Advertisment

ଯାତ୍ରା ପେଣ୍ଡାଲରେ ଅଭିନେତା ଉପରକୁ ପ୍ଲାଷ୍ଟିକ ଚେୟାର ଫୋପାଡିଲେ ଦର୍ଶକ

ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ।

ଅଦ୍ୟତନ ହୋଇଛି
Chair Hurled On Actor During Jatra Show

chair hurled on actor during jatra show

Advertisment

କଳାକାରଙ୍କ ନିଖୁଣ ଅଭିନୟରେ ତାତିଗଲେ ଦର୍ଶକ। ଯାତ୍ରା ପେଣ୍ଡାଲ ଉପରକୁ ଫୋପାଡିଲେ ପ୍ଲାଷ୍ଟିକ ଚେୟାର। ଏଭଳି ଦେଖିବାକୁ ମିଳିଛି ଖଣ୍ଡଗିରିରେ ଯାତ୍ରା ପେଣ୍ଡାଲରେ । ତୁଳସୀ ଗଣନାଟ୍ୟର 'ଅଧା ରାତିର ସାଥୀ' ନାଟକରେ ଅଭିନେତା ପିୟୁଷ ତ୍ରିପାଠୀ ନିଜ ମା'ଙ୍କୁ ଅମାନୁଷିକ ଭାବେ ନିର୍ଯାତନା ଦେଉଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।

Advertisment

ତାଙ୍କ ଦମଦାର ଅଭିନୟକୁ ଦର୍ଶକ ପ୍ରଂଶସା କରୁଥିବା ବେଳେ ଆଉ କିଛି ଦର୍ଶକ ଉତ୍ତ୍ୟକ୍ତ ହୋଇପଡିଥିଲେ। ସିଟରୁ ଉଠିପଡ଼ି ଅଭିନେତାଙ୍କୁ ଗାଳିଗୁଲଜ କରିଥିଲେ।କେତେଜଣ ଷ୍ଟେଜକୁ ଚେୟାର ମଧ୍ୟ ପିଙ୍ଗିଥିବା ଦେଖିବାକୁ ମିଳିଥିଲା । ତେବେ ଏହା ନାଟକର ଏକ ଦୃଶ୍ୟ ହୋଇଥିଲେ ବି ଏହାକୁ ଗ୍ରହଣ କରିପାରି ନଥିଲେ ଦର୍ଶକ।ପରେ ଯାତ୍ରା କର୍ମକର୍ତ୍ତାଙ୍କ ବୁଝୁସଝା ପରେ ଥମିଥିଲେ ଦର୍ଶକ।

ଏନେଇ ଅଭିନେତା ପିଯୁଷ କହିଛନ୍ତି ଯେ ମୋର ଅଭିନୟର ବାସ୍ତବତାକୁ ଦେଖି ଦର୍ଶକ ଏତେ ମୋତେ ଭଲପାଇବା ଦେବେ ମୁଁ ଭାବିନଥିଲି। ମୁଁ ସେ ସମୟରେ ମୋର ଅଭିନୟ କରୁଥିଲି। କିଏ ଚେୟାର ଫୋପାଡ଼ିଲେ ମୁଁ ପ୍ରଥମେ ଜାଣିପାରିନଥିଲି। ହେଲେ ଦର୍ଶକଙ୍କ ହୋହାଲ୍ଲା ମୋତେ ବହୁତ ଖୁସି ଦେଇଛି। 

Advertisment

ଅନ୍ୟପକ୍ଷେ, ଏଥର ଶୃଙ୍ଖଳିତ ଯାତ୍ରା ପାଇଁ ଜାରି ହୋଇଛି ସ୍ୱତନ୍ତ୍ର ଏସଓପି। ଯାତ୍ରା ପାର୍ଟି କାହାର ଭାବନାକୁ ଆଘାତ ଦେଲା ଭଳି ନାଟକ ନାମକରଣ କରିବେନି। ଅପେରାରେ ରହିବନି ଅଶ୍ଲୀଳତା। ଯାତ୍ରା ପ୍ରଚାରରେ ଉଚ୍ଚ ଶବ୍ଦ ହେବନାହିଁ। ଯାତ୍ରା ପାର୍ଟି ମାଲିକମାନେ ନିଜ ନିଜ ମଂଚ ଆଗରେ ସୁରକ୍ଷାକର୍ମୀ ଓ ସ୍ୱେଚ୍ଛାସେବୀ ମୁତୟନ କରିବେ। 

Khandagiri Mela Audience
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ