Advertisment

ବାପା ହେଲେ ଶାହିର , ଘରକୁ ଆସିଲେ ନୂଆ ସଦସ୍ୟ

ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ । କାହିଁକି ନା ଦୁହେଁ ବାପା ମାଆ ହୋଇ ଯାଇଛନ୍ତି । ରୁଚିକା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ କୈଣସୀ ସୂଚନା ଦେଇ ନାହାନ୍ତି କିନ୍ତୁ ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୦ରେ ରୁଚିକା ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି ।

ଅଦ୍ୟତନ ହୋଇଛି
Sahheer and Ruchika

Sahheer and Ruchika

Advertisment
Saheer and Ruchikaଶାହିର ଓ ରୁଚିକା

ମୁମ୍ବାଇ: ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା କଳାକାର ଶାହିର ଶେଖ୍ ଓ ରୁଚିକା କପୁରଙ୍କ ଘରେ ଏବେ ଖୁସିର ମାହୋଲ ।  ଦୁହେଁ ବାପା ମାଆ ହେବାର ସୌଭାଗ୍ୟ ଲାଭ କରିଛନ୍ତି । କୋଳକୁ ଆସିଛି ଏକ କନ୍ୟା ସନ୍ତାନ। ତେବେ ଏ ନେଇ ଶାହିର ଆନୁଷ୍ଠାନିକ ଭାବେ କୈଣସି ସୂଚନା ଦେଇ ନାହାନ୍ତି ।  ମିଡିଆ ରିପୋର୍ଟ ଅନୁଯାୟୀ ସେପ୍ଟେମ୍ବର ୧୦ରେ ରୁଚିକା କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି । ଏହି ଖବର ସାମନାକୁ ଆସିବା ପରେ ଉଭୟ ରୁଚିକା ଓ ଶାହିରଙ୍କୁ ଅଭିନନ୍ଦନର ସୁଅ ଛୁଟିଛି ।

Advertisment

କିଛିଦିନ ପୂର୍ବରୁ ସାହିର ଓ ରୁଚିକା ବେବି ଶାୱର ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ । ଫଟୋ ସେୟାର କରିବା ସହିତ ସେ ଲେଖିଥିଲେ ଯେ ଖୁବ୍ ଜଲଦି ତାଙ୍କ ଘରକୁ କୁନି ଅତିଥି ଆସିବାକୁ ଯାଉଛନ୍ତି । ସେବେଠୁ ଶାହିର ଓ ରୁଚିକା ନୂଆ ଅତିଥି ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ବେବି ଶାୱର ପାର୍ଟିରେ ବହୁ ଅତିଥି ଯୋଗ ଦେଇଥିଲେ । ଏକତା କପୁର, ରିଦ୍ଧି ଡୋଗ୍ରା, କ୍ରିଷ୍ଟଲେ ଡି’ସୁଜାଙ୍କ ସମେତ ଅନେକ ତାରକା ଏହି ପାର୍ଟିରେ ଉପସ୍ଥିତ ଥିଲେ।

Ruchika and Saheerଶାହିର ଓ ରୁଚିକା

ବଲିଉଡ ଲାଇଫର ସୂଚନା ଅନୁଯାୟୀ, ରୁଚିକା ସେପ୍ଟେମ୍ବରରେ ୧୦ରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ। ଗତ ବର୍ଷ ୨୦୨୦ ନଭେମ୍ବରରେ ଶାହିର ଏବଂ ରୁଚିକା କୋର୍ଟ ମ୍ୟାରେଜ କରିଥିଲେ। ନିକଟରେ ଶାହିର ତାଙ୍କ ବିବାହ ବିଷୟରେ ଏକ ସାକ୍ଷାତକାରରେ କହିଥିଲେ ଯେ ସେ ବିବାହ ପରେ ପ୍ରତିଦିନ ନୂଆ ଜିନିଷ ଶିଖୁଛନ୍ତି। ସେ କହିଥିଲେ, 'ମୁଁ ଦୀର୍ଘ ଦିନ ଧରି ମୁମ୍ବାଇରେ ଏକୁଟିଆ ରହୁଥିଲି ଏବଂ ବର୍ତ୍ତମାନ ମୁଁ ଘର ଅନ୍ୟ କାହା ସହ ବାଣ୍ଟିବାକୁ ମଧ୍ୟ ଶିଖୁଛି । ମୁଁ ରୁଚିକା ପାଇଁ ରୋଷେଇ କରିବାକୁ ପସନ୍ଦ କରେ ବୋଲି ସେ କହିଥିଲେ ।

Advertisment

ସୂଚନା ଅନୁସାରେ ଶାହିର ଏବେ ତାଙ୍କର ଅପ୍‌କମିଙ୍ଗ୍ ସିରିଏଲ୍ ପବିତ୍ର ରିସ୍ତା-୨ ପାଇଁ ବ୍ୟସ୍ତ ଅଛନ୍ତି । ଏଥିରେ ଅଙ୍କିତା ଲୋଖଣ୍ଡେ ତାଙ୍କ ସହ ନଜର ଆସିବେ । ଏଥିରେ ମାନବ ଚରିତ୍ରରେ ଅଭିନୟ କରିବେ ଶାହିର । ପ୍ରଶଂସକମାନେ ଏହି ସୋ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଶାହିର ଶେଖ ପୂର୍ବରୁ ମହାଭାରତ, କୁଛ ରଙ୍ଗ ପ୍ୟାର କେ ଏସେ ଭି, ୟେ ରିସ୍ତେ ହେଁ ପ୍ୟାର କେ, ତେରୀ ମେରୀ ଲଭ୍ ଷ୍ଟୋରୀ ଭଳି ଅନେକ ସିରିଏଲରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ ରୁଚିକା କପୁର ବାଲାଜୀ ପ୍ରଡକ୍ସନ୍ସର ବରିଷ୍ଠ ଉପସଭାପତି ଅଟନ୍ତି ।

Sahheer And Ruchika Entertainment News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ