Advertisment

ବିନା ବିବାହରେ ବି ମା-ବାପା ହେବାର ସୌଭାଗ୍ୟ ପାଇଛନ୍ତି ଏହି ସେଲିବ୍ରିଟିମାନେ

କୁହାଯାଏ ଯେ ମା-ବାପା ହେବା ପାଇଁ ବିବାହ କରିବା ଜରୁରୀ। କିନ୍ତୁ ବଲିଉଡ୍‌ରେ ଏମିତି କିଛି କଳାକାର ଅଛନ୍ତି ଯେଉଁମାନେ ଏହି କଥାକୁ ଭୁଲ ପ୍ରମାଣିତ କରି ଦେଖେଇଛନ୍ତି। ସେମାନେ ପ୍ରମାଣିତ କରିଦେଇଛନ୍ତି ଯେ ମା-ବାପା ହେଉଛି ଏକ ଭାବନା ଓ ହୃଦୟରେ ସାଇତା ଥିବା ସ୍ନେହ ଓ ମମତା।

author-image
Pramod Behera
ଅଦ୍ୟତନ ହୋଇଛି
Celebrities who became parents without getting marry

Celebrities who became parents without getting marry

ମୁମ୍ବାଇ : ବିବାହ ଏକ ସାମାଜିକ ପ୍ରଥା। କୁହାଯାଏ ମାତୃତ୍ୱ ହିଁ ନାରୀର ପୂର୍ଣ୍ଣତା। ଭାରତୀୟ ପରମ୍ପରାରେ ବିନା ବିବାହରେ ମା’ କିମ୍ବା ବାପା ହେବା ହୁଏତ ସମ୍ଭବ ନୁହେଁ। ଯଦି ବା କେହି ବିବାହ ନ କରି ମା’ କିମ୍ବା ବାପା ହେବାର ସୁଯୋଗ ପାଏ ତାକୁ ଏ ସମାଜରେ ବହୁତ ନିନ୍ଦା, ଅପବାଦ ଓ ଗଞ୍ଜଣା ଆଦି ସହିବାକୁ ହୋଇଥାଏ। ତେଣୁ କୁହାଯାଏ ମା-ବାପା ହେବା ପାଇଁ ବିବାହ କରିବା ଜରୁରୀ।

Advertisment

ବଲିଉଡ୍‌ର ଅନେକ ସେଲିବ୍ରିଟି ଏଭଳି କହୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେଇଛନ୍ତି। ମା-ବାପା ହେବା ପାଇଁ ବିବାହ ଜରୁରୀ ନୁହେଁ ବୋଲି ସେମାନେ ପ୍ରମାଣ କରିଦେଇଛନ୍ତି। ଏହି ସେଲିବ୍ରିଟିମାନେ କେବଳ ଯେ ସମାଜରେ ଚଳିଆସୁଥିବା ସେହି ଧରାବନ୍ଧା କଥାକୁ ଭୁଲ ପ୍ରମାଣିତ କରିଛନ୍ତି ତାହା ନୁହେଁ, ସେମାନେ ମଧ୍ୟ ପିଲାମାନଙ୍କର ଉଚିତ ଯତ୍ନ ନେଉଛନ୍ତି। ଏମାନଙ୍କୁ ଦେଖିଲେ ଲାଗେ ନାହିଁ ଯେ ଏହି ପିଲାମାନେ ସେମାନଙ୍କର ନିଜର ନୁହେଁ ବୋଲି।

ତେବେ ଆସନ୍ତୁ ସେହିସବୁ ସେଲିବ୍ରେଟିମାନଙ୍କ ବିଷୟରେ ଜାଣିନେବା ଯେଉଁମାନେ ବିବାହ ନ କରି ଅନାଥ ପିଲାଙ୍କ ଜୀବନରେ ମା-ବାପାର ସୁଖ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment

ନୀନା ଗୁପ୍ତା:

ନୀନା ଗୁପ୍ତା ହେଉଛନ୍ତି ବଲିଉଡ୍‌ର ଜଣେ ଦକ୍ଷ କଳାକାର। ଏହା ସହିତ ସେ ଜଣେ ଶକ୍ତିଶାଳୀ ମହିଳା ମଧ୍ୟ। ସେ ବିଭିୟାନ ରିଚାର୍ଡଙ୍କ ସହିତ ସଂପର୍କରେ ଥିଲେ କିନ୍ତୁ ବିବାହ ପୂର୍ବରୁ ସେ ମା’ ହୋଇଯାଇଥିଲେ। ନୀନା ଗୁପ୍ତା ଏକେଲା ହିଁ ତାଙ୍କ ଝିଅ ମସାବା ଗୁପ୍ତାଙ୍କ ଲାଳନ ପାଳନ ଦାୟିତ୍ୱ ନେଇ ତାଙ୍କୁ ମଣିଷ କଲେ। ଆଜି ସାରା ଦୁନିଆ ଏହି ମା-ଝିଅଙ୍କ ଯୋଡିକୁ ଜାଣିଛି।

ସୁସ୍ମିତା ସେନ୍:

ବଲିଉଡର ଜଣା ଶୁଣା ଅଭିନେତ୍ରୀ ତଥା ପୂର୍ବତନ ବିଶ୍ୱ ସୁନ୍ଦରୀ ସୁସ୍ମିତା ସେନ୍ ଯେତେବେଳେ୨୫ ବର୍ଷର ଥିଲେ ସେ ଏକ ଅନାଥ ପିଲାକୁ କୋଳେଇ ନେଇ ତାକୁ ମାତୃତ୍ୱର ସୁଖ ଦେବାକୁ ନିଷ୍ପତ୍ତି ନେଇଥିଲେ। ସୁସ୍ମିତା ସେହି ପିଲାଟିର ନାମ ରିନୀ ଦେଇଥିଲେ। ରିନୀଙ୍କ ପରେ ୨୦୧୦ରେ ଅଭିନେତ୍ରୀ ଆଉ ଏକ ଝିଅକୁ କୋଳେଇ ନେଇଥିଲେ। ସୁସ୍ମିତାଙ୍କର ଏହି ଦୁ‍ଇ ଝିଅ ବର୍ତ୍ତମାନ ବଡ ହୋଇଯାଇଛନ୍ତି। ସିଙ୍ଗଲ ମଦର ହେବା ସତ୍ୱେ ବି ସୁସ୍ମିତା ତାଙ୍କ ପିଲାମାନଙ୍କ ଲାଳନ ପାଳନରେ କୌଣସି ପ୍ରକାର କମ୍ କରି ନାହାନ୍ତି।

ପ୍ରୀତି ଜିଣ୍ଟା:

ପ୍ରୀତି ଜିଣ୍ଟା ବଲିଉଡର ଜଣେ ଆଗଧାଡିର କଳାକାର। ସେ ଏଯାଏ ମଧ୍ୟ ବାଡୁଅ ଅଛନ୍ତି। ୨୦୦୯ରେ ପ୍ରୀତି ଜିଣ୍ଟା ଋଷିକେଶର ଅନାଥ ଆଶ୍ରମରୁ ୩୪ ଜଣ ଝିଅଙ୍କୁ କୋଳେଇ ନେଇଥିଲେ। ସେ ଜଣେ ମା’ ଭଳି ସବୁ ପିଲାମାନଙ୍କର ଉଚିତ ଯତ୍ନ ନେଉଛନ୍ତି। ପ୍ରୀତି ସେମାନଙ୍କୁ ଭେଟିବା ନେଇ ବର୍ଷକୁ ଦୁଇ ଥର ଋଷିକେଶ ଯାଇଥାନ୍ତି।

ଶୋଭନା ଚନ୍ଦ୍ରକୁମାର ପିଲ୍ଲଈ:

ଶୋଭନା ଚନ୍ଦ୍ରକୁମାର ପିଲ୍ଲଈ ଜଣେ ଜଣାଶୁଣା ଦକ୍ଷିଣ ଭାରତୀୟ ଅଭିନେତ୍ରୀ। ସେ ୨୦୧୦ରେ ଜଣେ ଅନାଥ ଝିଅକୁ ଆପଣେଇ ନେଇ ତାକୁ ମା’ର ମମତା ଦେବାକୁ ନିଷ୍ପତ୍ତି ନେଇଥିଲେ। ଶୋଭନାଙ୍କ ଝିଅର ନାମ ଅନନ୍ଥା। ସେ ତାଙ୍କୁ ବହୁତ ଭଲ ପାଆନ୍ତି ଓ ତା’ର ଲାଳନ ପାଳନରେ ଟିକେ ବି ଉଣା କରନ୍ତି ନାହିଁ।

ତୁଷାର କପୁର:

ତୁଷାର କପୁର ମଧ୍ୟ ସେହି ସେଲିବ୍ରିଟିମାନଙ୍କ ମଧ୍ୟରୁ ଜଣେ ଯିଏ ଏଯାଏ ବାହା ହୋଇ ନାହାନ୍ତି। ସେ ମଧ୍ୟ ଜଣେ ପୁଅକୁ କୋଳେଇ ନେଇଛନ୍ତି ଓ ତାଙ୍କୁ କେବେ ବି ପିତୃତ୍ୱ ପ୍ରଦାନରେ ହେଳା କରନ୍ତି ନାହିଁ। ସେ ତାଙ୍କ ପୁଅର ନାମ ଲକ୍ଷ ରଖିଛନ୍ତି।

ଏକତା କପୁର:

ଟିଭି ସିରିୟଲ୍ କ୍ୱିନ୍ ତଥା ସିନେ ନିର୍ଦ୍ଦେଶକ ଓ ପ୍ରଯୋଜକ ଏକତା କପୁର ମଧ୍ୟ ଏବେବି ଅବିବାହିତ। ସେ ୨୦୧୯ରେ ସରୋଗେସୀ ମାଧ୍ୟମରେ ଜଣେ ପୁଅର ମା’ ହେବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କ ପୁଅର ନାମ ହେଉଛି ରବି।

କରଣ ଜୋହର:

କରଣ ଜୋହର ବଲିଉଡ୍‌ର ଜଣେ ନାମିଦାମି ନିର୍ଦ୍ଦେଶକ। ସେ ମଧ୍ୟ ଏକ ବାଡୁଅ ଜୀବନ କାଟୁଛନ୍ତି। କରଣ ଯମଜ ପିଲାର ବାପା ହୋଇ ଜୀବନକୁ ଉପଭୋଗ କରୁଛନ୍ତି। ତାଙ୍କ ଝିଅର ନାମ ରୁହୀ ହୋଇଥିବା ବେଳେ ପୁଅର ନାମ ୟଶ୍।

ଏହା ପ୍ରମାଣିତ କରେ ଯେ ମା-ବାପା ହେଉଛି ଏକ ଭାବନା ଓ ହୃଦୟରେ ସାଇତା ଥିବା ସ୍ନେହ ଓ ମମତା। ଏନେଇ ବିବାହର ବନ୍ଦନରେ ବାନ୍ଧିହେବା ସେପରି କୌଣସି ଜରୁରୀ ନୁହେଁ।

Bollywood
Advertisment
Advertisment