Advertisment

ରିଲିଜ୍ ହୋଇଛି ‘କମାଣ୍ଡୋ’ର ଟ୍ରେଲର; ଲୋକେ କହିଲେ ବିଦ୍ୟୁତ ଜାମୱାଲଙ୍କ ସ୍ଥାନ କେହି ନେଇପାରିବେ ନାହିଁ

ଦେଶଭକ୍ତିର ଭାବନାକୁ ଜୀବନ୍ତ କରି ସିରିଜ୍ ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍‌ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି।

ଅଦ୍ୟତନ ହୋଇଛି
Commando Official Trailer Released

Commando official trailer release fans said no one can replace vidyut jammwal

Advertisment

‘କେବେ ବି କୌଣସି ଭାଇଙ୍କୁ ପଛରେ ଛାଡ ନାହିଁ’, ଦେଶଭକ୍ତିର ଏହି ଭାବନାକୁ ଜୀବନ୍ତ କରି ‘କମାଣ୍ଡୋ’ର ଟ୍ରେଲର ରିଲିଜ୍ ହୋଇଛି। ଏହି ହାଇ-ଆକ୍ସନ୍, ପାୱାର୍ ପ୍ୟାକ୍ ସିରିଜ୍‌ ବିପୁଲ୍ ଅମୃତଲାଲ୍ ଶାହାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ନିର୍ମିତ ହୋଇଛି। ୧୧ ଅଗଷ୍ଟ ୨୦୨୩ରେ ଏହା ମୁକ୍ତିଲାଭ କରିବାର ଯୋଜନା ରହିଛି। ତେବେ ଏହାର ଟ୍ରେଲର ଦେଖିବା ପରେ ପ୍ରଶଂସକମାନେ ବିଦ୍ୟୁତ ଜାମୱାଲଙ୍କୁ ମନେ ମନେପକେଇଛନ୍ତି। ଏଥି ସହିତ ପ୍ରଶଂସକମାନେ ତାଙ୍କୁ ପ୍ରଶଂସା କରିବାରେ ଥକୁ ନୁହଁନ୍ତି।

Advertisment

ଏହି ନୂଆ ସିରିଜ୍ ହେଉଛି ‘କମାଣ୍ଡୋ ପ୍ରେମର କାହାଣୀ’, ଯିଏକି ନିଜ ଦେଶ ଏବଂ ନିଜ କମାଣ୍ଡୋ ଭାଇଙ୍କୁ ସୁରକ୍ଷା ଦେବା ପାଇଁ ଏକ ମିଶନରେ ବାହାରିଛି। ସେ ସଫଳ ହେବ କି ନାହିଁ ତାହା ତ ଜଣା ନାହିଁ, କିନ୍ତୁ ଏହି ସିରିଜ୍‌ର ଟ୍ରେଲର ଦେଖିବା ପରେ କେତେକ ପ୍ରଶଂସକ ବହୁତ ଉତ୍ସାହିତ ହୋଇ ପଡିଛନ୍ତି।

ଅଧିକ ପଢ଼ନ୍ତୁ: ଦିନେ ବୁଡିଯାଉଥିଲା ସଲମାନଙ୍କ କ୍ୟାରିଅର୍; ଏହି ସାଉଥ୍ ଷ୍ଟାର୍‌ ମସିହା ହୋଇ ଆସିଥିଲେ

Advertisment

ଟ୍ରେଲର ଦେଖିବା ପରେ କିନ୍ତୁ ଜଣେ ପ୍ରଶଂସକ ବିଦ୍ୟୁତ ଜାମୱାଲଙ୍କୁ ମନେପକେଇଛନ୍ତି। ସେ ପ୍ରତିକ୍ରିୟା ଦେଇ ଲେଖିଛନ୍ତି ଯେ ‘ବିଦ୍ୟୁତ ଜାମୱାଲଙ୍କୁ କେହି ରିପ୍ଲେସ୍ କରି ପାରିବେ ନାହିଁ।’ ଅନ୍ୟ ଜଣେ ଲେଖିଛନ୍ତି, ‘ବିଦ୍ୟୁତ୍ ବିନା କମାଣ୍ଡୋ ଫ୍ରାଞ୍ଚାଇଜ୍ ସ୍ୱୀକାର କରିବା କଷ୍ଟକର। କିନ୍ତୁ ଏହା ନିଶ୍ଚିତ ଯେ ଏଥିରେ ଥିବା ଆକ୍ସନ ଖୁବ ଚମତ୍କାର ଏବଂ ଏହାର ସଂଳାପଗୁଡ଼ିକ ମଧ୍ୟ ଜବରଦସ୍ତ।’

ତେବେ ‘କମାଣ୍ଡୋ’ରେ ଡେବ୍ୟୁ କରିବାକୁ ଯାଉଛନ୍ତି ପ୍ରେମ୍, ଶ୍ରେୟା ସିଂହ ଚୌଧୁରୀ, ଅମିତ ସିୟାଲ, ମୁକେଶ ଛାବ୍ରା ଏବଂ ଇସ୍ତେୟାକ ଖାନ। ଏହା ସହିତ ଅଦା ଶର୍ମା, ବୈଭବ ତତବାବାଦୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ।

Advertisment

‘କମାଣ୍ଡୋ’ ହେଉଛି ସନ୍‌ରାଇଜ୍ ପିକ୍ଚର୍ସର ବ୍ୟାନରରେ ବିପୁଲ ଅମୃତଲାଲ ଶାହାଙ୍କ ଦ୍ୱାରା ନିର୍ମିତ ଆକ୍ସନ୍ ଥ୍ରୀଲର ଫିଲ୍ମ, ଯେଉଁଥିରେ ବିଦ୍ୟୁତ୍ ଜାମୱାଲ୍ ତାଙ୍କର ଜବରଦସ୍ତ ଆକ୍ସନ୍ ସହିତ ପ୍ରଶଂସକଙ୍କ ମଧ୍ୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି।

ଅଧିକ ପଢ଼ନ୍ତୁ: ବିଶ୍ୱର ସବୁଠାରୁ ଲାଭଦାୟକ ଫିଲ୍ମ; ୬ ଲକ୍ଷରେ ତିଆରି ୮୦୦କୋଟି ରୋଜଗାର

Bollywood Vidyut Jammwal
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ