Advertisment

‘ଗହରାଇୟାଁ’ରେ ତାଙ୍କ ଚରିତ୍ରକୁ ନେଇ ସହମତ ନୁହନ୍ତି ଦୀପିକା

ଗହରାଇୟାଁ’କୁ ନେଇ ଦୀପିକା ପାଦୁକୋନ ଆଜିକାଲି ଖୁବ୍ ଚର୍ଚ୍ଚାରେ। ଫିଲ୍ମକୁ ନେଇ ହୋଇଥିବା ସମସ୍ତ ସମୀକ୍ଷା ବହୁତ ସକାରାତ୍ମକ ହୋଇଛି। କିନ୍ତୁ ଦୀପିକା ତାଙ୍କ ଚରିତ୍ରର କିଛି ବିଚାରକୁ ନେଇ ସନ୍ତୁଷ୍ଟ ନୁହନ୍ତି ବୋଲି କହିଛନ୍ତି।

author-image
Pramod Behera
Deepika Padukone made a big disclosure about gehraiyan

Deepika Padukone made a big disclosure about gehraiyan

ନୂଆଦିଲ୍ଲୀ: ନିକଟରେ ରିଲିଜ୍ ହୋଇଥିବା ଚଳଚ୍ଚିତ୍ର ‘ଗହରାଇୟାଁ’କୁ ନେଇ ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ଆଜିକାଲି ଖୁବ୍ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରର ଯେତେ ପ୍ରଶଂସକ ଅଛନ୍ତି, ସେତିକି ହିଁ ଲୋକ ଶକୁନ୍ ବତ୍ରାଙ୍କ ଏହି ଫିଲ୍ମରେ ଆଲିଶାଙ୍କ ଚରିତ୍ରକୁ ମଧ୍ୟ ଆଲୋଚନା କରୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ, ‘ଗହରାଇୟାଁ’କୁ ନେଇ ହୋଇଥିବା ସମସ୍ତ ସମୀକ୍ଷା ବହୁତ ସକାରାତ୍ମକ ହୋଇଛି।

Advertisment

ଏହି ଫିଲ୍ମଟି ଫେବୃଆରୀ ୧୧ରେ OTT ପ୍ଲାଟ୍‌ଫର୍ମରେ ମୁକ୍ତିଲାଭ କରିଛି। ଏହା ପରେ ଆଲିଶା ଏବେ ସମସ୍ତଙ୍କ ମୁହଁରେ ରହିଯାଇଛନ୍ତି। ତେବେ ବର୍ତ୍ତମାନ ଦେଇଥିବା ଏକ ସାକ୍ଷାତକାରରେ ବଡ଼ ଖୁଲାସା କରିଛନ୍ତି, ଯାହା ଆଲିଶାଙ୍କ ଚରିତ୍ରକୁ ବୁଝିବା ଆବଶ୍ୟକ ହୋଇପଡିଛି।

ଦୀପିକା ପାଦୁକୋନ ଏହି ସାକ୍ଷାତକାରରେ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ଆଲିଶାଙ୍କୁ ତାଙ୍କ ସମ୍ପର୍କୀୟଙ୍କ ଭାବି ସ୍ୱାମୀଙ୍କ ସହ ଦେଖିବାକୁ ମିଳେ। ସେ ଫିଲ୍ମରେ ଆଲିଶାଙ୍କ ଅନେକ ବିଚାର ସହ ସହମତ ନୁହଁନ୍ତି, କିନ୍ତୁ ସେ ଏହି ଚରିତ୍ରକୁ ଠିକ୍ ଭାବେ କରିବାକୁ ଚାହୁଁଥିଲେ। ସେ ତାଙ୍କ ଚରିତ୍ର ପ୍ରତି କୌଣସି ଅନ୍ୟାୟ କରିବାକୁ ଚାହୁଁ ନଥିଲେ। ତେବେ କିଛି ଲୋକ ଆଲିଶାଙ୍କ ଚରିତ୍ରକୁ ନେଇ ସହମତ ତ ପୁଣି କିଛି ନିଶ୍ଚିତ ଭାବରେ ଏଥିରୁ ତ୍ରୁଟି ପାଇଥିବେ, କିନ୍ତୁ ଏହାର ଅର୍ଥ ନୁହେଁ ଯେ ଏହିପରି ଚରିତ୍ରମାନେ ନାହାନ୍ତି।

Advertisment

ପ୍ରକାଶଥାଉ ଯେ ଆଲିଶା ଅର୍ଥାତ୍ ଦୀପିକା ଏହି ଚଳଚ୍ଚିତ୍ରରେ ଟିୟା (ଅନନ୍ୟା ପାଣ୍ଡେ)ଙ୍କ ସମ୍ପର୍କୀୟ ଥିଲେ। ଆଲିଶା ପରେ ଟିୟାଙ୍କର ଭାବିସ୍ୱାମୀଙ୍କୁ ପସନ୍ଦ କରିବା ଆରମ୍ଭ କଲେ। ଏହିପରି ଧୀରେ ଧୀରେ ଫିଲ୍ମର ଶେଷ ପର୍ଯ୍ୟନ୍ତ ଅନେକ ଖୁଲାସା ହୋଇଛି। ଦୀପିକା ମଧ୍ୟ କିଛି ସମୟ ପୂର୍ବରୁ ଏହି ଫିଲ୍ମର କିଛି ଫଟୋ ଶେୟାର କରି ଲୋକଙ୍କୁ ଧନ୍ୟବାଦ ଦେଇଥିଲେ।

Bollywood
Advertisment
Advertisment