ଧନୁଷଙ୍କ ନୂଆ ହଲିଉଡ୍ ଫିଲ୍ମ ! ବଡ଼ ଷ୍ଟାରମାନଙ୍କୁ ନିର୍ଧୁମ ମାଡ଼ର ଜବରଦସ୍ତ ଟ୍ରେଲର, ଦେଖନ୍ତୁ ଭିଡିଓ..

ଜବରଦସ୍ତ ଫାଇଟିଂ ସିନ୍‌ରେ ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଅନ୍ୟମାନଙ୍କ ଭଳି ତାଙ୍କ ଅଭିନୟ ମାତ୍ର କିଛି ମିନିଟ୍‌ ପାଇଁ ନା ବଡ଼ ରୋଲ ପାଇଛନ୍ତି । ତାର ସ୍ପଷ୍ଟ ସୂଚନା ନାହିଁ ।

Dhanus

ହଲିଉଡ୍‌ରେ ନଜର ଆସିବେ ଧନୁଷ । ଆମେ ସମସ୍ତେ ଦେଖିଛନ୍ତି ଯେ, ଅନେକ ଭାରତୀୟ କଳାକାର ହଲିଉଡ୍‌ ଫିଲ୍ମରେ ଅଭିନୟ କରିଛନ୍ତି । କିନ୍ତୁ ମାତ୍ର କିଛି ମିନିଟ୍ ପାଇଁ ସେମାନଙ୍କ ରୋଲ ଥାଏ । ତାପରେ ସେମାନେ ଗାୟବ ହୋଇଯାଆନ୍ତି । ବଡ଼ ଭୁମିକା ପ୍ରାୟ କେହି କେବେ ଆସି ନାହାନ୍ତି । ତେବେ ଏହାରି ଭିତରେ ଏକ ଖବର ସାମ୍ନାକୁ ଆସିଛି ଯେ, ଦକ୍ଷିଣି ଷ୍ଟାର ଧନୁଷ ହଲିଉଡ୍‌ ଫିଲ୍ମରେ ବଡ଼ ବଡ଼ ଷ୍ଟାରଙ୍କ ସହ ନଜର ଆସିବେ । ଆଉ ସବୁଠୁ ବଡ଼ କଥା ହେଲା ଏହି ହଲିଉଡ୍‌ ଫିଲ୍ମରେ ସେ ଦମ୍‌ଦାର ଆକ୍ସନ ଦେଖାଇଛନ୍ତି । ଏକ ଜବରଦସ୍ତ ଫାଇଟିଂ ସିନ୍‌ରେ ଧନୁଷଙ୍କୁ ଦେଖିବାକୁ ମିଳିବ । ତେବେ ଅନ୍ୟମାନଙ୍କ ଭଳି ତାଙ୍କ ଅଭିନୟ ମାତ୍ର କିଛି ମିନିଟ୍‌ ପାଇଁ ନା ବଡ଼ ରୋଲ ପାଇଛନ୍ତି । ତାର ସ୍ପଷ୍ଟ ସୂଚନା ନାହିଁ ।

ନେଟ୍‌ଫ୍ଲିକ୍ସର ଆଗାମୀ ଫିଲ୍ମ ଦ ଗ୍ରେ ମ୍ୟାନ୍‌ରେ ନଜର ଆସିବେ ଧନୁଷ । ଏହି ଫିଲ୍ମରେ ହଲିଉଡ୍‌ ଷ୍ଟାର ରୟାନ୍‌ ଗାସଲିଙ୍ଗ ଓ ଏନା ଡି ଅରାମସ୍‌ ଲିଡ୍‌ ରୋଲ୍‌ରେ ନଜର ଆସିବେ । ଧନୁଷ, ହଲିଉଡ୍‌ରେ ନଜର ଆସିବେ ବୋଲି ଖବର ପ୍ରଚାରିତ ହେବା ପରେ ତାଙ୍କ ଫ୍ୟାନ୍‌ମାନଙ୍କ ମଧ୍ୟରେ ଉତ୍ସୁକତା ବଢ଼ିଯାଇଛି । ଧନୁଷଙ୍କ ପାଇଁ ସମସ୍ତେ ଶୁଭେଚ୍ଛା ବାର୍ତ୍ତା ପଠାଉଛନ୍ତି । ସୋସିଆଲ ମିଡିଆରେ ଧନୁଷଙ୍କ ପାଇଁ ଅନେକ ପୋଷ୍ଟ ବି ଦେଖିବାକୁ ମିଳିଛି । ନେଟ୍‌ଫ୍ଲିକ୍ସ ପକ୍ଷରୁ ପୋଷ୍ଟ କରାଯାଇଥିବା ଲାଟେଷ୍ଟ ଭିଡିଓ, ଧନୁଷଙ୍କ ଫ୍ୟାନ୍‌ସମାନଙ୍କୁ ନିଶ୍ଚିତ ଭାବେ ଖୁସି ଦେବ । ଏହି ଭିଡିଓରେ ଧନୁଷ, ହଲିଉଡ୍‌ର ସୁପରଷ୍ଟାର ଏନା ଡି ଅରାମସ ଓ ରୟାନ ଗାସଲିଙ୍ଗଙ୍କ ସହ ଜବରଦସ୍ତ ଫାଇଟ୍‌ କରୁଛନ୍ତି । ସେମାନଙ୍କୁ ଖୁବ୍‌ ପିଟିଛନ୍ତି ।

 

ଏହିଭଳି ଭାବେ ଧନୁଷ ଅକ୍ସନ୍ ମୋଡ୍‌ରେ ନଜର ଆସିବେ । ଯାହାକି ତାଙ୍କ ଫ୍ୟାନ୍ସମାନଙ୍କୁ ଖୁବ୍‌ ପସନ୍ଦ ଆସିଛି । ଅନ୍ୟପଟେ ଲସ୍‌ ଅଞ୍ଜେଲିସ୍‌ରେ ‘ଦ ଗ୍ରେ ମ୍ୟାନ୍‌’ର ପ୍ରିମିୟର ସମୟରେ ଧନୁଷ ସମସ୍ତଙ୍କ ମନ କିଣି ଦେଇଛନ୍ତି । ନିଜର ଉପସ୍ଥିତି ବୁଦ୍ଧି ପାଇଁ ସମସ୍ତଙ୍କୁ ସେ ଆଶ୍ଚର୍ଯ୍ୟ ଚକିତ କରିଦେଇଛନ୍ତି । ଧନୁଷଙ୍କୁ ପଚରାଯାଇଥିଲା ଯେ, ସେ ଏହି ଫିଲ୍ମରେ କେମିତି ସୁଯୋଗ ପାଇଲେ । ଏହାର ଉତ୍ତରରେ ଧନୁଷ କହଇଥିଲେ ଯେ, ସେ କେମିତି ଏହି ଫିଲ୍ମର ଅଂଶ ହେଲେ ତାହା ଜାଣିନାହାନ୍ତି । କିନ୍ତୁ ସବୁବେଳେ ସେ ଉତ୍ସୁକତାର କିଛି ଶିଖିବାକୁ ଆଉ ଜାଣିବାକୁ ଆଗ୍ରହ ରଖିଥାନ୍ତି । ଯାହାଫଳରେ ସେ ଏହି ଫିଲ୍ମର ଅଂଶ ହୋଇପାରିଛନ୍ତି ।

ରୟାନ ଗାସଲିଙ୍ଗ, ଏନା ଡି ଅରାମସ, କ୍ରିସ୍ ଇୱାନ୍ସ, ଜେସିକା ନେବିକ, ବିଲି ବବ୍‌ ଥାର୍ନଟନ୍‌ ଓ ଧନୁଷ ଏହି ଫିଲ୍ମରେ ଅଭିନୟ କରିଛନ୍ତି । ୨୨ ଜୁଲାଇରେ ଏହା ନେଟ୍‌ଫ୍ଲିକ୍ସରେ ରିଲିଜ ହେବ । ଫିଲ୍ମରେ ଏନ୍ଥୋନୀ ରୁସୋ ଓ ଜୋ ରୁସୋ ମଳିତ ଭାବେ ନର୍ଦ୍ଦେଶନା ଦେଇଛନ୍ତି ।