Advertisment

ଅସହାୟ ହୋଇପଡ଼ିଛନ୍ତି ଭାଇଜାନ୍ ... କାହାସହ କଥା ହେଉନାହାନ୍ତି କି କାହାକୁ ଭେଟୁ ନାହାନ୍ତି

ବାବାଙ୍କୁ ହତ୍ୟା: ଉଡ଼ିଗଲା ସଲମାନଙ୍କ ନିଦ । ସବୁ ଫିଲ୍ମ, ଟେଲିଭିଜନ୍ ସୁଟିଂ ବାତିଲ କଲେ ସଲମାନ୍ ଖାନ୍। ମିଟିଂ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ବି ବାତିଲ କଲେ ।

ଅଦ୍ୟତନ ହୋଇଛି
salman khan

salman khan

Advertisment

ବାବା ସିଦ୍ଧିକିଙ୍କୁ ହତ୍ୟା ପରେ ଉଡ଼ି ଯାଇଛି ଭାଇଜାନ୍ ସଲମାନଙ୍କ ନିଦ। ଅନିଦ୍ଦିଷ୍ଟକାଳ ଯାଏଁ ସବୁ ଫିଲ୍ମର ସୁଟିଂ, ମିଟିଂ ଏବଂ ଟେଲିଭିଜନ୍ ଶୋ’ ବାତିଲ କରିଛନ୍ତି ସଲମାନ୍ ଖାନ।

Advertisment

ମିଳିଥିବା ସୂଚନା ମୁତାବକ, ବାବା ସିଦ୍ଦିକିଙ୍କ ହତ୍ୟା ପରେ ଭାଇଜାନ୍ ସମ୍ପୂର୍ଣ୍ଣ ଚିନ୍ତାଗ୍ରସ୍ତ ହୋଇପଡ଼ିଛନ୍ତି। ବାନ୍ଦ୍ରା ଘରେ ଏକାକୀ ଗୋଟିଏ ରୁମରେ ରହୁଛନ୍ତି। ପରିବାର କିମ୍ବା ବାହାର ଲୋକଙ୍କ ସହ ସାକ୍ଷାତ ବି ସେ ବନ୍ଦ କରି ଦେଇଛନ୍ତି। ଗତକାଲି ବାବାଙ୍କ ଅନ୍ତିମ ସତ୍କାରରୁ ଫେରିବା ବେଳେ ସଲମାନ ଖାନ୍ ଭାବବିହ୍ବଳ ହୋଇପଡ଼ିଥିଲେ। ଏପରିକି ତାଙ୍କ ଆଖିରେ ଲୁହ ଥିବା ବି ଦେଖିବାକୁ ମିଳିଥିଲା। ପ୍ରଥମଥର ପାଇଁ ସଲମାନଙ୍କୁ ଏଭଳି ଏକାକୀ ଓ ଏତେ ଅସହାୟ ଦେଖି ଫ୍ୟାନ୍ ବି ଚିନ୍ତିତ ହୋଇପଡ଼ିଛନ୍ତି। ସଲମାନ ଓ ବାବା ସିଦ୍ଧିକି ବେଶ୍ ନିକଟତର ଥିଲେ। ଦୀର୍ଘ ୪ ଦଶନ୍ଧି ଧରି ଉଭୟଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିଲା।

ସେପଟେ ବାବା ସିଦ୍ଦିକି ହତ୍ୟା ଘଟଣାରେ ତନାଘନା ଚାଲିଛି। ଘଟଣାରେ ପୋଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଥିବା ବେଳେ ଆଉ ଜଣେ ଫେରାର ଅଛନ୍ତି। ହରିୟାଣାର ଗୁରୁମେଲ ଏବଂ ୟୁପିର ଧର୍ମରାଜକୁ ଗିରଫ କରିଛି ପୋଲିସ। ଅନ୍ୟ ଆରୋପୀ ଶିବକୁ ଧରିବାକୁ ଖୋଳତାଡ଼ ଚାଲିଛି। ମୁମ୍ବାଇ କୋର୍ଟ ଗୁରୁମେଲକୁ ୭ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛି । ଧର୍ମରାଜ ନିଜକୁ ନାବାଳକ ବୋଲି ଦର୍ଶାଇଛି। ଯାହାର ଯାଞ୍ଚ ରିପୋର୍ଟ ଏବେ ସାମ୍ନାକୁ ଆସିିଛି। ଯାଞ୍ଚ ରିପୋର୍ଟରେ ଧର୍ମରାଜ ସାବାଳକ ବୋଲି ସ୍ପଷ୍ଟ ହୋଇଛି। ଧର୍ମରାଜ ସାବାଳକ ଜଣାପଡ଼ିବାପରେ ତାକୁ କୋର୍ଟରେ ହାଜର କରାଯାଇଥିଲା। ଆସନ୍ତା ଅକ୍ଟୋବର ୨୧ ଯାଏ ପୋଲିସ ହେପାଜତକୁ ତାକୁ ପଠାଇ ଦିଆଯାଇଛି 

Advertisment

ସେପଟେ ସଲମାନ ଖାନଙ୍କ ଘର ଆଗରେ ବଢ଼ିଛି ସୁରକ୍ଷା । ଗାଲାକ୍ସି ଆପାର୍ଟମେଣ୍ଟକୁ ଘେରି ରହିଛନ୍ତି ପୋଲିସ । ଚର୍ଚ୍ଚା ହେଉଛି, ସଲମାନ୍ ଖାନଙ୍କ ପାଇଁ ବାବା ସିଦ୍ଦିକିଙ୍କୁ ହତ୍ୟା କରାଯାଇଛି । କାରଣ ସଲମାନଙ୍କ ଅତି ନିକଟତର ଏବଂ ପାରିବାରିକ ବନ୍ଧୁ ଭାବେ ଜଣାଶୁଣା ଥିଲେ ବାବା ସିଦ୍ଦିକି । ଏମିତିକି ସଲମାନ୍ ଆଉ ଶାହରୁଖଙ୍କ ମଧ୍ୟରେ ମତାନ୍ତର ଦୂର କରିବାରେ ସିଦ୍ଦିକିଙ୍କ ଥିଲା ସବୁଠୁ ବଡ଼ ଭୂମିକା । ଏବର୍ଷ ଜୁଲାଇରେ ସଲମାନଙ୍କ ଘର ଉପରେ ଗୁଳି ମାଡ଼ ହେଇଥିଲା । ତାର କିଛି ଦିନ ପୂର୍ବରୁ ବି ସଲମାନଙ୍କୁ ମିଳିଥିଲା ହତ୍ୟା ଧମକ ।

Advertisment

Salman Khan Bollywood
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ