Advertisment

ବିଜ୍ଞାପନ କରି ଅଡ଼ୁଆରେ ଅଭିନେତ୍ରୀ, ଆଲିଆଙ୍କ ବିରୋଧରେ ଦାଖଲ ହେଲା ମାମଲା

ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସୂଚନା ଅନୁସାରେ ନିକଟରେ ଆଲିଆ ଭଟ୍ଟ ଏକ ବ୍ରାଇଡାଲ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ୍) କରିଥିଲେ । ଜଣେ ବ୍ୟକ୍ତି ଆଲିଆଙ୍କ ବିଜ୍ଞାପନରେ ଏତେ ରାଗି ଯାଇଥିଲେ ଯେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି ।

Alia bhat

Alia bhat

Advertisment

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ବେସ୍ ଚର୍ଚ୍ଚାରେ ରହୁଛନ୍ତି । କେବେ ରଣବୀର କପୁରଙ୍କ ସହ ବିବାହକୁ ନେଇ ତ କେତେବେଳେ ଟ୍ରୋଲ୍‌ର ଶିକାର ହେଉଛନ୍ତି ଆଲିଆ । ଏବେ ଆଉ ଏକ ଅଡ଼ୁଆରେ ଫସି ଯାଇଛନ୍ତି ଅଭିନେତ୍ରୀ ଆଲିଆ ଭଟ୍ଟ । ସୂଚନା ଅନୁସାରେ ନିକଟରେ ଆଲିଆ ଭଟ୍ଟ ଏକ ବ୍ରାଇଡାଲ ପୋଷାକ ବ୍ରାଣ୍ଡର ବିଜ୍ଞାପନ(କନ୍ୟାଦାନ୍) କରିଥିଲେ । ଜଣେ ବ୍ୟକ୍ତି ଆଲିଆଙ୍କ ବିଜ୍ଞାପନରେ ଏତେ ରାଗି ଯାଇଥିଲେ ଯେ ସେ ମୁମ୍ବାଇର ସାଣ୍ଟାକ୍ରୁଜ୍ ପୋଲିସ୍ ଷ୍ଟେସନରେ ଆଲିଆଙ୍କ ବିରୋଧରେ ଅଭିଯୋଗ କରିଥିବା ଜଣାପଡିଛି ।

Advertisment

ସୂଚନା ଅନୁସାରେ ଏହି ମାମଲାରେ ମାନ୍ୟବର କମ୍ପାନୀ ଏବଂ ଆଲିଆ ଭଟ୍ଟଙ୍କ ବିରୋଧରେ ଅଭିଯୋଗ ହୋଇଛି । ଆଲିଆ ହିନ୍ଦୁ ଧର୍ମର ଭାବନାକୁ ଆଘାତ ଦେଇଛନ୍ତି ବୋଲି ଅଭିଯୋଗ ହୋଇଛି । ଏହି ବିଜ୍ଞାପନରେ ଅଭିଷେକ ବର୍ମନଙ୍କ ନିର୍ଦ୍ଦେଶିତ ଏକ ବ୍ରାଇଡାଲ ୱିଅର୍ ବ୍ରାଣ୍ଡ ପାଇଁ ଏବଂ ଆଲିଆଙ୍କୁ ଏଥିରେ କନ୍ୟା ରୂପରେ ଦେଖାଯାଇଛି।

ଆଲିଆ ଭଟ୍ଟ ତାଙ୍କ ନୂଆ ବିଜ୍ଞାପନ ଭିଡିଓରେ କହିଛନ୍ତି ଯେ ବିବାହ ପରେ 'କନ୍ୟାଦାନ' ସମାରୋହ କାହିଁକି ହୋଇଥାଏ ? ଝିଅମାନେ କ’ଣ ଏକ ବସ୍ତୁ, ଯାହାକୁ ଦାନ କରାଯିବ? ବିଜ୍ଞାପନରେ ଆଲିଆ ତାଙ୍କ ଭବିଷ୍ୟତ ସ୍ୱାମୀଙ୍କ ସହ ମଣ୍ଡପରେ ବସି ଦର୍ଶକଙ୍କୁ ତାଙ୍କ ମନର କଥା କହୁଛନ୍ତି । ସେ ତାଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବିଷୟରେ କୁହନ୍ତି ଯେ ସେମାନଙ୍କୁ ତାଙ୍କୁ କେତେ ଭଲ ପାଆନ୍ତି। ସେ ତାଙ୍କ ଜେଜେମା, ବାପା ଏବଂ ମାଙ୍କ ବିଷୟରେ କୁହନ୍ତି। ତେବେ ବିବାହରେ 'କନ୍ୟାଦାନ'ର ପ୍ରଥା ବିରୋଧରେ ସେ ଏକ ପ୍ରଶ୍ନ ମଧ୍ୟ ଉଠାଇଛନ୍ତି। ସେ କୁହନ୍ତି “ମୁଁ କ’ଣ କେବଳ ଦାନରେ ଯିବାର ବସ୍ତୁ କି? ତେବେ କନ୍ୟାଦାନ କାହିଁକି? ତେବେ ଆଲିଆଙ୍କ ଏହି ବିଜ୍ଞାପନ ସାମ୍ନାକୁ ଆସିବା ପରେ ଅନେକ ଲୋକ ସୋସିଆଲ ମିଡିଆରେ ନିଜର ମତ ରଖିଥିଲେ। ଏହି ବିଜ୍ଞାପନ ଭିଡିଓକୁ ଲୋକେ ନାପସନ୍ଦ କରିଛନ୍ତି ।

Advertisment

ନିକଟରେ ଆଲିଆଙ୍କ ଏହି ବିଜ୍ଞାପନକୁ ନେଇ ଅଭିନେତ୍ରୀ କଙ୍ଗନା ରାଣାୱତ ମଧ୍ୟ ନିଜର ପ୍ରତିକ୍ରିୟା ରଖିଥିଲେ । ବିଜ୍ଞାପନରେ ନିଜର ବିଚାରକୁ ଶେୟାର କରି କଙ୍ଗନା ରାଣାୱତ ଆଲିଆ ଭଟ୍ଟ ଏବଂ ବ୍ରାଣ୍ଡ୍‌କୁ ନିଜ ଇନଷ୍ଟାଗ୍ରାମ ପୋଷ୍ଟରେ ଟ୍ୟାଗ୍ କରିଥିଲେ । କଙ୍ଗନା ବିଶାସ କରନ୍ତି ଯେ ଏହି ବିଜ୍ଞାପନ ଗ୍ରାହକଙ୍କୁ ବିଭ୍ରାନ୍ତ କରିବା ଏବଂ ଧର୍ମ ଏବଂ ସଂଖ୍ୟାଲଘୁ ରାଜନୀତିର ଫାଇଦା ଉଠାଇବା ପାଇଁ ଏକ ପ୍ରୟାସ।

Alia Bhatt Bollywood News
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ