Advertisment

ଧର୍ମେନ୍ଦ୍ରଙ୍କ କବିତା ଶୁଣିଲେ ଆପଣ ବି ହୋଇଯିବେ ଭାବବିହ୍ୱଳ; ମନେପଡିଯିବ ମା’ ଓ ଗାଁ

ଅନୁପମ ଖେର ଧର୍ମେନ୍ଦ୍ରଙ୍କ ଏକ ଭାବପୂର୍ଣ୍ଣ ଭିଡିଓ କରିଛନ୍ତି। ଏହି ଭିଡିଓରେ ଧର୍ମେନ୍ଦ୍ର ତାଙ୍କ ଦ୍ୱାରା ଲିଖିତ ଏକ କବିତା ପାଠ କରୁଥିବା ଦେଖିବାକୁ ମିଳେ। ଏହି କବିତା ଶୁଣିଲେ ଆପଣଙ୍କ ପିଲାଦିନ, ଆପଣଙ୍କ ଘର ଏବଂ ଆପଣଙ୍କ ମାଆ ବହୁତ ମନେପଡିବେ।

author-image
Pramod Behera
Dharmendra recites poem dedicated to his mother

Dharmendra recites poem dedicated to his mother

ବଲିଉଡ୍‌ର ଭେଟେରାନ୍ ଅଭିନେତା ଅନୁପମ ଖେର ହୀ-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ଏକ ଭାବପୂର୍ଣ୍ଣ ଭିଡିଓ କରିଛନ୍ତି। ଏହି ଭିଡିଓ ଧର୍ମେନ୍ଦ୍ରଙ୍କ ନାତୀ କରଣ ଦେଓଲଙ୍କ ବିବାହର କିଛି ସମୟ ପୂର୍ବରୁ ହୋଇଛି। ଏହି ଭିଡିଓରେ ଧର୍ମେନ୍ଦ୍ର ତାଙ୍କ ଦ୍ୱାରା ଲିଖିତ ଏକ କବିତା ପାଠ କରୁଥିବା ଦେଖିବାକୁ ମିଳେ। ତାଙ୍କ ପାଖରେ ଥାଇ ରାଜ ବବର ଏବଂ ଅନ୍ୟମାନେ ଏହାକୁ ଶୁଣୁଥିବା ବେଳେ ଅନୁପମ ଏହି ଭିଡିଓଟିକୁ ପ୍ରସ୍ତୁତ କରୁଛନ୍ତି। ଧର୍ମେନ୍ଦ୍ରଙ୍କ କବିତା ଶୁଣି ସମସ୍ତେ 'ୱା… ୱା…' କହୁଛନ୍ତି।

Advertisment

ଧର୍ମେନ୍ଦ୍ରଙ୍କ ଏହି କବିତା ତାଙ୍କ ମା ଏବଂ ଗାଁ ପାଇଁ ସମର୍ପିତ। ସେ ଏହାକୁ ପଢିବାବେଳେ ଖୁବ୍ ଭାବପ୍ରବଣ ହୋଇଯାଉଥିବା ଦେଖାଯାଆନ୍ତି। ଅନୁପମ ଏହି ଭିଡିଓକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ରେ ଶେୟାର କରିଛନ୍ତି।

ଏହି ଭିଡିଓ ଶେୟାର କରିବା ଅନୁପମ ଖେର ମଧ୍ୟ ଏକ ଲମ୍ବା କ୍ୟାପ୍‌ସନ୍‌ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, “ଯେତେବେଳେ ଆମେ ବଡ ହୋଇଯାଉ, ବୟସ ହେଉ କିମ୍ବା ପଦବୀରେ, ସେତେବେଳେ ଆମେ ଛାଡିଥିବା ଘରକୁ ମନେ ପକାଉ। ସେହି ଘରକୁ ଯେଉଁ ଘରେ ଆମେ ଆମର ପିଲାଦିନ ବିତାଇଥିଲୁ। ସେଦିନ ମୁଁ ମୋର ବନ୍ଧୁ ସନୀ ଦେଓଲଙ୍କ ପୁଅ କରଣଙ୍କ ବିବାହ ପାଇଁ ଟିକିଏ ଶୀଘ୍ର ପହଞ୍ଚିଥିଲି, ତେଣୁ ମୋତେ ଧରମ ଜୀଙ୍କ ସହିତ ସମୟ ଅତିବାହିତ କରିବାର ସୁଯୋଗ ମିଳିଲା।”

Advertisment

ଅନୁପମ ଆହୁରି ଲେଖିଛନ୍ତି, “ଧରମ ଜୀ ତାଙ୍କ ଲିଖିତ ଏକ ନଜମ୍‌ (କବିତା) ର କିଛି ଧାଡିକୁ ଗୁଣୁଗୁଣଉଥିଲେ। ଗୀତ ଏହା ମୋର ଏବଂ ରାଜ ବବର ଜୀଙ୍କ ହୃଦୟର ଗଭୀରତାକୁ ସ୍ପର୍ଶ କରୁଥିଲା। ମୋର ବହୁତ ଅନୁରୋଧ ପରେ ସେ ଏହି କବିତାକୁ ରେକର୍ଡ କରିବାକୁ ରାଜି ହେଲେ। ଆପଣ ମଧ୍ୟ ଶୁଣନ୍ତୁ। ଆପଣଙ୍କୁ ମଧ୍ୟ ଆପଣଙ୍କ ପ୍ରେମୀ, ଆପଣଙ୍କ ପିଲାଦିନ, ଆପଣଙ୍କ ଘର ଏବଂ ଆପଣଙ୍କ ମାଆ ବହୁତ ମନେପଡିବେ।” ଏହି କବିତା ପାଇଁ ଅନୁପମ ଧରମ ଜୀଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି।

ଅନୁପମ ଖେର ସନୀ ଦେଓଲଙ୍କ ପୁଅ କରଣ ଦେଓଲଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ। ଏହି ରିସେପ୍‌ସନ୍‌ରେ ଶତ୍ରୁଘ୍ନ ସିହ୍ନାଙ୍କ ଠାରୁ ଆରମ୍ଭ କରି ସଲମାନ ଖାନ୍, ଆମୀର ଖାନ୍, ରଣବୀର ସିଂହ ଏବଂ ଦୀପିକା ପାଦୁକୋନ୍ ପର୍ଯ୍ୟନ୍ତ ଅନେକ ବଲିଉଡ ସେଲିବ୍ରିଟି ପହଞ୍ଚିଥିଲେ।

ଅନୁପମ ଖେର ବିବାହ ପରେ ସେହି ଫଙ୍କସନ୍‌ର ଏକ ଫଟୋ ପୋଷ୍ଟ କରିଥିଲେ। ଫଟୋରେ ସେ ଧର୍ମେନ୍ଦ୍ର, ସନୀ, ସଲମାନ ଏବଂ ଆମୀରଙ୍କ ସହ ପୋଜ୍ ଦେଇଥିଲେ। ଏହି ଫଟୋଗୁଡ଼ିକୁ ଶେୟାର କରି ସେ ଲେଖିଥିଲେ, “୯୦ ଦଶକର କ୍ଲାସ୍। ମୋବାଇଲ୍ ଫୋନ୍ ଏବଂ ଭ୍ୟାନିଟି ଭ୍ୟାନ୍ ଯୁଗ ପୂର୍ବର ଅଭିନେତା। ଯେତେବେଳେ ଆମେ କାହାଣୀ ବାଣ୍ଟୁଥିଲୁ! ଯେତେବେଳେ ଆମେ ମେକଅପ୍ ରୁମ୍ ଶେୟାର କରୁଥିଲୁ…।”

Bollywood Dharmendra Dharmendra Deol Anupam Kher Social Media
Advertisment
Advertisment