ୍କୁ କହିବି। ମୁଁ ଏହାକୁ ଲୁଚାଇବାକୁ ଚାହେଁ ନାହିଁ। ମୋତେ ସଚ୍ଚୋଟ ହେବାକୁ ପଡିବ। ମୁଁ ଏଠାରେ ମୋର କାମ କରୁଛି। କୌଣସି ଜିନିଷ ପ୍ରତି ମୋର ଅସମ୍ମାନ ନାହିଁ। 'ପୁଷ୍ପା' ପରେ ଲୋକମାନେ ମୋ ଠାରୁ କିଛି ଯାଦୁ ଆଶା କରନ୍ତି... ନା। ଏହା ହେଉଛି ସୁକୁମାର ସାର୍‌ଙ୍କ ପାଇଁ ପର୍ବିତ୍ର ସମର୍ଥନ ଏବଂ ପ୍ରେମ। ସ୍ପଷ୍ଟ କରିବାକୁ ହେଲେ, ମୋର କାମ କେବଳ ମାଲାୟାଲମ୍ ସିନେମା ସହିତ।”

Advertisment

ସେ ଆହୁରି ମଧ୍ୟ କହିଛନ୍ତି ଯେ “ମୁଁ ଏହା ବୁଝିପାରୁ ନାହିଁ କାରଣ ମୁଁ ଏବଂ ମୋର ଅନେକ ବନ୍ଧୁ ଭାବନ୍ତି ଏବଂ ବିଶ୍ୱାସ ମଧ୍ୟ କରନ୍ତି ଯେ ଭିକି କୌଶଲ ଏହି ଦଶନ୍ଧିର ଚାହିଦା। ରାଜକୁମାର ରାଓ ଭାରତର ବର୍ତ୍ତମାନ ପର୍ଯ୍ୟନ୍ତ ସର୍ବଶ୍ରେଷ୍ଠ ଅଭିନେତାମାନଙ୍କ ମଧ୍ୟରୁ ଅନ୍ୟତମ। ରଣବୀର କପୁର... ମୋ କହିବା କଥା... ଦେଶର ସର୍ବଶ୍ରେଷ୍ଠ ଅଭିନେତା। ମତେ କିନ୍ତୁ ଜଣା ନାହିଁ ସେମାନେ ମୋ ଭିତରେ କ’ଣ ଦେଖନ୍ତି।”

ସେ ଆହୁରି କହିଛନ୍ତି ଯେ “ମାଲାୟାଲମ୍ ସିନେମା ଅନୁସରଣ କରୁଥିବା ଅନେକ ଅଣ-ମାଲାୟାଲୀ ପରିବାର ଦେଖି ମୁଁ ବହୁତ ଖୁସି। ତେଣୁ, ଏହା ମୋ ପାଇଁ ଅତ୍ୟନ୍ତ ଉତ୍ସାହଜନକ। ମୁଁ ବିଶ୍ୱାସ କରେ ନାହିଁ ଯେ 'ପୁଷ୍ପା' ମୋତେ ବଦଳାଇବ କିମ୍ବା ଏହା ମୋତେ ଅନ୍ୟ ଏକ ସ୍ଥାନକୁ ନେଇଯିବ।”

ଅଧିକ ପଢ଼ନ୍ତୁ: ଜନ୍ମଦିନରେ ପ୍ରଶଂସକଙ୍କୁ ଖୁସି କରିଦେଲେ ପୁଷ୍ପାରାଜ୍‌; ଯେମିତି ଷ୍ଟାଇଲ୍, ସେମିତି ଆକ୍ସନ୍

ସେ ଜଣେ ପ୍ୟାନ୍ ଇଣ୍ଡିଆ ଅଭିନେତା କଥାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଏହି ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି, “ନା। ମୁଁ ଏଠାରେ କେବଳ ଜଣେ ଅଭିନେତା। ପାନ୍ ଇଣ୍ଡିଆ କି ଅନ୍ୟ କୌଣସି ସହିତ ମୋର କୌଣସି ସମ୍ପର୍କ ନାହିଁ। ମୁଁ କେବଳ ସେହି କାମ କରେ ଯେଉଁଥିରେ ମୁଁ ବିଶ୍ୱାସ କରେ। ଫିଲ୍ମଟି ବ୍ୟବସାୟ କରିବା ଦରକାର, ଆଉ ସବୁ ସେକେଣ୍ଡାରୀ କଥା, କିନ୍ତୁ ଯେଉଁ ଫିଲ୍ମ ମୁଁ ଏଠାରେ କରେ... ମୁଁ ଭାବେ ଯେ ମୁଁ ଏହା ଅନ୍ୟ କୌଣସି ସ୍ଥାନରେ ତାହା କରିପାରିବି ନାହିଁ।”

ଫହାଦ ପ୍ରକାଶ କରିଛନ୍ତି ଯେ “କରଣ ଜୋହର ତାଙ୍କ ଫିଲ୍ମ ଦେଖିବା ପରେ ତାଙ୍କୁ ଫୋନ୍ କରନ୍ତୁ ଏବଂ ବିଶେଷ ସିନ୍ ବିଷୟରେ ମଧ୍ୟ ଆଲୋଚନା କରନ୍ତି। ଭିକି କୌଶଲ ଏବଂ ରାଜକୁମାର ରାଓ ମଧ୍ୟ ତାଙ୍କ ସହ ଫିଲ୍ମକୁ ନେଇ ଆଲୋଚନା କରନ୍ତି। ସେ କହିଛନ୍ତି ଯେ “ମୁଁ ସେହି ପାନ ଇଣ୍ଡିଆକୁ ପସନ୍ଦ କରେ। ମୁଁ ସେହି ସଂଯୋଗକୁ ଭଲ ପାଏ। ଏହା ପରେ ଆଉ କିଛି ନାହିଁ।”

Bollywood Fahad Faasil Pushpa
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ