Chandu champion advance booking day1 film sold more than 4000 tickets
ବଡ ପରଦାରେ ନିଆଁ ଲଗେଇବା ପାଇଁ ବଲିଉଡ୍ ଅଭିନେତା କାର୍ତ୍ତିକ ଆର୍ଯ୍ୟନ ପ୍ରସ୍ତୁତ ଅଛନ୍ତି। ଗତ କିଛି ଦିନ ହେବ ତାଙ୍କ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍' କୁ ନେଇ ଲୋକଙ୍କ ମଧ୍ୟରେ ଏକ ବଡ଼ ଧରଣର ଉତ୍ସାହ ସୃଷ୍ଟି ହୋଇଛି ଏବଂ ଲୋକମାନେ ଏହି ଚଳଚ୍ଚିତ୍ରର ମୁକ୍ତିଲାଭକୁ ଅପେକ୍ଷା କରି ରହିଛନ୍ତି। ତେବେ ଏହି ଚଳଚ୍ଚିତ୍ର ରିଲିଜ୍ ପାଇଁ ଆଉ ବେଶି ଦିନ ବାକି ନାହିଁ।
ବର୍ତ୍ତମାନ ନିର୍ମାତା ଫିଲ୍ମ ପାଇଁ ଅଗ୍ରୀମ ବୁକିଂ ଆରମ୍ଭ କରିଦେଇଛନ୍ତି। ଏହକୁ ନେଇ ଜୋରଦାର ରେସପନ୍ସ ମିଳୁଛି। ପ୍ରଥମ ଦିନରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍' ଦେଖିବା ପାଇଁ ଲୋକମାନେ ଉତ୍ସାହର ସହିତ ଟିକେଟ କିଣୁଛନ୍ତି। ଟିକେଟ୍ ଆଗୁଆ ବୁକିଂରେ ରେକର୍ଡ କରୁଛି। ପ୍ରଥମ ଦିନ ପାଇଁ ଏପର୍ଯ୍ୟନ୍ତ ୪ ହଜାରରୁ ଅଧିକ ଟିକେଟ୍ ବିକ୍ରି ହୋଇସାରିଛି ଏବଂ ଫିଲ୍ମ ରିଲିଜ୍ ହେବା ପୂର୍ବରୁ ମଧ୍ୟ ଏହା ଏକ ବଡ ପରିମାଣର ରୋଜଗାର କରିଛି।
ଅଧିକ ପଢ଼ନ୍ତୁ: ‘କଲ୍କୀ - ୨୮୯୮ଏଡି'ରୁ ଦୀପିକା ପାଦୁକୋନଙ୍କ ଦମଦାର ପୋଷ୍ଟର ଲଞ୍ଚ୍
ରିପୋର୍ଟ ଅନୁଯାୟୀ କାର୍ତ୍ତିକ ଆର୍ଯ୍ୟନଙ୍କ 'ଚନ୍ଦୁ ଚମ୍ପିଅନ୍'ର ୪,୨୮୯ ଟିକେଟ୍ ବିକ୍ରି ହୋଇ ଫିଲ୍ମର ଆୟ ୧୩.୦୪ ଲକ୍ଷ ଟଙ୍କା ହୋଇଛି। ତେବେ ଟିକେଟ୍ ବିକ୍ରି ଆହୁରି ବୃଦ୍ଧି ପାଇବ କାରଣ ଫିଲ୍ମ ରିଲିଜ୍ ପାଇଁ ଆଉ କିଛି ଦିନ ବାକି ଅଛି।
‘ଚନ୍ଦୁ ଚମ୍ପିଅନ୍’ ହେଉଛି ଏକ କ୍ରୀଡା-ଡ୍ରାମା ଆଧାରିତ ଚଳଚ୍ଚିତ୍ର ଯେଉଁଥିରେ କାର୍ତ୍ତିକ ଆର୍ଯ୍ୟନ୍ ଭାରତର ପ୍ରଥମ ପାରାଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ମୁରଲିକାନ୍ତ ପେଟକର ଭୂମିକାରେ ନଜର ଆସିବେ। କାର୍ତ୍ତିକ ଆର୍ଯ୍ୟନ୍ ଏହି ଚଳଚ୍ଚିତ୍ରରେ ତାଙ୍କ ଚରିତ୍ର ପାଇଁ ଏକ ଚମତ୍କାର ଟ୍ରାନ୍ସଫର୍ମେସନ୍ କରିଛନ୍ତି, ଯାହାର ଝଲକ ପୋଷ୍ଟର ଏବଂ ଟ୍ରେଲରରେ ଦେଖିବାକୁ ମିଳେ। ଚରିତ୍ରରେ ଫିଟ୍ ହେବା ନେଇ ସେ ନିଜର ଓଜନ ୯୦ କିଲୋଗ୍ରାମରୁ ୭୨ କିଲୋଗ୍ରାମକୁ ହ୍ରାସ କରିଛନ୍ତି।
କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ 'ଚନ୍ଦୁ ଚମ୍ପିଅନ୍'ର ନିର୍ଦ୍ଦେଶନା ଦେଇଛନ୍ତି କବୀର ଖାନ, ଯିଏକି ସଲମାନ ଖାନଙ୍କ ସହ 'ଏକ ଥା ଟାଇଗର' ଏବଂ 'ବଜରଙ୍ଗୀ ଭାଇଜାନ' ଭଳି ସୁପରହିଟ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମର ନିର୍ମାତା ହେଉଛନ୍ତି ସାଜିଦ ନାଡିୟାଡ୍ୱାଲା। ଏହି ଚଳଚ୍ଚିତ୍ର ୧୪ ଜୁନ୍ ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ।
ଅଧିକ ପଢ଼ନ୍ତୁ: ଦର୍ଶକଙ୍କ ଉତ୍ସାହ ଭିତରେ ରିଲିଜ୍ ହେବ 'କଲ୍କୀ ୨୮୯୮ ଏଡି'; ଜାଣନ୍ତୁ କେବେ…
'ଚନ୍ଦୁ ଚମ୍ପିଅନ୍' ପରେ କାର୍ତ୍ତିକ ଆର୍ଯ୍ୟନ୍ ହରର୍ କମେଡି ଫିଲ୍ମ 'ଭୁଲ୍ ଭୁଲୈୟା'ରେ ନଜର ଆସିବେ, ଯେଉଁଥିରେ ସେ ପୁଣି ଥରେ ରୁହ ବାବାଙ୍କ ଭୂମିକାରେ ନଜର ଆସିବେ। ଏହି ଚଳଚ୍ଚିତ୍ର ଦିପାବଳୀ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ। ଅନିସ୍ ବଜ୍ମୀ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଉଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1718019359.jpg)