Advertisment

ଲାଜକୁଳୀ ଥିଲେ ଦିଶା ପାଟନୀ; ଲକ୍ଷ୍ୟ ଥିଲା ପାଇଲଟ୍

ବଲିଉଡର ଜଣେ ସଫଳ ନାୟିକା ଭାବେ ଦିଶା ପାଟନୀଙ୍କ ନାମ ଆସେ। ସେ ପିଲାବେଳେ ଖୁବ୍ ଲାଜକୁଳୀ ଥିବା ବେଳେ କେବେ ବି ଚାହୁଁ ନଥିଲେ ହିରୋଇନ୍ ହେବାକୁ। ସେ ଚାହୁଁଥିଲେ ଜଣେ ପାଇଲଟ୍ ହେବେ ଆଉ ଉଡାଜାହାଜ ଚଲେଇବେ। କିନ୍ତୁ ଏମିତି କ’ଣ ହେଲା ଯେ ସେ ଅଭିନୟ ଜଗତରେ ପାଦ ରଖିଦେଲେ?

author-image
Pramod Behera
ଅଦ୍ୟତନ ହୋଇଛି
Disha Patani disclose she was not want to be an actress

Disha Patani disclose she was not want to be an actress

ବଲିଉଡ୍ କ୍ୱିନ୍ ଦିଶା ପାଟନୀ ୨୦୧୬ରେ ଚଳଚ୍ଚିତ୍ର 'ଏମ୍‌ଏସ୍‌ ଧୋନି: ଦ ଅନଟୋଲ୍ଡ ଷ୍ଟୋରୀ'ରେ ବଲିଉଡରେ ଡେବ୍ୟୁ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ଥିଲେ। ଉଲ୍ଲେଖଥାଉ କି, ଦିଶା ପାଟନୀ ୨୦୧୫ ମସିହାରେ ଅଭିନୟ ଜଗତରେ ନିଜ ପାଦ ରଖିଥିଲେ। ଦିଶା ତେଲୁଗୁ ଚଳଚ୍ଚିତ୍ର 'ଲୋଫର୍'ରୁ ତାଙ୍କ ଅଭିନୟ ଜୀବନ ଆରମ୍ଭ କରିଥିଲେ। ଏହି ଚଳଚ୍ଚିତ୍ରରେ ସେ ଅଭିନେତା ବରୁଣ ତେଜ୍‌ଙ୍କ ସହ ଯୋଡି ହୋଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ସେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। କିନ୍ତୁ ଆଶ୍ଚର୍ଯ୍ୟର କଥା ଯେ ଦିଶା ଅଭିନେତ୍ରୀ ହେବାକୁ କେବେ ବି ଭାବି ନ ଥିଲେ।

Advertisment

ଏକ ସାକ୍ଷାତକାରରେ ଦିଶା ପାଟନୀ କହିଛନ୍ତି ଯେ ସେ ଅଭିନେତ୍ରୀ ହେବାର ସ୍ୱପ୍ନ କେବେ ଦେଖି ନଥିଲେ।। ସେ କହିଛନ୍ତି ଯେ “ମୁଁ ସବୁବେଳେ ବାୟୁସେନା ପାଇଲଟ୍ ହେବାକୁ ଚାହୁଁଥିଲି। ଏଥିପାଇଁ ମୁଁ ଇଞ୍ଜିନିୟରିଂ ପଢୁଥିଲି। ଲକ୍ଷ୍ନୌରେ ପଢିବାବେଳେ ମୋର ଜଣେ ବନ୍ଧୁ ମତେ ଏକ ମଡେଲିଂ ପ୍ରତିଯୋଗିତା ବିଷୟରେ କହିଥିଲେ। ଏହି ପ୍ରତିଯୋଗିତାର ବିଜେତାଙ୍କୁ ମୁମ୍ବାଇକୁ ନିଆଯାଇଥାଏ ଏବଂ କିଏ ବା ନ ଚାହେଁ ମୁମ୍ବାଇ ଯିବାକୁ। ତେଣୁ ମୁଁ ଏଥିରେ ଭାଗ ନେଲି ଆଉ ବିଜେତା ମଧ୍ୟ ହେଲି। ଏହାପରେ ମୁମ୍ବାଇରେ ଏକ ଏଜେନ୍ସି ମଡେଲିଂ ପାଇଁ ମତେ ଅଫର୍ କରିଥିଲା। ଏହି କାରଣରୁ ସର୍ବନିମ୍ନ ଉପସ୍ଥାନ ହେତୁ ମୁଁ କଲେଜ ପରୀକ୍ଷାରେ ବସିପାରିଲି ନାହିଁ, ତେଣୁ ମୁଁ ରାମ୍ପ୍‌ରେ ଚାଲିବାକୁ ସ୍ଥିର କରିନେଲି। କାରଣ ଏହା କରି ମୁଁ ନିଜ ପାଇଁ କିଛି ଟଙ୍କା ରୋଜଗାର କରୁଥିଲି। ମୁଁ ମୋ ପରିବାର ଉପରେ ନିର୍ଭରଶୀଳ ନ ଥିଲି।

ଏହି ସାକ୍ଷାତକାରରେ ଦିଶା ପାଟନୀ ଆହୁରି କହିଛନ୍ତି ଯେ “ମୋ ପିଲାଦିନରେ ମୋର ବହୁତ କମ ବନ୍ଧୁ ଥିଲେ କାରଣ ମୁଁ ବହୁତ ଲଜ୍ଜାଶୀଳ ଥିଲି। ମୁଁ ଅନ୍ୟ ସହିତ କଥାବାର୍ତ୍ତା କରିବାକୁ ମଧ୍ୟ ଲାଜ କରୁଥିଲି। ଆଜି ବି ମୁଁ ସେହି ଜାଗାରେ ଅଛି କିନ୍ତୁ ବର୍ତ୍ତମାନ ମୋ ଭିତରେ ଆତ୍ମବିଶ୍ୱାସ ବଢିଛି। ଏ କଥାକୁ ଅନେକ ଲୋକ ବିଶ୍ୱାସ କରିବେ ନାହିଁ କାରଣ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆପଣଙ୍କୁ ଖୋଲାଖୋଲି ଭାବରେ ବଞ୍ଚିବାକୁ ହୋଇଥାଏ। କିନ୍ତୁ ମୋତେ ଲାଗେ ଯେ ମୁଁ ଜଣେ ସାଧାରଣ ଝିଅ ପରି।

Advertisment

ଦିଶା ମଧ୍ୟ ଅନେକ ସମୟରେ ନିଜର ଫିଟ୍‌ନେସ୍ ଓ ବୋଲ୍ଡ ଲୁକ୍‌ରେ ସୋସିଆଲ୍ ମିଡିଆରେ ନିଆଁ ଲଗାଉଥିବା ଦେଖାଯାଏ। ନିକଟରେ ସେ ବିକିନୀରେ ବିଚ୍ ଅବଚାର ଦେଖେଇ ସୋସିଆଲ ମିଡିଆକୁ ଦୋହଲେଇ ଦେଇଥିଲେ। ତାଙ୍କର ଏହି ଫଟୋ ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ମଧ୍ୟ ହୋଇଛି। ଇନ୍‌ଷ୍ଟାଗ୍ରାମ୍‌ରେ ଦିଶା ଏକ ନାଲି ରଙ୍ଗର ବିକିନୀ ଫଟୋ ଶେୟାର କରିଥିଲେ। ସେ ଏଥିରେ ଖୁବ ବୋଲ୍ଡ ଆଉ ସେକ୍ସୀ ଲାଗୁଥିଲେ। ଏହି ଫଟୋରେ ସେ ଦେଇଥିବା ପୋଜ୍ ତାଙ୍କ ପ୍ରଶଂସକଙ୍କୁ ପାଗଳ କରିଦେବା ଭଳି।

ଦିଶାଙ୍କ ଫିଲ୍ମ ବିଷୟରେ କହିବାକୁ ଗଲେ ସେ ଏପର୍ଯ୍ୟନ୍ତ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି। ସେ 'ବାଗୀ ୨', 'ଭାରତ', 'ମଲଙ୍ଗ' ଏବଂ 'କୁଙ୍ଗ୍‌ ଫୁ ଯୋଗା' ଭଳି ଚଳଚ୍ଚିତ୍ରରେ ନିଜର ଦୃଢ ଅଭିନୟ ସହିତ ଲୋକଙ୍କ ହୃଦୟ ଜିତିବାରେ ସଫଳ ହୋଇଛନ୍ତି। ତାଙ୍କର ଶେଷ ରିଲିଜ୍ ଫିଲ୍ମ ଥିଲା 'ରାଧେ : ଦ ମୋଷ୍ଟ୍‌ ୱାଣ୍ଟେଡ୍ ଭାଇ'। ସେ ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ହିରୋଇନ୍ ହୋଇଥିଲେ।

ବର୍ତ୍ତମାନ ଦିଶାଙ୍କ ହାତରେ ଅନେକ ବଡ଼ ଚଳଚ୍ଚିତ୍ର ଅଛି। ସେ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହ 'ଯୋଦ୍ଧା' ଚଳଚ୍ଚିତ୍ରରେ କାମ କରୁଛନ୍ତି। ଏହା ସହିତ ସେ ଜନ୍ ଆବ୍ରାହାମ ଓ ଅର୍ଜୁନ କପୁରଙ୍କ ସହ ଫିଲ୍ମ 'ଏକ ଭିଲେନ୍ ରିଟର୍ଣ୍ଣସ୍'ରେ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ହେଉଛନ୍ତି ମୋହିତ ସୁରୀ। ଭୂଷଣ କୁମାର ଓ ଏକତା କପୁର ଏହି ଚଳଚ୍ଚିତ୍ରର ପ୍ରଯୋଜନା କରୁଛନ୍ତି।

Bollywood
Advertisment
Advertisment