Advertisment

କାନ୍‌ ଫେଷ୍ଟିଭାଲ୍ ପୂର୍ବରୁ ହଜେଇଦେଲେ ମେକ୍‌ଅପ୍-ଆଉଟ୍‌ଫିଟ୍; ଏମିତି ହେଲେ ସଜ

କାନ୍‌ ଫେଷ୍ଟିଭାଲ୍ ପାଇଁ ଯାଉଥିଲେ ଅଭିନେତ୍ରୀ ପୂଜା ହେଗ୍‌ଡେ। ସୁଟ୍‌କେସ୍‌ରେ ଥିଲା ମେକ୍‌ଅପ୍ ଆଉ ଆଉଟ୍‌ଫିଟ୍। ବାଟରେ ହଜିଗଲା ତାଙ୍କ ସୁଟ୍‌କେସ୍। କ’ଣ ପିନ୍ଧିଲେ ଆଉ କେମିତି ହେଲେ ସଜ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
Cannes-2022: Pooja Hegde lost all her outfits and makeup

Cannes-2022: Pooja Hegde lost all her outfits and makeup

ବଲିଉଡ୍‌ ଅଭିନେତ୍ରୀ ପୂଜା ହେଗ୍‌ଡେଙ୍କ କାନ୍ସ ୨୦୨୨କୁ ଯାତ୍ରା ଅତ୍ୟନ୍ତ ଆକର୍ଷଣୀୟ ଥିଲା। ଗୋଟିଏ ପଟେ, ପ୍ରଶଂସକମାନେ ଅଭିନେତ୍ରୀଙ୍କ ଫ୍ୟାଶନକୁ ଖୁବ ପ୍ରଶଂସା କରୁଥିବା ବେଳେ ଅନ୍ୟପଟେ ଅଭିନେତ୍ରୀ କିଛି ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। କାନ୍ସ ଫିଲ୍ମ ଫେଷ୍ଟିଭାଲ୍ ୨୦୨୨ରେ ରେଡ୍ କାର୍ପେଟ୍‌ରେ ଏକ ଚମତ୍କାର ସ୍କର୍ଟ ସହିତ ଏକ ଷ୍ଟ୍ରାପଲେସ୍ ଗୋଲାପୀ ରଙ୍ଗର ଗାଉନ୍‌ ପିନ୍ଧି ପୂଜା ହେଗ୍‌ଡେ ଲୋକଙ୍କ ମନ କିଣିନେଇଛନ୍ତି।

Advertisment

କିନ୍ତୁ ବାସ୍ତବ କଥା ଅତ୍ୟନ୍ତ ମଜାଦାର। କଥା ହେଉଛି କାନ୍ସ ଫିଲ୍ମ ଫେଷ୍ଟିଭାଲରେ ସେ ଯେଉଁ ପୋଷାକ ପିନ୍ଧିବା ନେଇ ଯୋଜନା କରିଥିଲେ ତାହା ପିନ୍ଧି ପାରିଲେ ନାହିଁ, କାରଣ ଯେଉଁ ସୁଟକେସରେ ତାଙ୍କ ଆଉଟ୍‌ଫିଟ୍ ଥିଲା ସେ ତାକୁ ହଜେଇ ଦେଇଥିଲେ।

ଯଦି ପୂଜା ହେଗ୍‌ଡେଙ୍କ ରେଡ୍ କାର୍ପେଟ୍ ଫଟକୁ ଦେଖାଯାଏ ତେବେ କେହି ବି ବିଶ୍ୱାସ କରିବେ ନାହିଁ ଯେ ସେ ତାଙ୍କର ପୋଷାକ, ମେକ୍‌ଅପ୍ ଏବଂ ହେୟାର ଆସେସୋରିଜ୍ ହଜେଇଦେଇଛନ୍ତି ବୋଲି। ଏକ ସାକ୍ଷାତକାର ଦେବା ବେଳେ ଅଭିନେତ୍ରୀ କହିଛନ୍ତି ଯେ କାନ୍ସ ୨୦୨୨ ରେଡ୍‌ କାର୍ପେଟ୍‌କୁ ଯିବା ବାଟରେ ସେ ଜାଣିବାକୁ ପାଇଲେ ଯେ ତାଙ୍କ ସୁଟ୍‌କେସ୍‌ ହଜିଯାଇଛି।

Advertisment

ପୂଜା ହେଗ୍‌ଡେ କହିଛନ୍ତି, "ମୁଁ ମୋର ସମସ୍ତ ହେୟାର ପ୍ରଡକ୍ଟ, ମେକ୍‌ଅପ୍, ପୋଷାକ ହଜେଇ ଦେଇଥିଲି। ମୁଁ ଯେତେବେଳେ ଓହ୍ଲେଇଥିଲି, ସେତେବେଳେ ମୋ ପାଖରେ ସବୁ ଜିନିଷ ଥିଲା। ପରେ ଜାଣିବାକୁ ପାଇଲି ଆଉଟ୍‌ଫିଟ୍ ଥିବା ସୁଟ୍‌କେସ୍ କୌଣସି ସ୍ଥାନରେ ହଜିଯାଇଛି। ମୋ ପାଖରେ ମଧ୍ୟ ସମୟ ନ ଥିଲା। ମୋ ଅପେକ୍ଷା ମୋ ଟିମ୍ ଅଧିକ ଭୟଭିତ ହୋଇଯାଇଥିଲେ। ସେମାନଙ୍କୁ ରିଲାକ୍ସ କରିବା ପାଇଁ ମୁଁ କହିଲି 'ଠିକ୍‌ ଅଛି, କିଛି କଥା ନାହିଁ। ଚାଲ କାର୍‌କୁ ଯିବା। ଫିଟିଙ୍ଗ ଟ୍ରାଏ କରିବା। ମୁଁ ଆଉଟ୍‌ଫିଟ୍ ଦେଖୁଥିଲି ଏବଂ ମୋ ଟିମ୍ ସେଠାରେ ଥିଲା। ଏହା ପରେ ମୋ ଟିମ୍ ମେକ୍‌ଅପ୍ ଓ ଚୁଟି ପାଇଁ ନୂଆ ଜିନିଷ ଆଣିଲେ। ଆମେ ଏ ସବୁକୁ ନେଇ ଏତେ ବ୍ୟସ୍ତ ହୋଇପଡିଥିଲୁ ଯେ ନା ଆମେ ମଧ୍ୟାହ୍ନ ଭୋଜନ କରିପାରିଲୁ ନା ଜଳଖିଆ ଖାଇ ପାରିଲୁ।”

କାନ୍ ଫେଷ୍ଟିଭାଲ୍ ପାଇଁ ଭାରତର ପ୍ରତିନିଧୀଙ୍କ ୧୧ ଜଣ ସଦସ୍ୟଙ୍କ ମଧ୍ୟରୁ ପୂଜା ହେଗ୍‌ଡେ ଜଣେ ଥିଲେ। ଏହା ବ୍ୟତୀତ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳରେ ଏ.ଆର୍ ରହମାନ, ରିକି କେଜ୍‌ ନୟନତାରା, ପୂଜା ହେଗ୍‌ଡେ, ଆର୍‌ ମାଧବନ ଏବଂ ନୱାଜୁଦ୍ଦିନ ସିଦ୍ଦିକି ମଧ୍ୟ ସାମିଲ ଥିଲେ।

Cannes International Film Festival
Advertisment
Advertisment