Advertisment

ଦୀପିକାଙ୍କ ଡ୍ରେସ୍ ଡିଜାଇନର୍‌ଙ୍କ ବୋଲ୍ଡସେନ୍ସ ଆଗରେ ବି ଫିକା ପଡିଯିବେ ବଲିଉଡ୍ ଅଭିନେତ୍ରୀ

‘ବେଶରମ୍‌ ରଙ୍ଗ୍‌’ ଗୀତରେ ଦୀପିକାଙ୍କ ଡ୍ରେସ୍‌ ଡିଜାଇନିଂ କରିଥିବା ଶାଲୀନା ନଥାନୀ ମଧ୍ୟ କମ ନୁହଁନ୍ତି। ତାଙ୍କ ବୋଲ୍ଡସେନ୍ସ ଆଗରେ ବଲିଉଡ୍‌ ତାରକା ମଧ୍ୟ ଫିକା ପଡିଯିବେ। ନଥାନୀ ନିଜେ ମଧ୍ୟ ବହୁତ ଷ୍ଟାଇଲିସ୍ ଡ୍ରେସ୍‌ ପିନ୍ଧନ୍ତି। ତାଙ୍କ ପୋଷାକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

ଅଦ୍ୟତନ ହୋଇଛି
Deepika Padukones Dress Designer Shalina Nathani

Deepika Padukones bikini designer Shalina Nathani is also hot

Advertisment

ବଲିଉଡ୍‌ ବାଦଶାହା ଶାହରୁଖ ଖାନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ପଠାନ'ର ଗୀତ ‘ବେଶରମ୍‌ ରଙ୍ଗ୍‌’ ରିଲିଜ୍ ହେବା ପରେ ଉଭୟ ବିବାଦରେ ଛନ୍ଦି ହୋଇପଡିଛନ୍ତି। ଗୀତର ଭିଡିଓରେ ଦୀପିକା ପାଦୁକୋନ ପିନ୍ଧିଥିବା ବିକିନି ଉପରେ ବିବାଦ ଉଠିଛି।

Advertisment

ତେବେ ଏହି ଗୀତର ଡ୍ରେସ୍‌ ଡିଜାଇନର୍ ଶାଲୀନା ନଥାନୀ ମଧ୍ୟ କମ ନୁହଁନ୍ତି। ତାଙ୍କ ବୋଲ୍ଡସେନ୍ସ ଆଗରେ ବଲିଉଡ୍‌ ତାରକା ମଧ୍ୟ ଫିକା ପଡିଯିବେ। ନଥାନୀ ନିଜେ ମଧ୍ୟ ବହୁତ ଷ୍ଟାଇଲିସ୍ ଡ୍ରେସ୍‌ ପିନ୍ଧନ୍ତି। ତାଙ୍କ ପୋଷାକ ଦେଖି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

Deepika Padukones bikini designer Shalina Nathani is also hotଦୀପିକାଙ୍କ ଡ୍ରେସ୍‌ ଡିଜାଇନିଂ କରିଥିବା ଶାଲୀନା ନଥାନୀଙ୍କ ବୋଲ୍ଡ ଅବତାର

ଶାଲୀନାଙ୍କ ମଧ୍ୟ ଏମିତି ଅନେକ ଫଟୋ ଅଛି କେଉଁଥିରେ ସେ ବିକିନି ପିନ୍ଧି ସମୁଦ୍ର କୁଳରେ ଦୌଡିଛନ୍ତି ତ ଆଉ କେଉଁ ଫଟୋରେ ବେଳାଭୂମିରେ ଶୋଇଛନ୍ତି। ତାଙ୍କ ଷ୍ଟାଇଲ୍ ସେନ୍ସ ମଧ୍ୟ କମ ନୁହେଁ। ସେ ତାଙ୍କର ଅନେକ ଫଟୋରେ ହଟ୍ ଲୁକ୍‌ରେ ନଜର ଆସନ୍ତି।

Advertisment

‘ବେଶରମ୍‌ ରଙ୍ଗ’ ଗୀତରେ ବ୍ୟବହୃତ ଦୀପିକାଙ୍କ ବିବାଦୀୟ ପୋଷାକର ପରିକଳ୍ପନା କରିଥିବା ଶାଲିନା ନଥାନୀ କହିଛନ୍ତି ଯେ ଗୀତରେ ନାୟିକାଙ୍କ ମୁଡ୍‌କୁ ଦେଖାଇବା ପାଇଁ ଦୀପିକାଙ୍କ ଏହି ପୋଷାକ ପ୍ରସ୍ତୁତ ହୋଇଛି।

Deepika Padukones bikini designer Shalina Nathani is also hotଷ୍ଟାଇଲିସ୍ ଲୁକ୍‌ରେ ଶାଲୀନା ନଥାନୀ

ଅଧିକ ପଢ଼ନ୍ତୁ: ଫିଲ୍ମ ‘ପଠାନ୍’କୁ ନେଇ ବିବାଦ; ତାତିଲେ ଦର୍ଶକ, ସାଧୁ ଓ ରାଜନେତା

ନଥାନୀ କହିଛନ୍ତି ଯେ “ନିର୍ଦ୍ଦେଶକ ତାଙ୍କୁ ଏହି ଗୀତର ସଂକ୍ଷିପ୍ତ ସୂଚନା ଦେଇଥିଲେ। ସେ ସଂକ୍ଷେପରେ କହିଥିଲେ ଯେ ହିରୋଇନଙ୍କୁ ବେଫିକର୍ ଏବଂ ଅନନ୍ୟ ହେବାକୁ ପଡିବ। କେବଳ ଏତିକି ନୁହେଁ, ଏହି ଗୀତରେ ହିରୋଙ୍କୁ ଏକ ଭିନ୍ନ ଢଙ୍ଗରେ ଦେଖାଇବା ଚ୍ୟାଲେଞ୍ଜ୍ ମଧ୍ୟ ଆମ ସାମ୍ନାରେ ଥିଲା।”

Advertisment

ନଥାନୀ କହିଛନ୍ତି ଯେ “ଦୀପିକାଙ୍କୁ ଏଭଳି ଏକ ଷ୍ଟାଇଲ୍‌ରେ ଦେଖେଇବାର ଥିଲା ଯେଉଁଥିରେ ସେ ପୂର୍ବରୁ କେବେ ନଜର ଆସି ନଥିବେ। ନିର୍ଦ୍ଦେଶକଙ୍କଠାରୁ ସୂଚନା ପାଇବା ପରେ, ଆମେ ଏକ ଲୁକ୍ ତିଆରି କରିଥିଲୁ ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ଆମର ଉଦ୍ଦେଶ୍ୟ ଥିଲା ରଙ୍ଗୀନ ସ୍ୱିମିଙ୍ଗ୍‌ ପୋଷାକ ସହିତ ଦୀପିକା ପାଦୁକୋନଙ୍କ ଲୁକ୍‌କୁ ଦେଖେଇବା।”

Deepika Padukones bikini designer Shalina Nathani is also hotଶାଲୀନା ନଥାନୀ ମଧ୍ୟ ବଲିଉଡ୍ ନାୟିକାଙ୍କ ଠାରୁ କମ ନୁହଁନ୍ତି

ଶାଲୀନା ଆହୁରି କହିଛନ୍ତି ଯେ “ଆମେ ଶାହରୁଖ ଖାନଙ୍କ ପାଇଁ ସାଧାରଣ ପୋଷାକ ଡିଜାଇନ୍ କରିଛୁ। ‘ବେଶରମ୍‌ ରଙ୍ଗ୍‌’ ଏକ ଆଇଟମ୍ ଗୀତ ଭାବରେ ନୁହେଁ ବରଂ ଏକ ମୁଡ୍ ଗୀତ ଭାବରେ ସୁଟ୍ କରାଯାଇଥିଲା। ବର୍ତ୍ତମାନ ‘ପଠାନ୍’ ଫିଲ୍ମର ଗୀତ ‘ବେଶରମ୍‌ ରଙ୍ଗ’କୁ ନେଇ ବିବାଦ ବନ୍ଦ ହେବାର ନାଁ ଧରୁ ନାହିଁ।

ହିନ୍ଦୁ ଧର୍ମ ବ୍ୟତୀତ ଇସ୍‌ଲାମ୍‌ରେ ବିଶ୍ୱାସ କରୁଥିବା କିଛି ଲୋକ ମଧ୍ୟ ଏହି ଗୀତ ବିରୋଧରେ ବାହାରିଛନ୍ତି। ଇସ୍‌ଲାମ୍‌ରେ ବିଶ୍ୱାସ କରୁଥିବା ଜଣେ ଯୁବକ ଭିଡିଓରେ ଦେଖାଯାଇଥିବା ଡିଜାଇନର୍ ଶାଲୀନାଙ୍କ ଏହି ପୋଷାକକୁ ନେଇ ମତ ରଖିଛନ୍ତି। ସେ ଏହାକୁ ଠିକ୍ ନୁହେଁ ବୋଲି କହିଛନ୍ତି। ପଠାନ ସମ୍ପ୍ରଦାୟକୁ ଭୁଲ ଉପସ୍ଥାପନ କରିଥିବା ସେ ଅଭିଯୋଗ କରିଛନ୍ତି। ବର୍ତ୍ତମାନ ଏହାକୁ ନେଇ ବିବାଦ ମଧ୍ୟ ବଢିବାରେ ଲାଗିଛି।

Deepika Padukones bikini designer Shalina Nathani is also hotଶାଲୀନା ନଥାନୀଙ୍କ ବୋଲ୍ଡସେନ୍ସ ଆଗରେ ବି ଫିକା ପଡିଯିବେ ବଲିଉଡ୍ ଅଭିନେତ୍ରୀ

ଦୀପିକା-ଶାହାରୁଖ ଏହି ଗୀତରେ ପିନ୍ଧିଥିବା ଶାଲୀନାଙ୍କ ପୋଷାକକୁ ନେଇ ଉତ୍ତରପ୍ରଦେଶ, ଛତିଶଗଡ, ଗୁଜୁରାଟ, ମଧ୍ୟପ୍ରଦେଶ, ବିହାର, ଏବଂ ମହାରାଷ୍ଟ୍ର ସମେତ ଅନେକ ରାଜ୍ୟରେ ବିରୋଧ କରାଯାଉଛି। କେବଳ ଏତିକି ନୁହେଁ, ବିହାରର ମୁଜାଫରପୁରରେ ଧାର୍ମିକ ଭାବନାକୁ ଆଘାତ ଦେଇ ଶାହରୁଖ ଖାନ, ଦୀପିକା ପାଦୁକୋନ ଏବଂ ଅନ୍ୟ ତିନି ଜଣଙ୍କ ବିରୋଧରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ମଧ୍ୟପ୍ରଦେଶରେ ସାଧାରଣ ଜନତା, ହିନ୍ଦୁ ସଂଗଠନ ସମେତ କିଛି ନେତା ମଧ୍ୟ ଏହି ଫିଲ୍ମକୁ ବିରୋଧ କରିଛନ୍ତି। ଗୀତରେ ଦୀପିକାଙ୍କ ପୋଷାକ ଏବଂ ଦୃଶ୍ୟରେ ପରିବର୍ତ୍ତନ ଆଣିବାକୁ ରାଜ୍ୟ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ର ଚେତାବନୀ ଦେଇଛନ୍ତି। ସେ କହିଛନ୍ତି ଯେ ଯଦି ପରିବର୍ତ୍ତନ କରା ନ ଯାଏ ତେବେ ଫିଲ୍ମ ରିଲିଜ୍‌ ହେବ ନାହିଁ। ଭୋପାଳ ସାଂସଦ ପ୍ରଜ୍ଞା ଠାକୁର ମଧ୍ୟ ଏହି ବିକ୍ଷୋଭରେ ଯୋଗ ଦେଇଛନ୍ତି।

Deepika Padukone Bollywood Shahrukh Khan
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ