Advertisment

ଡ଼ିସେମ୍ବରରେ ବିବାହ କରିବେ କ୍ୟାଟ୍ରିନା କୈଫ୍‌? ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଫଟୋ…

ବିବାହ କରିବେ ବଲିଉଡ଼୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌? କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ମଧ୍ୟରେ ବଢୁଥିବା ନିବିଡ଼ିତାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ତେବେ ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡ଼୍‌ରେ ଗସିପ୍‌ ଆରମ୍ଭ ହୋଇଯାଇଛି।

ଅଦ୍ୟତନ ହୋଇଛି
Katrina Kaif

Katrina Kaif

Advertisment

ନୂଆଦିଲ୍ଲୀ: ବିବାହ କରିବେ ବଲିଉଡ଼୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌? କ୍ୟାଟ୍ରିନା କୈଫ୍‌ ଏବଂ ଭିକି କୌଶଲଙ୍କ ମଧ୍ୟରେ ବଢୁଥିବା ନିବିଡ଼ିତାକୁ ନେଇ ଏବେ ବଢୁଛି ଚର୍ଚ୍ଚା। ତେବେ ଉଭୟଙ୍କୁ ବାରମ୍ବାର ଏକାଠି ଦେଖିବା ପରେ ବଲିଉଡ଼୍‌ରେ ଗସିପ୍‌ ଆରମ୍ଭ ହୋଇଯାଇଛି। କୁହାଯାଉଛି କି ସେମାନେ ଏହି ଡ଼ିସେମ୍ବରରେ ବିବାହ କରିବେ। କେବଳ ଏତିକି ନୁହେଁ ବରଂ ଭିକି ଏବଂ କ୍ୟାଟ୍ରିନାଙ୍କ ମଧ୍ୟରେ ଅନେକ ଦିନ ହେବ ସମ୍ପର୍କ ରହିଛି ବୋଲି ମଧ୍ୟ କୁହାଯାଉଛି। ଏହାସହ କିଛିଦିନ ପୂର୍ବରୁ ଉଭୟଙ୍କ ମଧ୍ୟରେ ରୋକା ସମାରୋହ ହୋଇଥିବା ନେଇ ସୂଚନା ମିଳିଛି।

Advertisment

ସେଲିବ୍ରିଟି ମ୍ୟାନେଜର ରେଶମା ଶେଟ୍ଟୀଙ୍କ ଘରେ କ୍ୟାଟ୍ରିନା କୈଫ୍ ଏବଂ ଭିକି କୌଶଲ ପ୍ରଥମେ ଏକାଠି ନଜର ଆସିଥିଲେ। ଏମିତିକି ଉଭୟ ଉଭୟଙ୍କୁ ଆକର୍ଷଣୀୟ ଗିଫ୍ଟ ଦେଇଥିବା ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। କିନ୍ତୁ ଏନେଇ ଏବେ ସ୍ପଷ୍ଟ ହୋଇନାହିଁ, ସେମାନେ ଡ଼ିସେମ୍ବରରେ ବିବାହ କରିବେ କି ନାହିଁ? ତେବେ ସୋସିଆଲ ମିଡିଆରେ ଉଭୟଙ୍କର ଫଟୋ ଭାଇରାଲ ହେବା ପରେ ପ୍ରଶଂସକମାନେ ଉତ୍ସାହିତ ଅଛନ୍ତି। କାରଣ କ୍ୟାଟ୍ରିନାଙ୍କ ବିବାହକୁ ନେଇ ବଲିଉଡ଼୍‌ରେ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ରିପୋର୍ଟ ଅନୁସାରେ, ଭିକି ଏବଂ କ୍ୟାଟ୍ରିନାଙ୍କ ବିବାହ ପୋଷାକ ମଧ୍ୟ ତିଆରି ହୋଇ ସରିଛି।

Advertisment

କ୍ୟାଟ୍ରିନା ତାଙ୍କ ବିବାହରେ ଫ୍ୟାଶନ ଡିଜାଇନର୍ ସାବ୍ୟସାଚି ମୁଖାର୍ଜୀଙ୍କ ଡିଜାଇନର୍ ଲେହେଙ୍ଗା ପିନ୍ଧିବାକୁ ଯାଉଛନ୍ତି। ନିକଟରେ ଭିକିଙ୍କ ଫିଲ୍ମ ‘ସର୍ଦ୍ଦାର ଉଧାମ’ର ସ୍କ୍ରିନିଂରେ କ୍ୟାଟ୍ରିନାଙ୍କୁ ଦେଖିବାକୁ ମିଳିଥିଲା। ଦୁହେଁ ପରସ୍ପରକୁ ଆଲିଙ୍ଗନ କରିବାର କ୍ଲିପ ମଧ୍ୟ ଭାଇରାଲ ହୋଇଥିଲା। ଆଉ ଅନେକ କହିଥିଲେ କି, ଏମାନେ ଆଉ ଡେରି ନକରି ତୁରନ୍ତ ବିବାହ କରିନେବାର ଆବଶ୍ୟକତା ରହିଛି। କାରଣ ପୂର୍ବରୁ ଭିକିଙ୍କ ପସନ୍ଦ କ୍ୟାଟ୍ରିନା ଥିଲେ ବୋଲି ସେ ଗଣମାଧ୍ୟମ ସାମ୍ନାରେ କହିଥିଲେ। ଅନେକ ସମୟରେ ଉଭୟଙ୍କୁ ଅନେକ ଆୱାର୍ଡ ଶୋ ଏବଂ ଇଭେଣ୍ଟରେ ଏକାଠି ଦେଖିବାକୁ ମିଳିଛି ​। ବର୍ତ୍ତମାନ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରିଛନ୍ତି । କିନ୍ତୁ ଏହି ବହୁଚର୍ଚ୍ଚିତ ବିବାହ କେବେ ହେବ ସେନେଇ ନିର୍ଦ୍ଦିଷ୍ଟ ତାରିଖ ଚୂଡାନ୍ତ ହୋଇନାହିଁ।

ତେବେ ଏନେଇ କ୍ୟାଟ୍ରିନା କୈଫ୍‌ କହିଛନ୍ତି ଯେ, ମୋ ବିବାହକୁ ନେଇ ଦୀର୍ଘ ୧୫ ବର୍ଷ ହେବ ଚର୍ଚ୍ଚା ଲାଗି ରହିଛି। ଏ ପର୍ଯ୍ୟନ୍ତ ବାହାଘର ନେଇ କୌଣସି ତାରିଖ ସ୍ପଷ୍ଟ ହୋଇନାହିଁ କି କିଛି ପ୍ରସ୍ତୁତି ହୋଇନାହିଁ। ଯଦି ହେବ ସମସ୍ତେ ଜାଣିବେ ବୋଲି ସେ କହିଛନ୍ତି। ସେପଟେ ଭିକି ମଧ୍ୟ ସମାନ କଥା କହିଛନ୍ତି। ତେବେ ଡିସେମ୍ବରରେ ଜଣାପଡ଼ିବ ଏହା ସତ ନା ଗୁଜବ।

Advertisment

Katrina Kaif Vicky Kaushal December
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ