Advertisment

ଓଲିଉଡ୍ କଳିରେ ନେତାଙ୍କ ଏଣ୍ଟ୍ରି ପରେ ଘନେଇଲା ବିବାଦ, ରାଜନୀତି ନ ପୁରାଇବାକୁ ଅଭିନେତାଙ୍କ ନିବେଦନ

ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ।

ଅଦ୍ୟତନ ହୋଇଛି
Ollywood

Ollywood

Advertisment

ଓଲିଉଡ୍ କଳିରେ ପଶିଲା ପଲିଟିକ୍ସ । ଅଭିନେତା ମନୋଜ ମିଶ୍ରଙ୍କୁ ବ୍ୟାନ୍ ବିବାଦରେ ବଲାଙ୍ଗିର ବିଧାୟକଙ୍କ ଏଣ୍ଟ୍ରି। ନିଆଁରେ ଘିଅ ଢାଳିଲେ ନରସିଂହ। ବ୍ୟାନକୁ ପ୍ରତ୍ୟାହାର ନ କଲେ ଓଡ଼ିଶା ଦୁଇ ଫାଳର ଶୁଣାଇଲେ ରୋକଠୋକ୍ ଚେତାବନୀ। ଅବସର ଥିଲା ବଲାଙ୍ଗିର ଭରସୁଜାର ଛେଲିଆପାଟ୍ ଉତ୍ସବ। ନରସିଂହଙ୍କ ଡାହାଣରେ ଥିଲେ ବିବାଦର ଚକ୍ରବ୍ୟୁହରେ ଥିବା ଅଭିନେତା ମନୋଜ ମିଶ୍ର। ବାମ ପାଖରେ ଥିଲେ ମନ୍ତ୍ରୀ ରୀତା ସାହୁ। ଉଭୟଙ୍କ ମଝିରେ ଛିଡ଼ା ହୋଇ ଓଡ଼ିଶା ଦୁଇ ଭାଗ ହୋଇଯିବ ବୋଲି ମନ୍ତବ୍ୟ ଦେଇଥିଲେ ବରିଷ୍ଠ କଂଗ୍ରେସ ବିଧାୟକ ନରସିଂହ ମିଶ୍ର। ଆଜି ବି ସେହି ବୟାନରେ କାୟମ୍ ରହି, ବିଭିନ୍ନ ପ୍ରସଙ୍ଗ ଓ ପ୍ରକଳ୍ପ କଥା ଉଠାଇ, ଓଡ଼ିଶା ଭାଗ ଭାଗ ହେଲେ ସରକାର ହିଁ ଦାୟୀ ରହିବେ ବୋଲି କହିଥିଲେ। ତେବେ ମନ୍ତ୍ରୀ ରୀତା ସାହୁ ନରସିଂହଙ୍କ ମନ୍ତବ୍ୟକୁ ନାପସନ୍ଦ କରିଛନ୍ତି।

Advertisment

ଏପଟେ ଆଜି ପୁଣି ବିଷ ଉଦଗାରିଛନ୍ତି ଅଭିନେତା ମନୋଜ। କହିଛନ୍ତି, ଫିଲ୍ମ ଇଣ୍ଡଷ୍ଟ୍ରି ସାରା ଓଡ଼ିଶାର, ମୁଁ ଜଣେ ଓଡ଼ିଆ। ମୋତେ ବ୍ୟାନ କରିଥିବା ଟୁଟୁ ନାୟକଙ୍କୁ ମୁଁ ନିଜ ଆଡୁ ତାଙ୍କୁ ବ୍ୟାନ୍ କରୁଛି। ଅନୁଭବ ଓ ଅରିନ୍ଦମ ଟୁଟୁ ନାୟକଙ୍କ ଚକ୍କରରେ ପଡ଼ିଥିବା କହିଛନ୍ତି ମନୋଜ। ତା’ସହ ଏହି ବିବାଦର ଆପୋଷ ସମାଧାନ ପାଇଁ ଚଳଚ୍ଚିତ୍ର ନିଗମ ଅଧ୍ୟକ୍ଷ କୁନା ତ୍ରିପାଠୀଙ୍କ ପ୍ରସ୍ତାବକୁ ସମାଲୋଚନା କରି ଆଜି ଯାଏଁ ସେ କେଉଁଠି ଥିଲେ ବୋଲି ପଚାରିଛନ୍ତି। କିନ୍ତୁ, ନରସିଂହଙ୍କ ଓଡ଼ିଶା ଦୁଇ ଫାଳ ମନ୍ତବ୍ୟ ସମ୍ପର୍କରେ ସାମ୍ବାଦିକଙ୍କ ପ୍ରଶ୍ନକୁ ଏଡ଼ାଇ, ପ୍ରେସ୍ କନଫରେନସରୁ ଉଠି ପଳାଇଥିଲେ।

ତେଣେ ଓଲିଉଡ୍ କଳିରେ ପଲିଟିକାଲ ଏଣ୍ଟ୍ରିକୁ ନେଇ ତେଜିଛି ବୟାନବାଜି। ଅଭିନେତା ଶ୍ରୀତମ ଦାସ କହିଛନ୍ତି, ପଶ୍ଚିମ ଓଡିଶାରୁ ଆସି ଏଠି ବହୁ କଳାକାର ନମ୍ବର ୱାନ ହୋଇଛନ୍ତି। ଏହା ଆମ ପରିବାରର କଳି। ଏହାକୁ ନେଇ କେହି ରାଜନୀତି କରିବା ଅନୁଚିତ। ସେହିପରି ସଞ୍ଜୟ ନାୟକ ମଧ୍ୟ ରାଜନୀତି ନ ପୁରାଇବାକୁ କହିଛନ୍ତି। ସିନେ ସମୀକ୍ଷକ ମଧ୍ୟ ସମାନ ମତ ରଖି ବ୍ୟାନ୍ ପଦକ୍ଷେପକୁ ନାପସନ୍ଦ କରିବା ସହ ତୁରନ୍ତ କଳି ତୁଟାଇବାକୁ ଅପିଲ୍ କହିଛନ୍ତି।

Advertisment

କୁହାଯାଉଛି, ଓଡ଼ିଆ ଫିଲ୍ମ ରାମ୍‌ର ଅଭିନେତା ଜିତୁ ମଙ୍ଗରାଜଙ୍କ ସହ ମନୋଜଙ୍କ ବିବାଦ ରହିଥିଲା। ସେହି ବିବାଦ ଭିତରେ ସମ୍ବଲପୁରରେ ରିଲିଜ୍ ହୋଇଥିବା ଫିଲ୍ମ ରାମକୁ ବିରୋଧ ପଛରେ ମନୋଜଙ୍କ ହାତ ଥିବା ଅଭିଯୋଗ କରି ବ୍ୟାନ୍ ଘୋଷଣା କରିଥିଲେ କିଛି ପ୍ରଯୋଜକ। ତା’ପରଠୁ ତେଜିଛି ବିବାଦ। ଓଡ଼ିଆ ସିନେ ଶିଳ୍ପର ସଙ୍କଟ ସମୟରେ ଓଲିଉଡରେ ଉଠିଥିବା ଏହି ଝଡ଼କୁ ନେଇ ଏବେ ନାନା ଚର୍ଚ୍ଚା।

Odisha Anubhav Mohanty Manoj Mishra
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ