Advertisment

କେଉଁଠି ଅଛନ୍ତି କଣ୍ଠଶିଳ୍ପୀ ସୌରିନ ଭଟ୍ଟ ? ଲୁକ୍ ଆଉଟ୍ ନୋଟିସ୍ ଜାରି କଲା ପୋଲିସ...

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ସୌରିନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏହି ନୋଟିସ୍‌ ଜାରି କରିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Commissionerate Police issues lookout circular against singer Sourin Bhatt in harassment case

Commissionerate Police issues lookout circular against singer Sourin Bhatt in harassment case

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ବିରୋଧରେ ଲୁକ୍ ଆଉଟ୍ ନୋଟିସ୍ ଜାରି ହୋଇଛି। ସୌରିନଙ୍କ ବିରୋଧରେ କମିଶନରେଟ୍ ପୋଲିସ ଏହି ନୋଟିସ୍‌ ଜାରି କରିଛି। ସୌରିନଙ୍କୁ କୋଲକାତାରେ ଖୋଜି ନପାଇବା ପରେ କମିଶନରେଟ ପୋଲିସ ଏପରି ପଦକ୍ଷେପ ନେଇଛି। 

Advertisment

ସୂଚନାଥାଉ କି, ସୌରିନଙ୍କ ବିରୋଧରେ ଜଣେ ଯୁବତୀଙ୍କୁ ଧମକ ଚମକ ଦେଇ ଶାରୀରିକ ସମ୍ପର୍କ ରଖିବା ଅଭିଯୋଗ ଆଣିଛନ୍ତି। ତେବେ ଏହି ମାମଲାରେ ତାଙ୍କ ଆଗୁଆ ଜାମିନ ଆବେଦନକୁ ହାଇକୋର୍ଟ ଖାରଜ କରି ଦେଇଛନ୍ତି।

କେତେବେଳେ ବିବାହର ପ୍ରତିଶ୍ରୁତି ତ କେତେବେଳେ ଅନ୍ତରଙ୍ଗ ଫଟୋ ଭାଇରଲ କରିବାର ଧମକ ଦେଇ ସୌରିନ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିବା ସ୍ପଷ୍ଟ ହୋଇଥିବା କୋର୍ଟ କହିଥିଲେ। ଏପରିକି ସେ ବିବାହିତ ହୋଇଥିବା ସତ୍ତ୍ୱେ ପୀଡ଼ିତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ।

Advertisment

ପରେ ପୀଡିତା ଏକଥା ଜାଣିବା ପରେ ସୌରିନଙ୍କ ଠାରୁ ଦୁରେଇ ଯିବାକୁ ଚାହିଁଥିଲେ ମଧ୍ୟ ଅନ୍ତରଙ୍ଗ ଫଟୋ ଭାଇରାଲ କରିବା ଏବଂ କ୍ୟାରିୟର ଶେଷ କରିବାର ଧମକ ଦେଇ ସୌରିନ ପୀଡ଼ିତାଙ୍କୁ ସମ୍ପର୍କ ରଖିବାକୁ ବାଧ୍ୟ କରିଥିଲେ ବୋଲି ପୋଲିସ ଦାଖଲ କରିଥିବା କେସ୍‌ ଡାଏଇରୀରୁ ସ୍ପଷ୍ଟ ହୋଇଛି। 

ଏସବୁକୁ ଦୃଷ୍ଟିରେ ରଖି ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ସୌରିନଙ୍କ ଉପସ୍ଥିତି ଆବଶ୍ୟକ ଦର୍ଶାଇ ହାଇକୋର୍ଟ ତାଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

Advertisment
Advertisment