Comedian Raju Srivastava Passes Away In Delhi AIIMS At The Age of 58
ଯିଏ ଦିନେ ସମସ୍ତଙ୍କ ମୁହଁରେ ହସ ଫୁଟାଉଥିଲେ, ଆଜି ସମସ୍ତଙ୍କ ଆଖିରେ ଲୁହ ଦେଇ ଚାଲିଗଲେ। ନିଜ କମେଡି ମାଧ୍ୟମରେ ଲୋକଙ୍କୁ ହସାଉଥିବା ପ୍ରସିଦ୍ଧ କମେଡିଆନ୍ ରାଜୁ ଶ୍ରୀବାସ୍ତବ ଆଉ ନାହାନ୍ତି। ମାତ୍ର ୫୮ ବର୍ଷ ବୟସରେ ସେ ଦୁନିଆକୁ ଅଲ୍ବିଦା କହିଛନ୍ତି। ଏବେ ସେ ଆମ୍ଭମାନଙ୍କ ଗହଣରେ ନାହାନ୍ତି, ଏହା କେହିବି ବିଶ୍ୱାସ କରି ପାରୁ ନାହାନ୍ତି। ମାସେରୁ ଅଧିକ ଦିନ ଦିଲ୍ଲୀ ଏମ୍ସରେ ଚିକିତ୍ସିତ ହେବା ପରେ ଆଜି ସକାଳେ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗ ହୋଇଛି। ହାର୍ଟ ଆଟାକ୍ ଆସିବା ଯୋଗୁ ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଥିଲା ଓ ସେଠାରେ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଏବେ ସମସ୍ତଙ୍କ ଆଖିରେ ଲୁହ ଦେଇ ସେ ଆରପାରିକୁ ଚାଲି ଯାଇଛନ୍ତି। ଯେବେବି ସେ କ୍ୟାମେରା ସାମ୍ନାକୁ ଆସୁଥିଲେ ସେ ଲୋକଙ୍କୁ ହସାଉଥିଲେ।
ଜିମ୍ରେ ୱାର୍କ ଆଉଟ୍ ବେଳେ ଅସୁସ୍ଥ ହୋଇପଡ଼ିଥିଲେ...
ମାତ୍ର୫୮ ବର୍ଷ ବୟସରେ ରାଜୁ ଶ୍ରୀବାସ୍ତବଙ୍କ ବିୟୋଗ ସମସ୍ତଙ୍କୁ ଏକ ପ୍ରକାର ସ୍ତବ୍ଧ କରିଦେଇଛି। ୧୯୬୩ ମସିହା ଡିସେମ୍ବର ୨୫ ତାରିଖରେ କାନପୁରରେ ସେ ଜନ୍ମଗ୍ରହଣ କରିଥିଲେ। କୁହାଯାଉଛି ଯେ, ଦିଲ୍ଲୀରେ କିଛି ନେତାଙ୍କ ସହ ମିଟିଂ କରିବା ପାଇଁ ସେ ହୋଟେଲ୍ରେ ଅଟକି ଥିଲେ। ସେହି ସମୟରେ ସେ ହୋଟେଲ୍ ଜିମ୍ରେ ୱାର୍କ ଆଉଟ୍ କରୁଥିବା ବେଳେ ଅସୁସ୍ଥ ଅନୁଭବ କରିବା ପରେ ଟ୍ରେଡ୍ମିଲ୍ ଉପରେ ହିଁ ଗଳି ପଡ଼ିଥିଲେ। ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା। ଅଗଷ୍ଟ ୧୦ ତାରିଖରେ ତାଙ୍କୁ ଦିଲ୍ଲୀ ଏମ୍ସ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କର କିଛି ଅଙ୍ଗ ପ୍ରତ୍ୟଙ୍ଗ କାମ ନକରିବାରୁ ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା। ବେଶ୍ ଲୋକପ୍ରିୟତା ହାସଲ କରିଥିବା ରାଜୁ ଶ୍ରୀବାସ୍ତବ ଉତ୍ତରପ୍ରଦେଶ ଚଳଚ୍ଚିତ୍ର ବିକାଶ ପରିଷଦର ଅଧ୍ୟକ୍ଷ ଥିଲେ।
ଟେଲିଭିଜନ ଶୋ’ ମାଧ୍ୟମରେ ଲୋକପ୍ରିୟ ହୋଇଥିଲେ...
କମେଡିଆନ୍ ରାଜୁ ଶ୍ରୀବାସ୍ତବ ଟେଲିଭିଜନ ଶୋ’ ମାଧ୍ୟମରେ ବେଶ୍ ଲୋକପ୍ରିୟ ହୋଇଥିଲେ। ଏହାପରେ ବଲିଉଡ୍ର ବିଭିନ୍ନ ଫିଲ୍ମରେ ଛୋଟ ଭୂମିକାରେ ତାଙ୍କୁ ଦେଖିବାକୁ ମିଳିଥିଲା। "Maine Pyar Kiya", "Baazigar", "Bombay to Goa" ଏବଂ "Aamdani Atthani Kharcha Rupaiya" ଫିଲ୍ମରେ ସେ ଅଭିନୟ କରିଥିଲେ। କିନ୍ତୁ ଆମ୍ଦାନୀ ଆଠଣୀ ଖର୍ଚ୍ଚା ରୁପେୟା ଫିଲ୍ମ ମାଧ୍ୟମରେ ସେ ବଲିଉଡ୍ରେ କମେଡିଆନ୍ ଭାବେ ଏଣ୍ଟ୍ରି କରିଥିଲେ। ‘ନାଚ୍ ବାଲିୟେ ସିଜନ ୬’, ‘କମେଡି ନାଇଟସ ୱିଥ୍ କପିଲ’, ‘ମଜାକ୍ ମଜାକ୍ ମେଁ’ ଶୋ’ରେ ସେ ଭାଗ ନେଇଥିଲେ। ୨୦୧୪ରେ ସମାଜବାଦି ପାର୍ଟି ପକ୍ଷରୁ ତାଙ୍କୁ ଲୋକସଭା ଟିକେଟ ମିଳିଥିଲା। କିନ୍ତୁ ଏହାକୁ ସେ ଗ୍ରହଣ କରି ନଥିଲେ। ପରେ ରାଜୁ ଶ୍ରୀବାସ୍ତବ ବିଜେପିରେ ଯୋଗ ଦେଇଥିଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663743043.jpg)