ଫିଲ୍ମ ‘RRR’ ମହାମାରୀ କରୋନା ହେତୁ ଫିଲ୍ମର ରିଲିଜ୍ ଅନେକ ଥର ସ୍ଥଗିତ ରଖାଯାଇଛି। ବାସ୍ତବରେ ଏହି ଚଳଚ୍ଚିତ୍ରଟି ଅନେକ ଭାଷାରେ ରିଲିଜ୍ ହେବାକୁ ଯାଉଛି, କିନ୍ତୁ ଏହା କନ୍ନଡ ଭାଷାରେ ରିଲିଜ୍ ହୋଇନଥିବା ନେଇ ଜଣାପଡିଛି । ଏହି ଖବର ସାମ୍ନାକୁ ଆସିବା ମାତ୍ରେ ଲୋକେ ରାଗରେ ଜଳୁଛନ୍ତି। ଏନେଇ ଫିଲ୍ମକୁ ବୟକଟ୍ କରିବା ନେଇ ଟ୍ରେଣ୍ଡ ଆରମ୍ଭ ହୋଇଛି ।
Also Read
ଲୋକଙ୍କ କିହିବା ଅନୁଯାୟୀ ଫିଲ୍ଟଟି କନ୍ନଡ ଭାଷାରେ ମଧ୍ୟ ରିଲିଜ୍ ହେବା ଉଚିତ୍ । ଲୋକମାନେ ଟ୍ୱିଟରରେ #BoycottRRRinKarnataka ଟ୍ରେଣ୍ଡ କରି ଏହି ଫିଲ୍ମ ନ ଦେଖିବା ବିଷୟରେ କହୁଛନ୍ତି । କିଛି ଲୋକ ଫିଲ୍ମ ଉପରେ ଅସନ୍ତୋଷ ଦେଖାଉଥିବା ବେଳେ ସେହି ସମୟରେ କିଛି ଲୋକ ଫିଲ୍ମର କାଷ୍ଟ ଏବଂ ଦଳକୁ ସମର୍ଥନ ମଧ୍ୟ କରୁଛନ୍ତି ।
ଜଣେ ୟୁଜର୍ସ ଟ୍ୱିଟରରେ ଲେଖିଛନ୍ତି, ଫିଲ୍ମର ନିର୍ମାତାଙ୍କୁ ପ୍ରତିଶୃତି ଭଙ୍ଗ କରିଥିବାର ଅଭିଯୋଗ କରିଛନ୍ତି। ଆଉ ଜଣେ ଲେଖିଛନ୍ତି ଯେ କର୍ଣ୍ଣାଟକରେ RRR ଚଳଚ୍ଚିତ୍ର ଉପରେ ପ୍ରତିବନ୍ଧକ ଲଗାଇବାକୁ ସମୟ ଆସିଛି। ଅନ୍ୟ ଜଣେ କହିଛନ୍ତି, ଆମେ RRR ଦେଖିବା ନାହିଁ । ଏହା ତେଲୁଗୁ ରାଜ୍ୟ ନୁହେଁ, ଏହା କର୍ଣ୍ଣାଟକ । ବ୍ୟବସାୟ ଅପେକ୍ଷା ସମ୍ମାନ ଅଧିକ ଗୁରୁତ୍ୱପୂର୍ଣ୍ଣ ।
ସୂଚନା ଅନୁସାରେ, ଫିଲ୍ମଟି ନିର୍ମାଣ ୪୫୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ଏହି ଫିଲ୍ମରେ ଆଲିଆ ସୀତା ଭୂମିକାରେ ନଜର ଆସିଛନ୍ତି। ଏହାଛଡ଼ା ରାମଚରଣ, ଜୁନିଅର ଏନଟିଆର, ଅଜୟ ଦେବଗନ ଏହି ଫିଲ୍ମରେ ଅଭିନୟ କରିଛନ୍ତି ।