Advertisment

ତାମିଲ ସୁପରଷ୍ଟାରଙ୍କ ଚାଞ୍ଚଲ୍ୟକର ବୟାନ, ଫିଲ୍ମ ପାସ୍ କରିବାକୁ CBFCକୁ ଦେବାକୁ ପଡ଼ୁଛି ଲାଞ୍ଚ

ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ବିଶାଲ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି।

Vishal

Vishal

Advertisment

ସେନ୍‌ସର୍‌ ବୋର୍ଡ ନାଁରେ ସାଂଘାତିକ ଅଭିଯୋଗ। ଫିଲ୍ମ ପାସ୍ କରିବାକୁ ଦେବାକୁ ପଡୁଛି ଲାଂଚ। ଆଉ ଏହି ଅଭିଯୋଗ ଆଣିଛନ୍ତି ତାମିଲ ସୁପରଷ୍ଟାର ବିଶାଲ। ଭିଡିଓ ଜାରି କରି ବିଶାଲ ଅଭିଯୋଗ କରିଛନ୍ତି ଯେ, ତାଙ୍କ ଫିଲ୍ମ ମାର୍କ ଆଣ୍ଟୋନୀର ହିନ୍ଦି ଭର୍ସନକୁ ପାସ୍ କରିବାକୁ ସିବିଏଫସିକୁ ସେ ସାଢେ ୬ ଲକ୍ଷ ଟଙ୍କା ଲାଞ୍ଚ ଦେବାକୁ ପଡିଛି। ସିବିଏଫସି ମୁମ୍ବାଇ ଅଫିସର ଅଧିକାରୀ ତାଙ୍କୁ ଲାଞ୍ଚ ଦେବାକୁ ବାଧ୍ୟ କରିଥିବା ବିଶାଲ ଅଭିଯୋଗ କରିଛନ୍ତି। ଏହି ମାମଲାର ଯାଞ୍ଚ କରିବାକୁ ବିଶାଲ ପ୍ରଧାନମନ୍ତ୍ରୀ ମୋଦି ଏବଂ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଅପିଲ କରିଛନ୍ତି ।

Advertisment

ସେପଟେ ସରକାର ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହନଶୀଳତା ନୀତି ଆପଣାଉଥିବା ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ଏଥିସହ ବିଶାଲ ଆଣିଥିବା ଅଭିଯୋଗର ତଦନ୍ତ କରିବାକୁ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଦାୟିତ୍ବ ଦିଆଯାଇଛି। ସେପଟେ ପୂର୍ବତନ ସିବିଏଫସି ଅଧ୍ୟକ୍ଷ ପହଲାଜ ନିହାଲନୀ କହିଛନ୍ତି ଯେ, ଏହା ଅଭ୍ୟାସଗତ ପାଲଟିଗଲାଣି । ବର୍ତ୍ତମାନର ସିବିଏଫସି ଚେୟାରମ୍ୟାନ ଅଫିସ ଆସୁନାହାଁନ୍ତି କି ପ୍ରତ୍ୟକ ଦିନର କାମ ବିଷୟରେ ବୁଝୁନାହାନ୍ତି । ଅଭିନେତା ବିଶାଲ ଯାହା କରିଛନ୍ତି ଠିକ୍ ବୋଲି ଦର୍ଶାଇଛନ୍ତି ପହଲାଜ୍।

India India News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ