• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାଇମୋହନ ପରିଡ଼ାଙ୍କ ମୃତ୍ୟୁ କେମିତି ହେଲା? ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା କୁହାଯାଉଥିଲେ ବି ଏହାର କାରଣ କଣ ? ତିନି ଦିନ ପରେ ବି ଏହା ଉପରୁ ହଟିପାରୁନି ପରଦା । ମାମଲାର ତଦନ୍ତ କରୁଥିବା କମିଶନରେଟ୍ ପୋଲିସ୍ ରାଇମୋହନଙ୍କ ମାମଲାରେ ଆତ୍ମହତ୍ୟା ଓ ହତ୍ୟା, ଏହି ଦୁଇଟି ଦିଗକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ।

ମାମଲାରେ ଦୁଇ ଝିଅ, ଜ୍ୱାଇଁ, ପତ୍ନୀ ଏବଂ ପୁତୁରାଙ୍କୁ ପଚରାଉଚରା କରାଯାଇଛି । ରାଇମୋହନଙ୍କ ମୋବାଇଲକୁ ବି ଜବତ କରାଯାଇ ଯାଞ୍ଚ ପାଇଁ ଟେକ୍ନିକାଲ ଟିମକୁ ଦିଆଯାଇଛି । ତେବେ ଭିସେରା, ପୋଷ୍ଟମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ ବୋଲି ପୋଲିସ୍ କହିଛି ।

ତେବେ  ରାଇମୋହନଙ୍କ ମୃତ୍ୟୁକୁ  ନେଇ ଅନେକ ଅସମାହିତ ପ୍ରଶ ଉଙ୍କି ମାରୁଛି । କେଉଁ ଚାପରେ ଥିଲେ ରାଇ ? ଥିଲା କି କିଛି ପାରିବାରିକ ଅଶାନ୍ତି? ନା ରହିଥିଲା  କିଛି ଆର୍ଥିକ ସମସ୍ୟା? ତେବେ ମୃତ୍ୟୁକୁ ଦୁଇ ଦିନ ବିତି ଯାଇଥିଲା ମଧ୍ୟ ମିଳିପାରି ପାରିନାହିଁ କୌଣସି ସ୍ପଷ୍ଟ ଉତ୍ତର। ତେବେ ଆତ୍ମହତ୍ୟାର କାରଣ ଖୋଜିବାକୁ ଉଦ୍ୟମ କରୁଛି କମିଶନରେଟ୍ ପୋଲିସ ।  

ଏପଟେ ସହ କଳାକାର ହୁଅନ୍ତୁ କି ଫ୍ୟାନ ଅବା ତାଙ୍କୁ ଜାଣିଥିବା ପାଖ ପଡିଶା ସମସ୍ତଙ୍କ ମୁହଁରେ ସେଇ ଗୋଟିଏ କଥା ଖୁସ୍ ମିଜାଜ୍ ଓ ଦୃଢ ମନା ବ୍ୟକ୍ତି ଥିଲେ ରାଇ। ତେଣୁ ସେ ଆତ୍ମହତ୍ୟା କରିବା  ବିଶ୍ୱାସ କରିହେଉନି। ତେବେ ଦୀର୍ଘ ହେଲା ତାଙ୍କ ପରିବାରରେ ଅଶାନ୍ତି  ଲାଗି ରହିଥିବା ପଡୋଶୀ ଓ ସଂପର୍କୀୟମାନେ ସୂଚନା ଦେଇଛନ୍ତି। ତେବେ କଣ ସେଇ ଅଶାନ୍ତି ଯାହାକୁ ନେଇ ସେ ଏଭଳି ଚରମ ନିଷ୍ପତ୍ତି ନେଲେ ସେସଂପର୍କରେ କେହି ବି ସ୍ପଷ୍ଟ କରିନାହାନ୍ତି।