Advertisment

ପଶୁ ଓ ମଣିଷର ପ୍ରେମକୁ ନେଇ ଆସୁଛି ଫିଲ୍ମ ‘୭୭୭ ଚାର୍ଲି’

ପଶୁ ଓ ମଣିଷର ଭଲ ପାଇବା ଅନନ୍ୟ। ଏହାର ପ୍ରମାଣ ରିଏଲ୍ ଲାଇଫ୍ ହେଉ ବା ରିଲ୍ ଲାଇଫ୍ ସବୁଥିରେ ଦେଖାଯାଇଛି। ତେବେ ଏ ସମ୍ବନ୍ଧୀୟ ଫିଲ୍ମ ଏବେ କମି କମି ଆସୁଥିବା ବେଳେ ସାମ୍ନାକୁ ଆସୁଛି ‘୭୭୭ ଚାର୍ଲି’।

ଅଦ୍ୟତନ ହୋଇଛି
Coming soon 777 Charlie

Coming soon 777 Charlie

Advertisment

ବନ୍ଧୁ, ବାନ୍ଧବୀ, ପରିବାର, ସମସ୍ତେ ଛାଡ଼ି ଚାଲି ଯାଆନ୍ତି। କିଏ ସ୍ୱାର୍ଥ ପାଇଁ ତ ଆଉ କିଏ ଫାଇଦା ପାଇଁ ଆପଣଙ୍କ ସହ ରୁହନ୍ତି। ଆମେ ସବୁ ଅଳ୍ପ ବହୁତ ଏଭଳି ଅଭିଜ୍ଞତାକୁ ସାଉଁଟିଥିବା। ନିଜ ଲୋକେ ଆମକୁ କଷ୍ଟ ଦିଅନ୍ତି। ସେମାନଙ୍କ ପାଇଁ ଆମେ ସବୁ କିଛି କରିବା ପରେ ବି ଛାଡ଼ି ଚାଲି ଯାଆନ୍ତି। ହେଲେ ଯିଏ ଯାଏନି ସେ ହେଉଛି ଆମ ପୋଶା କୁକୁର।

Advertisment

ରିୟଲ୍ ଲାଇଫ୍‌ର ଏମିତି ଘଟଣା ମୁଁ ନିଜେ ଅନୁଭବ କରିଛି, ଆପଣ ବି ମୋ ସହ ଏକମତ ଥିବେ। ଏମିତି କିଛି ରିୟଲ୍ ଲାଇଫ୍ ଘଟଣାକୁ ନେଇ ରିଲ୍ ଲାଇଫ୍‌ରେ ଆସୁଛି ଫିଲ୍ମ ‘୭୭୭ ଚାର୍ଲି’। ବିନା ସ୍ୱାର୍ଥରେ, ଫିଲ୍‌ଟର୍‌ ଲଭ୍। ମଣିଷ ଓ କୁକୁର ଭିତରେ ଥିବା ଭଲ ପାଇବାକୁ ଆସୁଛି ଏହି ଫିଲ୍ମ।

ତେବେ କୁକୁର ଓ ମଣିଷର କାହାଣୀ ଏବେକାର ନୁହେଁ, ମହାଭାରତରେ ବି ଏହାର ଉଦାହରଣ ରହିଛି। ଯୁଧିଷ୍ଠିରଙ୍କୁ ସ୍ୱର୍ଗର ରାସ୍ତା ଗୋଟେ କୁକୁର ହିଁ ଦେଖାଇଥିଲା। ଏଠି ବି ସେମିତି, ଜବରଦସ୍ତ ସସପେନ୍ସ ଆଉ ଫୁଲ୍ ଅଫ୍ ଇମୋସନ୍। କନ୍ନଡ ଷ୍ଟାର୍‌ ରକ୍‌ସିତ୍ ସେଟ୍ଟୀ ହାତ ଗଣତି ୧୦ଟି ସିନେମା କରିଛନ୍ତି, ହେଲେ ତାଙ୍କ ଅଭିନୟ ଏତେ ପ୍ରଭାବଶାଳୀ ଯେ, ହିନ୍ଦୀ ବେଲ୍ଟରେ ବି ତାଙ୍କର ରହିଛି ପରିଚୟ। ସେଥିପାଇଁ ତ, ତାଙ୍କ ଫିଲ୍ମ ASNକୁ ହିନ୍ଦୀରେ ରିଲିଜ୍ କରାଇ ଦିଆଗଲାନି। ହେଲେ ଦକ୍ଷତା ଓ ଯୋଗ୍ୟତାକୁ କ’ଣ କେହି ଅଟକାଇ ପାରେ? ନା ଏସବୁ ମାନିବ ବାଧାବିଘ୍ନ ?

Advertisment

ଏଥର କିନ୍ତୁ ବଡ଼ ପରଦାରେ ରିଲିଜ୍ ହେବାକୁ ଯାଉଛି, ରକସିତ୍‌ଙ୍କ ‘୭୭୭ ଚାର୍ଲି’। ଏକୁଟିଆ ରହୁଥିବା ଯୁବକର ଜୀବନକୁ ଆସୁଛି ଚାର୍ଲି। ସେ ଆସିବା ପରେ କ’ଣ ସବୁ ତା’ ଜୀବନରେ ପରିବର୍ତ୍ତନ ହେଉଛି? ଆଉ ଖାଲି ଏତିକି ନୁହେଁ ଭଲ ପାଇବା ଏତେ ନିବିଡ଼ ଯେ, ତାକୁ ଖୋଜି ଖୋଜି ବରଫ ପାହାଡ଼କୁ ପହଞ୍ଚି ଯାଉଛି ହିରୋ।

ଟ୍ରେଲରରେ କାହାଣୀର ବାସ୍ କିଛି ଝଲକ ଦେଖାଯାଇଛି। ମୂଳ କାହାଣୀ ଏବେ ବି ଆଢ଼ୁଆଳରେ ରହିଛି। ଟ୍ରେଲରରେ ଅନେକ କିଛି କୁହାଯାଉଛି, ଅନେକ କିଛି ଅକୁହା ରହୁଛି। ଏହା ହି ସିନେମା ପ୍ରତି ଅଧିକ ଉତ୍ସାହ ବଢ଼ାଇଛି।

Advertisment

ବିଶେଷ ଭାବେ ଶେଷ ୭ ସେକେଣ୍ଡ ଦର୍ଶକଙ୍କ ହୃଦୟକୁ ଛୁଇଁଛି। ଯେଉଁଠି ଗୋଟିଏ ଫ୍ରେମ୍‌ରେ ଚାର୍ଲି ଓ ହିରୋକୁ ଦେଖିବାକୁ ମିଳେ। କିଛି ସେକେଣ୍ଡର ପଜ୍ ପରେ ରକସିତ୍ ପଚାରୁଛନ୍ତି, “ଚାର୍ଲି ତୁମ୍ ମୁଝେ କିତ୍‌ନା ପ୍ୟାର୍ କର୍‌ତେ ହୋ...”। ବାସ୍ ଏହି ସିନ୍ ହିଁ ସବୁ କିଛି ବୟାନ କରି ଦେଉଛି।

କନ୍ନଡ, ତେଲୁଗୁ, ତାମିଲ, ମଲାୟଲମ୍ ସମେତ ହିନ୍ଦୀରେ ଏକାସଙ୍ଗେ ଜୁନ୍ ୧୦ ତାରିଖରେ ଏହି ଫିଲ୍ମ ରିଲିଜ୍ ହେବ। ତେଣୁ ଜୁନ୍ ୧୦କୁ ଅପେକ୍ଷା କଲେ ହି ପୂରା କାହାଣୀ ଜଣାପଡ଼ିବ। ଭାରତୀୟ ସିନେମାରେ ବହୁ ପୂର୍ବରୁ ପଶୁ ଓ ମଣିଷର କାହାଣୀକୁ ନେଇ ସିନେମା ପ୍ରସ୍ତୁତ ହୋଇଛି।

୩୭ ବର୍ଷ ପୂର୍ବରୁ ଜାକି ସର୍ଫ ଓ କୁକୁରର ଭଲ ପାଇବା ପ୍ରେମକୁ ‘ତେରୀ ମେହରବାନିଆ’ ଜରିଆରେ ବଡ଼ ସ୍କ୍ରିନ୍‌ରେ ଦେଖିଥିଲେ ଦର୍ଶକ। ସେହିପରି ରାଜେଶ ଖାନ୍ନାଙ୍କ ‘ହାତୀ ମେରା ସାଥି’ ବି ବଡ଼ ହିଟ୍ ହୋଇଥିଲା। ସମୟକ୍ରମେ ଏଭଳି ସିନେମା ପ୍ରସ୍ତୁତ ହେବା କମି ଆସିଛି। ଅକ୍ଷୟ କୁମାର ଏଭଳି କାହାଣୀକୁ ନେଇ କିଛି ବର୍ଷ ତଳେ ENTERNAIMENT ଫିଲ୍ମ କରିଥିଲେ। ହେଲେ ଏହାର ଥିମ୍ ସଂପୃର୍ଣ୍ଣ ଅଲଗା ଥିଲା।

ଗତ ବର୍ଷ ରାଣା ଦଗୁପତି ‘ହାତୀ ମେରା ସାଥି’ କରିଥିଲେ। ଏସବୁ ସିନେମା ଆମ ସମାଜରେ ପଶୁଙ୍କ ଗୁରୁତ୍ୱ ଓ ଭଲ ପାଇବାକୁ ଦର୍ଶାଉଛି। ତେଣୁ ପଶୁମାନଙ୍କୁ ଭଲ ପାଇବା ଆଉ ବିନା ସ୍ୱାର୍ଥର ସେମାନଙ୍କ ଠାରୁ ଭଲ ପାଇବା ଶିଖିବା ମଣିଷ ପାଇଁ ଜରୁରୀ।

Kannada Film Industry 777 Charlie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ