Advertisment

Deepika Padukone: ସବୁ ରେକର୍ଡ ଭାଙ୍ଗିଲା ଦୀପିକାଙ୍କ ରିଲ୍ସ ଭିଡିଓ; ପଛରେ ପଡିଲେ ରୋନାଲ୍ଡୋ, ହାର୍ଦ୍ଦିକ

ଦୀପିକା ପାଦୁକୋନଙ୍କ ଏକ ଇନଷ୍ଟାଗ୍ରାମ ରିଲ୍ସ ୧.୯ ବିଲିୟନ ଭ୍ୟୁ ଅତିକ୍ରମ କରିଛି, ଯାହାକୁ ଇନଷ୍ଟାଗ୍ରାମରେ ବିଶ୍ୱର ସର୍ବାଧିକ ଦେଖାଯାଇଥିବା ରିଲ୍ସ କୁହାଯାଉଛି।

Deepika

Deepika

Advertisment

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ମନୋରଞ୍ଜନ କ୍ଷେତ୍ରର ସବୁଠାରୁ ଜଣାଶୁଣା ବ୍ୟକ୍ତିତ୍ୱମାନଙ୍କ ମଧ୍ୟରୁ ଜଣେ। ନିଖୁଣ ଅଭିନୟ କରି ଦର୍ଶକମାନଙ୍କ ଢେର ପ୍ରଶଂସା ସାଉଁଟିଛନ୍ତି। ନିଜ ଅଭିନୟର ଯାଦୁରେ ଦର୍ଶକଙ୍କୁ ମତୁଆଲା କରନ୍ତି ଦୀପିକା। ପ୍ରାୟ ୨ ଦଶନ୍ଧିର ଅଭିନୟର କ୍ୟାରିୟର। ଏହି ସମୟ ମଧ୍ୟରେ ଅନେକ ହିଟ୍ ଫିଲ୍ମ ଭେଟି ଦେଇଛନ୍ତି। ସେ ସଫଳତାର ପାହାଚ ଚଢି ଚାଲିଛନ୍ତି। ଜୁଲାଇ ମାସରେ, ହଲିଉଡ୍ ଚାମ୍ବର ଅଫ୍ କମର୍ସ ଘୋଷଣା କରିଥିଲା ଯେ ଦୀପିକା ପାଦୁକୋନଙ୍କୁ ୨୦୨୬ ମସିହାରେ ହଲିଉଡ୍ ୱାକ୍ ଅଫ୍ ଫେମ୍‌ରେ ପ୍ରଥମ ଭାରତୀୟ ଅଭିନେତ୍ରୀ ଭାବେ ତାଙ୍କୁ ଷ୍ଟାର୍ ସମ୍ମାନ ମିଳିବ।

Advertisment

ଦୀପିକାଙ୍କ ଏହି ସଫଳତାର ଫର୍ଦ୍ଦରେ ଆଉ ଏକ ଅଧ୍ୟାୟ ଯୋଡି ହୋଇ ଯାଇଛି। ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଦୀପିକାଙ୍କ ରିଲ୍ସ ଭିଡିଓ ସବୁଠୁ ଅଧିକ ଦେଖିଛନ୍ତି ଦର୍ଶକ। ସେ ନିୟମିତ ଭାବରେ ତାଙ୍କର ପ୍ରୋଜେକ୍ଟ ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ ଇନଷ୍ଟାଗ୍ରାମରେ ଅପଡେଟ୍ ଦିଅନ୍ତି। ତାଙ୍କା ଇନଷ୍ଟାଗ୍ରାମରେ ୮୦ ମିଲିୟନ ଫଲୋଅର୍ସ ରହିଛନ୍ତି। ତାଙ୍କର ଏକ ଇନଷ୍ଟାଗ୍ରାମ ରିଲ୍ ୧.୯ ବିଲିୟନ ଭ୍ୟୁ ଅତିକ୍ରମ କରିଛି, ଯାହା ଏହାକୁ ବିଶ୍ୱ ସ୍ତରରେ ପ୍ଲାଟଫର୍ମରେ ସର୍ବାଧିକ ଦେଖାଯାଇଥିବା ରିଲ୍ ବୋଲି କୁହାଯାଉଛି।

ତାଙ୍କର ପ୍ରତିଟି ପୋଷ୍ଟକୁ ଦର୍ଶକମାନେ ବେଶ୍ ପସନ୍ଦ କରିଥାନ୍ତି। ସେ ଅନେକ ଅନ୍ତର୍ଜାତୀୟ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ମଧ୍ୟ ରହିଛନ୍ତି। ନିଜ ଇନଷ୍ଟାଗ୍ରାମରେ ସେ ତାହାର ପ୍ରଚାର କରିଥାନ୍ତି। ଦୀପିକା ବର୍ତ୍ତମାନ ଫିଲ୍ମ ସୁଟିଂରେ ବ୍ୟସ୍ତ ଅଛନ୍ତି। ଆଗାମୀ ବର୍ଷ AA22xA6 ଫିଲ୍ମ ମୁକ୍ତିଲାଭ କରିବ।

Advertisment

ଅଧିକ ପଢନ୍ତୁ: ୧୫ବର୍ଷରେ ହିରୋଇନ ହୋଇଥିଲେ, ଲୋକପ୍ରିୟ ଶିଶୁ କଳାକାର...୩୩ବର୍ଷରେ ନେଉଛନ୍ତି ଡିଭୋର୍ସ !

Deepika Padukone World Record Instagram Reels Bollywood Actress
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ